ETV Bharat / state

ବିଧାନସଭା ବଦଳରେ ପାର୍ଲାମେଣ୍ଟ ଆଗରେ ଧାରଣା ଦେବାକୁ ବିଜେପିକୁ ବିଜେଡିର ପରାମର୍ଶ - ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର

ଚାଷୀଙ୍କ ପାଇଁ ବିଧାନସଭା ଆଗରେ ଧାରଣା ଦେବାକୁ ବିଜେପି ଆଜି ଯେଉଁ ଘୋଷଣା କରିଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ଓଡିଶା ବିଧାନସଭା ସମ୍ମୁଖରେ ଧାରଣା ଦେବା ପରିବର୍ତ୍ତେ ବିଜେପି ପାର୍ଲାମେଣ୍ଟ ସମ୍ମୁଖରେ ଧାରଣା ଦେବା ଉଚିତ । ଏହା କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଅଧିକ ପଢନ୍ତୁ

ବିଧାନସଭା ବଦଳରେ ପାର୍ଲାମେଣ୍ଟ ଆଗରେ ଧାରଣା ଦେବାକୁ ବିଜେପିକୁ ବିଜେଡିର ପରାମର୍ଶ

author img

By

Published : Nov 17, 2022, 5:58 PM IST

ଭୁବନେଶ୍ବର: ଚାଷୀଙ୍କ ପାଇଁ ବିଧାନସଭା ଆଗରେ ଧାରଣା ଦେବାକୁ ବିଜେପି ଆଜି ଯେଉଁ ଘୋଷଣା କରିଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ଓଡିଶା ବିଧାନସଭା ସମ୍ମୁଖରେ ଧାରଣା ଦେବା ପରିବର୍ତ୍ତେ ବିଜେପି ପାର୍ଲାମେଣ୍ଟ ସମ୍ମୁଖରେ ଧାରଣା ଦେବା ଉଚିତ । ଏହା କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ବିଜେପି ଆଚରଣରୁ ଜଣାପଡୁଛି, ସେମାନେ ବୋଧେ ଭୁଲିଯାଇଛନ୍ତି ଯେ କେନ୍ଦ୍ରରେ ସେମାନଙ୍କ ଦଳର ସରକାର ଅଛି ।

ବିଧାନସଭା ବଦଳରେ ପାର୍ଲାମେଣ୍ଟ ଆଗରେ ଧାରଣା ଦେବାକୁ ବିଜେପିକୁ ବିଜେଡିର ପରାମର୍ଶ

ଏହାବି ପଢନ୍ତୁ- Padmapur ByPoll: ଚାଷୀଙ୍କ ସହ ଅଛି ବିଜେପି, ବିଜୟ ନେଇ ପ୍ରଦୀପଙ୍କ ଦମ୍ଭୋକ୍ତି

ବିଜେଡି ସାଂସଦ କହିଛନ୍ତି ଯେ, ଧାନ ସଂଗ୍ରହ ଠାରୁ ଆରମ୍ଭକରି ଚାଉଳ ଉଠାଇବା, ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା ଏବଂ ଫସଲ ବୀମା ସମ୍ବନ୍ଧୀୟ ବିଷୟଗୁଡ଼ିକ ହେଉଛି କେନ୍ଦ୍ରର ଦାୟିତ୍ୱ । ବିଜେପି ପାର୍ଲାମେଣ୍ଟ ସମ୍ମୁଖରେ ଏହି ଧାରଣା ଦେଲେ ସବୁଠାରୁ ଭଲ ହେବ । ଏହା ସହିତ ନିଜ ସରକାରଙ୍କୁ ଚାଷୀ ବିରୋଧୀ ମନୋଭାବ ଛାଡିବାକୁ କହିବ । ପାର୍ଲାମେଣ୍ଟ ଆଗରେ ଧାରଣା ଦେବା ସହିତ କେନ୍ଦ୍ରରେ ଥିବା ତାଙ୍କର ସରକାରଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବଢାଇବାକୁ ବିଜେପି ଚାପ ସୃଷ୍ଟିକରୁ ବୋଲି ସସ୍ମିତ ପରାମର୍ଶ ଦେଇଛନ୍ତି । ସର୍ବସମ୍ମତି କ୍ରମେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ଓଡିଶା ବିଧାନସଭାରେ ୨୦୧୮ ମସିହାରେ ଆସିଥିବା ସଙ୍କଳ୍ପକୁ ବିଜେଡି ବିଜେପି ଏବଂ କଂଗ୍ରେସର ସମସ୍ତ ବିଧାୟକ ସହିତ ସମର୍ଥନ କରିଥିଲେ ।

ଏହାବି ପଢନ୍ତୁ- Earphone Impact: ଆଗକୁ ଶ୍ରବଣ ଶକ୍ତି ହରାଇପାରନ୍ତି 100 କୋଟି

ବିଜେପି ଦାବି କରିଥିଲା ଯେ, କୃଷକଙ୍କ ଏମଏସପିକୁ ଉତ୍ପାଦନ ମୂଲ୍ୟର ୧.୫ ଗୁଣ ବୃଦ୍ଧି କରିବେ । ସେମାନେ ତାହା କଲେ ନାହିଁ । ସେହିଭଳି ଏହା ସେହି ସମାନ ବିଜେପି ଥିଲା ଯେଉଁମାନେ ସ୍ୱାମୀନାଥନ କମିଶନ ରିପୋର୍ଟ କାର୍ଯ୍ୟକାରୀ କରିବେ ବୋଲି କହିଥିଲେ । ସେମାନେ ତାହା କଲେ ନାହିଁ । ବିଜେପି କାହାକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ସାର ଅଭାବରୁ ଆରମ୍ଭ କରି ଓଡିଶା ଚାଷୀଙ୍କର ଫସଲ ବୀମାକୁ ଅଟକାଇବା ପର୍ଯ୍ୟନ୍ତ ବିଜେପି ଚାଷୀ ବିରୋଧୀ କାର୍ଯ୍ୟକଳାପରେ ପାରଦର୍ଶୀତା ହାସଲ କରିଛି । ଓଡିଶାର କୃଷକମାନେ ବିଜେପିର ଚାଷୀ ବିରୋଧୀ ମନୋଭାବକୁ ଦେଖୁଛନ୍ତି । ବିଜେପି ଆଉ କୌଣସି ପ୍ରକାରେ ଓଡିଶାର ଚାଷୀଙ୍କୁ ବିଭ୍ରାନ୍ତ କରିପାରିବ ନାହିଁ ବୋଲି ସସ୍ମିତ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.