ETV Bharat / state

ବିଜେଡି କାର୍ଯ୍ୟାଳୟରେ ବିଜୁବାବୁଙ୍କ 107 ତମ ଜନ୍ମ ଜୟନ୍ତୀ ପାଳିତ

author img

By

Published : Mar 5, 2023, 8:12 PM IST

ବିଜୁ ପଟ୍ଟନାୟକଙ୍କ ସାହସର ଗାଥା ଗାଉଛି ସାରା ଓଡିଶା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 107ତମ ଜନ୍ମ ଜୟନ୍ତୀ ପାଳନ କଲେ ବିଜେଡି ନେତା ,କର୍ମୀ । ଅଧିକ ପଢ଼ନ୍ତୁ

ବିଜୁ ପଟ୍ଟନାୟକଙ୍କ ସାହସର ଗାଥା ଗାଉଛି ସାରା ଓଡିଶା

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 107ତମ ଜନ୍ମ ଜୟନ୍ତୀ ପାଳନ କରୁଛି ସାରା ରାଜ୍ୟ । ବିଜୁଙ୍କ ସାହସର ଗାଥା ଗାଉଛି ସାରା ଓଡିଶା । କଳିଙ୍ଗବୀର ଜୀବନୀ ଉପରେ ବୀରତ୍ବର ଗାଥା ଗାଉଛି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସ୍ଥାପିତ ଡାକୋଟା । ବିଜୁବାବୁଙ୍କ ପ୍ରିୟ ଡାକୋଟାକୁ ଆଜି ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଭୁବନେଶ୍ୱର ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ବିଜେଡି ନେତା, କର୍ମୀ ସମସ୍ତେ ଉପସ୍ଥିତ ରହି ବିଜୁବାବୁଙ୍କ ଜନ୍ମଦିନକୁ ଉତ୍ସାହର ସହ ପାଳନ କରିଛନ୍ତି ।

ତେବେ 107ତମ ଜନ୍ମ ଜୟନ୍ତୀ ଆବସରରେ ବିଜେଡି କାର୍ଯ୍ୟାଳୟରେ ଫଟୋରେ ମାଲ୍ୟାର୍ପଣ କରିଛନ୍ତି ବିଜେଡି ନେତା । ତଥା ମନ୍ତ୍ରୀ ଅଶୋକ ପଣ୍ଡା, ସଞ୍ଜୟ ଦାଶବର୍ମା, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାଶ ପ୍ରମୁଖ । ବିଜୁବାବୁ ଥିଲେ ଦୂରଦୃଷ୍ଟି ସମ୍ପର୍ଣ୍ଣ ନେତୃତ୍ୱ ଯିଏ ଦେଖୁଥିଲେ ଓଡ଼ିଆ ଜାତିର ଭାଗ୍ୟ ଏବଂ ଭବିଷ୍ୟତ ।

ଏହାକୁ ନେଇ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, "ତାଙ୍କର ପ୍ରଦର୍ଶିତ ମାର୍ଗ, ତାଙ୍କର ଦର୍ଶନ, ତାଙ୍କର ସଂଗ୍ରାମ ରାଜ୍ୟବାସୀଙ୍କୁ ଅନୁପ୍ରାଣିତ କରେ । ବିଜୁବାବୁ ଓଡିଆ ଜାତିର ଭବିଷ୍ୟତ ଦେଖିଥିଲେ, ରାଜ୍ୟର ଭବିଷ୍ୟତ ତାଙ୍କର ସଂକଳ୍ପ ଥିଲା । ବିଜୁବାବୁ ସବୁବେଳେ କହୁଥିଲେ ଆମର ରହିଛି 480 କିମି ବେଳାଭୂମି, ଆମର ମାଟି ତଳେ ରହିଛି ପ୍ରଚୁର ଖଣିଜ ସମ୍ପଦ, ଆମର ରହିଛି ପ୍ରଚୁର ମାନବ ସମ୍ବଳ । ଏ ପ୍ରାଚୁର୍ଯ୍ୟ ଭିତରେ ଓଡିଶା ଗରିବ ହୋଇ ରହି ପାରେନା । ତାର କାରଣ ଖୋଜିବା ପାଇଁ ସମର୍ଥ ହୋଇଛନ୍ତି ଭାରତବର୍ଷର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ବାବୁ । ବିଜୁ ବାବୁଙ୍କର ସ୍ୱପ୍ନ, ଚିନ୍ତା ଚେତନା ଏ ରାଜ୍ୟ ପାଇଁ ଥିଲା ଆମେ ସ୍ମରଣ କରୁଛୁ । ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ରେ ବିଜେଡି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।"

ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ବିଧାନସଭା ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଭୁବନେଶ୍ୱର ଫରେଷ୍ଟ ପାର୍କ ସ୍ଥିତ ବିଜୁ ପଟ୍ଟନାୟକ ପାର୍କରେ ବିଜେଡି ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି ସେହିପରି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମାଲ୍ୟାର୍ପଣ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର ବରଗଡ଼, ନୂଆପଡା, କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଶୁଭ ଦେବା ସହ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱରକୁ ବିମାନ ଉଡାଣର ଶୁଭାରମ୍ଭ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.