ETV Bharat / state

କେନ୍ଦ୍ରମନ୍ତ୍ରୀଙ୍କ ଚିଠିର ଜବାବ, ଭିତ୍ତିହୀନ ଓ ଅର୍ଦ୍ଧସତ୍ୟ କହିଛନ୍ତି ନରେନ୍ଦ୍ର କହିଲା BJD

author img

By

Published : Nov 18, 2022, 7:00 AM IST

ଶାସକ ଦଳ ପକ୍ଷରୁ ରାଜ୍ୟସଭା ସାଂସଦ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ରଙ୍କ ଜବାବ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି; ଭିତ୍ତିହୀନ ଓ ଅର୍ଦ୍ଧସତ୍ୟ କହିଛନ୍ତି ନରେନ୍ଦ୍ର

ଭୁବନେଶ୍ବର: ଚାଷୀଙ୍କ ଫସଲ ବୀମା ରାଶି ପ୍ରସଙ୍ଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଚାଷୀଙ୍କୁ ବିଳମ୍ବରେ ବୀମା ରାଶି ପାଇଁ ରାଜ୍ୟ ସରକାରଙ୍କୁ ସରକାରୀ ଭାବେ ଦାୟୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ଏହାର ଜବାବ ରଖିଛି ଶାସକ ଦଳ ବିଜେଡି । ଶାସକ ଦଳ ପକ୍ଷରୁ ରାଜ୍ୟସଭା ସାଂସଦ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଜବାବ ରଖିଛନ୍ତି ।

ତେବେ ଏନେଇ ସସ୍ମିତ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀଙ୍କ ଚିଠି ଭିତ୍ତିହୀନ । ଏହି ଚିଠିରେ ଅର୍ଦ୍ଧସତ୍ୟ ଲେଖାଯାଇ ଚାଷୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଇଛି । ଫସଲ ବୀମା ଟଙ୍କା କେନ୍ଦ୍ର ଅଟକାଇ ରଖିଥିବାବେଳେ ଟଙ୍କା ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୟାସ କରିଥିଲେ । 29 ଅଗଷ୍ଟ 2022ରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଲେଖିଥିବା ନେଇ ଆଜିର ଚିଠିରେ କେନ୍ଦ୍ରମନ୍ତ୍ରୀ କାହିଁକି ଉଲ୍ଲେଖ କରିନାହାନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଚିଠି ବାବଦରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଥିଲେ ସ୍ପଷ୍ଟ ହୋଇଯାଇଥାନ୍ତା ଯେ ମୁଖ୍ୟମନ୍ତ୍ରୀ ଚାପ ପକାଇବା କାରଣରୁ ଫସଲ ବୀମା ଅର୍ଥ କେନ୍ଦ୍ର ଦେବାକୁ ବାଧ୍ୟ ହୋଇଛି । ଯାହାକୁ କେନ୍ଦ୍ର ସରକାର ଅଟକାଇ ରଖିଥିଲେ ।

ସେହିପରି ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗତ ନଭେମ୍ବର 9 ତାରିଖରେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଥିଲେ । ଫସଲ ବୀମା ଟଙ୍କା ପ୍ରଦାନ କରିବାକୁ ବ୍ୟକ୍ତିଗତ ଭାବେ ମନ୍ତ୍ରୀ ଦାବି କରିଥିଲେ । କିନ୍ତୁ ସେ ବାବଦରେ ମଧ୍ୟ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠିରେ ଉଲ୍ଲେଖ ନାହିଁ । ଏଭଳି କରି କେନ୍ଦ୍ର କୃଷିମନ୍ତ୍ରୀ କଣ ଲୁଚାଇବାକୁ ଚାହୁଁଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀଙ୍କ ପ୍ରଚେଷ୍ଟା ଓ ଚାପ ଯୋଗୁଁ ଅଟକି ଥିବା ଅର୍ଥ ଦେବାକୁ କେନ୍ଦ୍ରକୁ ଦେବାକୁ ପଡିଛି । ଏ କଥା ସର୍ବସାଧାରଣ ହୋଇଯିବା ଭୟରେ କେନ୍ଦ୍ରମନ୍ତ୍ରୀ ଏ ସବୁ କଥା ଚିଠିରେ ଉଲ୍ଲେଖ କରିନାହାନ୍ତି । ନଭେମ୍ବର 7 ତାରିଖରେ ଟେକ୍ନିକାଲ ଆଡଭାଇଜରି କମିଟି ବୀମା ପ୍ରସଙ୍ଗରେ ଅର୍ଡର ପାସ କରିଥିଲେ । ସେହିଦିନ ଟ୍ବିଟ ନକରି କାହିଁକି 15 ତାରିଖରେ ଟ୍ବିଟ କଲେ ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଉପନିର୍ବାଚନକୁ ପ୍ରଭାବିତ କରି ରାଜନୈତିକ ଫାଇଦା ଉଠାଇବା ଉଦ୍ଦେଶ୍ୟରେ ଏଭଳି ଟ୍ୱିଟ କରାଯାଇନି ତ ? ସେହିପରି ଏଚଡ଼ିଏଫସି ବୀମା କମ୍ପାନୀକୁ କିଏ ଅନୁବନ୍ଧିତ କରିଥିଲା ତାହାର ଉତ୍ତର ଚିଠିରେ କେନ୍ଦ୍ର କୃଷି ମନ୍ତ୍ରୀ କାହିଁକି ରଖିଲେ ନାହିଁ । ଫସଲ ବୀମା ଟଙ୍କା ଅଟକାଇ କେନ୍ଦ୍ର ଓ ରାଜ୍ୟ ବିଜେପି ଅକଳରେ ପଡିଛି । ଏହାକୁ ଚାଷୀ ଜାଣି ସାରିଲେଣି ବୋଲି ରାଜ୍ୟରେ ଚାଷୀକୂଳ ସାମ୍ନାରେ ଅଡୁଆରେ ପଡିଛି ବିଜେପି । ରାଜନୀତି ପାଇଁ ଅନେକ ପ୍ରସଙ୍ଗ ରହିଛି ହେଲେ ଚାଷୀଙ୍କୁ ନେଇ ରାଜନୀତି କରାନଯାଉ ବୋଲି ସେ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିଜ ମୁଣ୍ଡର ଅଠା ରାଜ୍ୟ ସରକାରଙ୍କ ମୁଣ୍ଡରେ ବୋଳିବାକୁ କେନ୍ଦ୍ରମନ୍ତ୍ରୀ ଅପଚେଷ୍ଟା କରିଛନ୍ତି । ନିଜ ଦୋଷ ଓ ତ୍ରୁଟି ଡାଇଭର୍ଟ କରେଇବା ପାଇଁ ଏପରି ଚିଠି ଲେଖାଯାଇଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.