ETV Bharat / state

କୋଣଠେସା ବିଜେପି ନେତା ଦେଉଛନ୍ତି ହତାଶିଆ ବିବୃତ୍ତି: ବିଜେଡି

ଟୁଇଟ କରି ସସ୍ମିତ କରିଛନ୍ତି ଯେ ରାଜ୍ୟ ସରକାର ଭଲ କାମ କରି ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି । ବିଜେପିର ଏହି ନେତା ଜଣଙ୍କ କାହିଁକି ଭୟଭୀତ ହେଉଛନ୍ତି ଓ ଈର୍ଷା କରୁଛନ୍ତି ? ଏହି ନେତା କହିପାରିବେ କି ଗତ କିଛି ବର୍ଷ ମଧ୍ୟରେ ଓଡିଶାରେ କେତୋଟି କେନ୍ଦ୍ରୀୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଏବଂ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁସନ ଅଫ ଏମିନେନ୍ସ ପ୍ରତିଷ୍ଠା କରାଯାଇଛି ? ଅଧିକ ପଢନ୍ତୁ

କୋଣଠେସା ବିଜେପି ନେତା ଦେଉଛନ୍ତି ହତାଶିଆ ବିବୃତ୍ତି : ବିଜେଡି

author img

By

Published : Jun 13, 2023, 10:15 PM IST

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ନିଜ ଦଳ ଦ୍ବାରା କୋଣଠେସା ହୋଇଛନ୍ତି ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା । ଫଳରେ ସେ ନିରାଶ ଓ ଈର୍ଷାନ୍ବିତ ହୋଇପଡିଛନ୍ତି । ତାହା ଆଜି ସେ ଦେଇଥିବା ବିବୃତ୍ତିରୁ ଜଣାପଡିଯାଉଛି । ଏହା କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲକ୍ଷ୍ୟ କରି ସସ୍ମିତ ଏହା କହିଛନ୍ତି ।

କୋଣଠେସା ବିଜେପି ନେତା ଦେଉଛନ୍ତି ହତାଶିଆ ବିବୃତ୍ତି : ବିଜେଡି
କୋଣଠେସା ବିଜେପି ନେତା ଦେଉଛନ୍ତି ହତାଶିଆ ବିବୃତ୍ତି : ବିଜେଡି

ଟ୍ୱିଟ୍ କରି ସସ୍ମିତ କରିଛନ୍ତି ଯେ ରାଜ୍ୟ ସରକାର ଭଲ କାମ କରି ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି । ବିଜେପିର ଏହି ନେତା ଜଣଙ୍କ କାହିଁକି ଭୟଭୀତ ହେଉଛନ୍ତି ଓ ଈର୍ଷା କରୁଛନ୍ତି ? ଏହି ନେତା କହିପାରିବେ କି ଗତ କିଛି ବର୍ଷ ମଧ୍ୟରେ ଓଡିଶାରେ କେତୋଟି କେନ୍ଦ୍ରୀୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଏବଂ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁସନ ଅଫ ଏମିନେନ୍ସ ପ୍ରତିଷ୍ଠା କରାଯାଇଛି ? ଗତ ନଅ ବର୍ଷ ମଧ୍ୟରେ ସମ୍ବଲପୁରରୁ କଟକ ଏବଂ ଡୁବୁରୀରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଜାତୀୟ ରାଜପଥ ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି । ଏହି ଜାତୀୟ ରାଜପଥଗୁଡିକର ନିର୍ମାଣ ସାରିବା ପାଇଁ ଏହି ନେତା ଜଣଙ୍କ କ'ଣ କରିଛନ୍ତି ? ଏହା ବଦଳରେ ଏହି ନେତା ଓଡ଼ିଶାର ଲୋକଙ୍କୁ ଆଇନହୀନ ବୋଲି କହି ଅପମାନିତ କରନ୍ତି ।

ଓଡିଶା ବିଜେପିରେ ଥିବା ନେତାମାନେ ମିଶନ ଶକ୍ତିର ମହିଳା ଏସଏଚଜି ସଦସ୍ୟ ତଥା ସାଧାରଣ ଜୀବନରେ କାମ କରିବାକୁ ଚାହୁଁଥିବା ମହିଳାମାନଙ୍କୁ ଅପମାନିତ କରନ୍ତି । ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ କିଛି ଟ୍ୱିଟ୍ ମଧ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ । ସେ ହୁଏତ ଜାଣି ନଥିବେ ଆଜି ତାଙ୍କ ଟୁଇଟର ହ୍ୟାଣ୍ଡେଲରେ କ’ଣ ଟ୍ୱିଟ୍ କରାଯାଇଛି । ଆମେ ଶୁଣୁଛୁ ଯେ ଏହି ଟୁଇଟର ହ୍ୟାଣ୍ଡେଲର ପାସୱାର୍ଡ ସମୀରଙ୍କ ପାଖରେ ନାହିଁ । ଧର୍ମେନ୍ଦ୍ରଙ୍କ ଦ୍ବାରା ଯାହା ସ୍କ୍ରିପ୍ଟ ହେଉଛି ତାହା ସମୀରଙ୍କ ଟୁଇଟର ହ୍ୟାଣ୍ଡଲରେ ପୋଷ୍ଟ କରାଯାଉଛି । ରାଜ୍ୟରେ ବିଦ୍ୟୁତ ବିଭ୍ରାଟ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର । ସେହିପରି ୫ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ ସମୀର ।

ବେଶ କିଛି ଦିନର ଅନ୍ତରାଳେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ବିଜେପି । ଉଭୟ ଦଳର ନେତା ମାନେ ଆରୋପ ପ୍ରତ୍ୟାରୋପରେ ପୁଣି ଥରେ ମାତିବା ଆରମ୍ଭ କଲେଣି । ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ, ଉଭଯ ଦଳର ଏହି ଆରୋପ ପ୍ରତ୍ୟାରୋପ ଏବେ ବେଶ ଚର୍ଚ୍ଚାରେ । ଉଭୟ ଦଳର ଏହି ବଳ କଷା କଷି କଣ ପ୍ରଭାବ ପକାଉଛି ଏବେ ଦେଖିବାର କଥା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.