ETV Bharat / state

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ: ବିଜେପି ସାଂସଦଙ୍କ ଚିଠି ପରେ ଜବାବ ଦେଲା ବିଜେଡି - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜେପି ସାଂସଦଙ୍କ ଦାବି ଓ ଅଭିଯୋଗର ଜବାବ ରଖିଛି ବିଜୁ ଜନତା ଦଳ । ନୂଆଦିଲ୍ଲୀରେ ସାଂସଦ ସସ୍ମିତ ପାତ୍ର କହିଛନ୍ତି ‘‘ କେନ୍ଦ୍ର ସରକାର ଚାହିଁଲେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବ । ଏଥିପାଇଁ ସମ୍ବିଧାନ କ୍ଷମତା ଦେଇଛି । ଭାରତୀୟ ସମ୍ବିଧାନର କେନ୍ଦ୍ର ତାଲିକାର ଏଣ୍ଟ୍ରି-୭୮ ଅଧୀନରେ ନିଜର କ୍ଷମତାକୁ ବ୍ୟବହାର କରି କେନ୍ଦ୍ର ସରକାର ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିପାରିବେ । ଅଧିକ ପଢନ୍ତୁ

Bjd MP Sasmit Patra Pressmeet counter on bjp mp over high court bench in westarn odisha
Etv Bharatହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ: ବିଜେପି ସାଂସଦଙ୍କ ଚିଠି ପରେ ଜବାବ ଦେଲା ବିଜେଡି
author img

By

Published : Dec 16, 2022, 7:55 PM IST

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ: ବିଜେପି ସାଂସଦଙ୍କ ଚିଠି ପରେ ଜବାବ ଦେଲା ବିଜେଡି

ନୂଆଦିଲ୍ଲୀ: ଆଇନଜୀବିଙ୍କ ଗିରଫଦାରୀ ବନ୍ଦ କରାଯାଉ । ଗିରଫ ଓକିଲଙ୍କୁ ତୁରନ୍ତ ମୁକ୍ତ କରାଯାଉ । ସମ୍ବଲପୁର ଜିଲ୍ଲାରେ ସ୍ବାଭାବିକ ସ୍ଥିତି ଫେରାଇ ଆଣନ୍ତୁ ରାଜ୍ୟ ସରକାର । ଓକିଲଙ୍କ ଲାଇସେନ୍ସ ସଚଳ କରାଯାଉ । ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik)ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ । ଏଭିଳ ଦାବି ନେଇ ଆଜି ନୂଆଦିଲ୍ଲୀରେ ‘ପଶ୍ଚିମ ଓଡିଶା ବିଜେପି ସାଂସଦ’ ( Bharatiya Janata Party Parliamentarians from Odisha)ମାନେ ପ୍ରେସମିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛନ୍ତି । ବିଜେପି ସାଂସଦଙ୍କ ଦାବି ଓ ଅଭିଯୋଗର ଜବାବ ରଖିଛି ବିଜୁ ଜନତା ଦଳ ।

ଏହାବି ପଢନ୍ତୁ- Lawyers Licence Suspension: ସ୍ୱାଭାବିକ ସ୍ଥିତି ଫେରାଇ ଆଣନ୍ତୁ ମୁଖ୍ୟମନ୍ତ୍ରୀ: ପଶ୍ଚିମ ଓଡିଶା ବିଜେପି ସାଂସଦ

ପଶ୍ଚିମ ଓଡିଶାର 5 ଜଣ ବିଜେପି ସାଂସଦ ବରଗଡ ସାଂସଦ ସୁରେଶ ପୂଜାରୀ, ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ମିଳିତ ଭାବେ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ସହ ଓକିଲ ମାନଙ୍କ ମୁକ୍ତ ପାଇଁ ମଧ୍ୟ ଦାବି କରିଛନ୍ତି । ଏତତ ବ୍ୟତୀତ ସମ୍ବଲପୁରରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ମଧ୍ୟ ଦାବି କରିଛନ୍ତି ।

ସେପେଟ ବିଜେପି ସାଂସଦଙ୍କ ଦାବି ଓ ଅଭିଯୋଗର ଜବାବ ରଖିଛି ବିଜୁ ଜନତା ଦଳ । ନୂଆଦିଲ୍ଲୀରେ ସାଂସଦ ସସ୍ମିତ ପାତ୍ର କହିଛନ୍ତି, ‘‘କେନ୍ଦ୍ର ସରକାର ଚାହିଁଲେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ହୋଇପାରିବ । ଏଥିପାଇଁ ସମ୍ବିଧାନ କ୍ଷମତା ଦେଇଛି । ଭାରତୀୟ ସମ୍ବିଧାନର କେନ୍ଦ୍ର ତାଲିକାର ଏଣ୍ଟ୍ରି-୭୮ ଅଧୀନରେ ନିଜର କ୍ଷମତାକୁ ବ୍ୟବହାର କରି କେନ୍ଦ୍ର ସରକାର ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିପାରିବେ । ବିଜୁ ଜନତା ଦଳ ପକ୍ଷରୁ ଆମେ ସ୍ପଷ୍ଟ କରୁଛୁ ଯେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଏଥିପାଇଁ 5 ସେପ୍ଟମ୍ବର 2018ରେ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ । ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଅବଗତ କରିଥିଲେ ଯେ, ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପାଇଁ ଯାହା ଆବଶ୍ୟକତା ଅଛି, ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତିବଦ୍ଧ । ଏହାସତ୍ବେ କେନ୍ଦ୍ର ସରକାର କାହିଁକି ଓଡିଶା ହାଇକୋର୍ଟଙ୍କ ସହ ପରାମର୍ଶ କରି ପଦକ୍ଷେପ ନେଉନାହାଁନ୍ତି ? ଏହା ଆମକୁ ଆଶ୍ଚର୍ଯ୍ୟ କରିଛି ।’’

ଏହାବି ପଢନ୍ତୁ- Lok Sabha: ଖଣି ଦୂର୍ନୀତି ପ୍ରସଙ୍ଗ ଉଠାଇଲେ ସାଂସଦ ଅପରାଜିତା ଷଡଙ୍ଗୀ

କିନ୍ତୁ କାହିଁକି ତାହା କେନ୍ଦ୍ର ସରକାର କରୁନାହାଁନ୍ତି, ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ହେଲେ ନିର୍ବାଚନ ଆସିଲେ ଭାରତୀୟ ଜନତା ପାର୍ଟି ରାଜନୈତିକ ସ୍ବାର୍ଥ ହାସଲ ପାଇଁ ହାଇକୋର୍ଟ ବେଞ୍ଚ କଥା ଉଠାଏ । ନିର୍ବାଚନ ସରିଗଲେ ପୁଣି ଭୁଲି ଯାଆନ୍ତି ବୋଲି କହିଛନ୍ତି ।

ଇଟିଭି ଭାରତ, ନୂଆଦିଲ୍ଲୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.