ETV Bharat / state

ଦୁର୍ବଳ ଟେଲି ଡେନସିଟିରେ 5G ସେବା ଦିନରେ ଲଣ୍ଠନ ଦେଖାଇବା ସଦୃଶ: ଅମର ପଟ୍ଟନାୟକ

author img

By

Published : Jan 5, 2023, 3:22 PM IST

ଯେଉଁ ଗ୍ରାମୀଣ ଅଞ୍ଚଳରେ ଟେଲିକମ ସେବା ଅଛି, ତାହା ଅତି ଦୁର୍ବଳ । ଲୋକେ ଘର ଉପରେ, ଗଛ ଚଢି ଓ ପାହାଡ଼ ଚଢି ସେବା ପାଇବାକୁ ଚେଷ୍ଟା କରୁଛନ୍ତି । ଛାତ୍ରଛାତ୍ରୀଙ୍କ ଶିକ୍ଷା ବାଧାପ୍ରାପ୍ତ ହୋଇଛି । ଯାହା କୋଭିଡ଼ ସମୟରେ ସମସ୍ତେ ଦେଖିଛନ୍ତି । ଦୁର୍ବଳ ଟେଲି ଡେନସିଟିରେ 5ଜି ସେବା କଥା କହିବା ଦିନ ବେଳା ଲଣ୍ଠନ ଦେଖାଇବା ସଦୃଶ କହିଲେ ସାଂସଦ ଅମର ପଟ୍ଟନାୟକ । ଅଧିକ ପଢନ୍ତୁ

bjd mp amar patnaik
ଅମର ପଟ୍ଟନାୟକ
ଅମର ପଟ୍ଟନାୟକ

ଭୁବନେଶ୍ବର:ଆଜିଠାରୁ ଓଡିଶାରେ ଆରମ୍ଭ ହୋଇଛି 5G ସେବା । କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ କେବଳ ଟ୍ୱିନ୍ ସିଟିରେ 5G ସେବା ଉପଲବ୍ଧ ହୋଇଛି । ପରେ ସହାରାଞ୍ଚଳ ଓ ଧୀରେ ଧୀରେ ସାରା ରାଜ୍ୟର ଗ୍ରାମାଞ୍ଚଳରେ ଏହି ସେବା ଉପଲବ୍ଧ ହେବ । ଅନ୍ୟପଟେ 5G ସେବାକୁ ବିଜୁ ଜନତା ଦଳ ସ୍ୱାଗତ କରିଥିବାବେଳେ ଟେଲି ଡେନସିଟିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ।

ଗ୍ରାମୀଣ ଅଞ୍ଚଳରେ ଟେଲି ସଂଯୋଗ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସେ କହିଛନ୍ତି ଯେ, ''ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ 5ଜି ସେବାର ଶୁଭାରମ୍ଭ କରିଛନ୍ତି । 5ଜି ସେବାକୁ ବିଜୁ ଜନତା ଦଳ ସ୍ୱାଗତ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ 5ଟି ମଡେଲ କାର୍ଯ୍ୟ କରୁଛି । ସେଥିରେ ବଡ଼ ଅଙ୍ଗ ହେଉଛି ଟେକ୍ନୋଲୋଜି । ଟେକ୍ନୋଲୋଜି ବ୍ୟବହାର କରି ଲୋକଙ୍କ ପାଖରେ ସେବା ପହଁଚା ଯାଉଛି । ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ସହ ଅନ୍ୟାନ୍ୟ କ୍ଷେତ୍ରରେ ଏହାକୁ ବହୁଳ ଭାବେ ଲୋକଙ୍କ ପାଖରେ ସେବା ପହଁଞ୍ଚାଯାଉଛି । ସେଥିପାଇଁ ଓଡ଼ିଶାରେ ଟ୍ରାନ୍ସଫରମେଶନ ସୃଷ୍ଟି ହୋଇଛି । ନୂତନ ଟେକ୍ନୋଲୋଜିକୁ ଗ୍ରହଣ କରିବାରେ ଓଡ଼ିଶା ଆଗରେ ରହିଛି ।

5ଜି ସେବାକୁ ବିଜେଡି ସ୍ୱାଗତ କରୁଥିବାବେଳେ ଏହା ଏକ ପ୍ରଚାର ସର୍ବସ୍ବ ସେବା ହୋଇ ରହିନଯାଉ । ଓଡ଼ିଶାର ଟେଲି ଡେନସିଟି ହାରାହାରି 75 ପ୍ରତିଶତ ରହିଛି । ସେହିପରି ଓଡ଼ିଶାର ଗ୍ରାମୀଣ ଅଞ୍ଚଳରେ ଟେଲି ଡେନସିଟି ମାତ୍ର 62 ପ୍ରତିଶତ ରହିଛି । ଜୁଲାଇ ମାସ 2022ରେ ଟ୍ରାଇ ପକ୍ଷରୁ ଏହା ଜାରି କରାଯାଇଛି । ଟେଲି ଡେନସିଟି କ୍ଷେତ୍ରରେ ଭାରତର ସବୁଠାରୁ ପଛୁଆ 5 ରାଜ୍ୟ ଭିତରେ ଓଡ଼ିଶା ରହିଛି । ନର୍ଥ ଇଷ୍ଟରେ 78 ପ୍ରତିଶତ ଅଛି ଟେଲି ଡେନସିଟି। ସେହିପରି ଜାମ୍ମୁ କାଶ୍ମୀରରେ ଟେଲି ଡେନସିଟି ହେଉଛି 80 ପ୍ରତିଶତ । ଟେଲି ଡେନସିଟିର ଜାତୀୟ ହାର 85 ପ୍ରତିଶତ ରହିଛି । ଏଥିରୁ ଜଣାପଡୁଛି ଟେଲି ଡେନସିଟି କ୍ଷେତ୍ରରେ ଓଡ଼ିଶା ଅବହେଳିତ ହୋଇ ରହିଛି ।

ଯେତେବେଳେ ରାଜ୍ୟରେ 2ଜି କିମ୍ବା 3ଜି ସେବା ଠିକ ସେ ମିଳୁନାହିଁ, ସେତେବେଳେ 5ଜି ସେବା କେମିତି ପହଁଞ୍ଚିବ ସେଥିରେ ସନ୍ଦେହ ସୃଷ୍ଟି ହେଉଛି । ଟେଲି ଡେନସିଟି ନବଢ଼ିଲେ ଲୋକଙ୍କ ପାଖରେ ସେବା ପହଁଞ୍ଚିବା ସମ୍ଭବ ହେବନାହିଁ । ଓଡ଼ିଶାର 6278 ଗାଁ ଅଛି ଯେଉଁଠି ମୋବାଇଲ କିମ୍ବା ଇଣ୍ଟରନେଟ ସେବା ପହଁଞ୍ଚିପାରିନାହିଁ । ଯାହା ଭାରତବର୍ଷର ସବୁଠାରୁ ଅଧିକ । ସବୁ ଗାଁରେ ମୋବାଇଲ ସେବା ପହଁ ଲାଗି ଓଡ଼ିଶାରେ 2500 ଟି ଟାୱାର ଆବଶ୍ୟକ ଅଛି,ଏହା ସଂଦରେ କୁହାଯାଇଛି । ସେଥିରୁ ମାତ୍ର 488ଟି ଟାୱାର ନିର୍ମାଣ ଲାଗି ଅନୁମୋଦନ କରାଯାଇଛି । ଆଉ 2000 ଟାୱାର କେବେ ନିର୍ମାଣ ହେବ ସେନେଇ କୌଣସି ସୂଚନା ନାହିଁ ।

ଯେଉଁ ଗ୍ରାମୀଣ ଅଞ୍ଚଳରେ ଟେଲିକମ ସେବା ଅଛି, ତାହା ଅତି ଦୁର୍ବଳ । ଲୋକେ ଘର ଉପରେ, ଗଛ ଚଢି ଓ ପାହାଡ଼ ଚଢି ସେବା ପାଇବାକୁ ଚେଷ୍ଟା କରୁଛନ୍ତି । ଛାତ୍ରଛାତ୍ରୀଙ୍କ ଶିକ୍ଷା ବାଧାପ୍ରାପ୍ତ ହୋଇଛି । ଯାହା କୋଭିଡ଼ ସମୟରେ ସମସ୍ତେ ଦେଖିଛନ୍ତି । ଦୁର୍ବଳ ଟେଲି ଡେନସିଟିରେ 5ଜି ସେବା କଥା କହିବା ଦିନ ବେଳା ଲଣ୍ଠନ ଦେଖାଇବା ସଦୃଶ । 25 ପ୍ରତିଶତ ଲୋକଙ୍କ ପାଖରେ ମୋବାଇଲ ସେବା ପହଁଞ୍ଚୁ ନାହିଁ । ଯେଉଁଠି ଅଛି ସେଠାରେ ଇଣ୍ଟରନେଟର କ୍ୱାଲିଟି ନାହିଁ । ଲୋକ ସରକାରୀ ସେବା ପାଇବାରେ ବିଫଳ ହେଉଛନ୍ତି ।

ସଂସଦ ପାଖରେ 5ଜି ସେବା ଠିକ ସେ ମିଳିପାରିନାହିଁ । ଠିକ ଟେଲି ଡେନସିଟି ପାଇବା ଓଡ଼ିଶାବାସୀଙ୍କ ହକ । ଗ୍ରାମୀଣ ଅଞ୍ଚଳରେ ଟେଲି ଯୋଗାଯୋଗ ସୁଦୃଢ ନକଲେ 5ଜି ସେବା ରାଜ୍ୟରେ ଡିଜିଟାଲ ଇନିକ୍ୟୁଟି ବଢ଼େଇବ । ରାଜ୍ୟର ଗ୍ରାମୀଣ ଅଞ୍ଚଳରେ ଟେଲି ସଂଯୋଗ ନେଇ କେନ୍ଦ୍ରମନ୍ତ୍ରୀ କୌଣସି ତଥ୍ୟ ରଖିନାହାନ୍ତି । କେତେ ସମୟ ଭିତରେ ଏହା ହେବ ସେ ବାବଦରେ ମଧ୍ୟ ସଂସଦରେ ସୂଚନା ଦିଆଯାଉନାହିଁ । ଟେଲି ଡେନସିଟି ନଥିବା ଅଞ୍ଚଳରେ ଆଦିବାସୀ ଲୋକ ରହୁଛନ୍ତି । ଏହା ବିଶେଷ ଭାବେ ମାଓ ପ୍ରଭାବିତ ଅଞ୍ଚଳ । ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ସେବା ପହଞ୍ଚାଇବା ପ୍ରାଥମିକତା ରହିବା କଥା । 5ଜି ସେବାକୁ ସ୍ୱାଗତ କରୁଛୁ । ଓଡ଼ିଶାବାସୀ ଅଧିକ ଟେଲି ସଂଯୋଗ ଆବଶ୍ୟକ କରୁଛନ୍ତି ।

ଇଟିଭି ଭାତର, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.