ETV Bharat / state

Mission 2024: ବିଜେଡି କହିଲା 125 ଆସନ ଜିତିବୁ, ବିଜେପିର କଡା ଜବାବ, କଂଗ୍ରେସ କହିଲା ଆମେ ପାଉଁଶ ଗଦାରୁ ଉଠି ଛିଡାହେବୁ - ବିଧାୟକ ସୁଶାନ୍ତ ସିଂ

ଚବିଶ ଲଢେଇ ( Battle 2024) ପାଇଁ ଜୋରଦାର ପ୍ରସ୍ତୁତି । ପଦ୍ମପୁର ୱାର୍ମଅପରେ ବିଜେଡିର ସୁପର ଶୋ ପରେ ଫାଇନାଲ ଲଢେଇ ପାଇଁ ଦଳର ଜୋଶ ଏବେ ଆକାଶ ଛୁଆଁ । ଷଷ୍ଠ ଥର ପାଇଁ ବିଜେଡି କ୍ଷମତା ବଜାୟ ରଖିବା ପାଇଁ ରଣନୀତି ଆରମ୍ଭ କରିଦେଇଛି । ଅଧିକ ପଢନ୍ତୁ

Mission 2024: ବିଜେଡି କହିଲା 125 ଆସନ ଜିତିବୁ, ବିଜେପିର କଡା ଜବାବ, କଂଗ୍ରେସ କହିଲା ଆମେ...

author img

By

Published : Dec 10, 2022, 9:44 PM IST

Mission 2024: ବିଜେଡି କହିଲା 125 ଆସନ ଜିତିବୁ, ବିଜେପିର କଡା ଜବାବ, କଂଗ୍ରେସ କହିଲା ଆମେ...

ଭୁବନେଶ୍ବର: ଚବିଶ ଲଢେଇ ( Battle 2024) ପାଇଁ ଜୋରଦାର ପ୍ରସ୍ତୁତି । ପଦ୍ମପୁର ୱାର୍ମଅପରେ ବିଜେଡିର ସୁପର ଶୋ ପରେ ଫାଇନାଲ ଲଢେଇ ପାଇଁ ଦଳର ଜୋଶ ଏବେ ଆକାଶ ଛୁଆଁ । ଷଷ୍ଠ ଥର ପାଇଁ ବିଜେଡି କ୍ଷମତା ବଜାୟ ରଖିବା ପାଇଁ ରଣନୀତି ଆରମ୍ଭ କରିଦେଇଛି ।

ଏହାବି ପଢନ୍ତୁ- ଭୁଲିଯିବା ଉଚିତ ନୁହେଁ ପଦ୍ମପୁରରେ ଆମେ 78ହଜାର ଭୋଟ ପାଇଛୁ: ଧର୍ମେନ୍ଦ୍ର ପ୍ରଧାନ

ଏନେଇ ଆଜି ବିଜେଡି ବିଧାୟକ ସୁଶାନ୍ତ ସିଂ (BJD MLASushant Singh) କହିଛନ୍ତି, ‘‘ଚବିଶ ଲଢେଇ ପାଇଁ ବିଜେଡିର ମିଶନ 125 ରହିଛି । ବିଜେପି ଗଡ ପଶ୍ଚିମ ଓଡିଶାକୁ ପୁରା ଦଖଲ ପାଇଁ ଦଳ ଯୋଜନା କରିଛି । ପଶ୍ଚିମ ଓଡିଶାର 36 ଆସନରୁ ଦଳ 30 ରୁ ଅଧିକ ଆସନ ଦଖଲ ପାଇଁ ଯୋଜନା କରିଛି । ସୁଶାନ୍ତ ଆହୁରି କହିଛନ୍ତି 2019 ରେ ମୁଖ୍ୟମନ୍ତ୍ରୀ ବରଗଡରୁ ନିର୍ବାଚନ ଲଢିବା ପରେ ବରଗଡର ସମସ୍ତ ଆସନ ବିଜେଡି ଜିତିଥିଲା । ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ପଶ୍ଚିମ ଓଡିଶାରୁ ଲଢିବା ପାଇଁ ନିବେଦନ କରିବୁ ।’’

ଏହାବି ପଢନ୍ତୁ- ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଯିବା ପୂର୍ବରୁ କଂଗ୍ରେସ ସହ ଡିଲ କରିଥିଲା ବିଜେଡି: ବିରୋଧୀ ଦଳନେତା

ସେପଟେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କୁ ବିଜେପି କଡା ଜବାବ ଦେଇଛି । ରାଜନୀତିରେ ଅହଙ୍କାର ବଢିଲେ ଏଭଳି ଦମ୍ଭୋକ୍ତି ଦେଖାନ୍ତି । ଦଳୀୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, ‘‘ପଦ୍ମପୁର ଜିତିବା ପରେ ବିଜେଡିର ଅହଙ୍କାର ବଢିଯାଇଛି । ଭାରତୀୟ ଜନତା ପାର୍ଟି ଏକ ଜାତୀୟ ଦଳ । ବିକାଶର ମାପକାଠି ନେଇ ଆମେ 2024 ନିର୍ବାଚନ ଲଢିବୁ । ଜନତାଙ୍କ ପାଖକୁ ଯିବ । ଜନତା ଯାହା ନିର୍ଣ୍ଣୟ କରିବେ ତାହା ହିଁ ହେବ । 2024 ହେବ ଓଡିଶା ରାଜନୀତିର ପରିବର୍ତ୍ତନର ବର୍ଷ ବୋଲି ଦିଲ୍ଲୀପ କହିଛନ୍ତି ।’’

ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ ବିଜେଡିକୁ କଟାକ୍ଷ କରି କହିଛନ୍ତି, ପଦ୍ମପୁର ଜିତିବା ପାଇଁ ବିଜେଡି କେତେ କସରତ କରିଛି ସୁଶାନ୍ତ ସିଂ ବୋଧେ ଭୁଲିଯାଇଛନ୍ତି ? ଅର୍ଥ, ସରକାରୀ କଳ ଲଗାଇ ବିଜେଡି ନିର୍ବାଚନ ଜିତିଛି । ଆମେ ଅତିବେଶୀରେ 50 ରୁ 60 ଆସନ ଜିତିବୁ, ହେଲେ ମେଣ୍ଟ କରି ସରକାର କଂଗ୍ରେସ ଗଠନ କରିବ ବୋଲି ସୁର କହିଛନ୍ତି । ସେହିପରି ଦଳୀୟ ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ବର ବେହେରା ମଧ୍ୟ କହିଛନ୍ତି ବିଜେଡି ଉପନିର୍ବାଚନ ଜିତି ଅତ୍ୟନ୍ତ ଉଲ୍ଲସିତ । 125 ଆସନ ଜିତିବା ଦାବି କରିବା ବିଚିତ୍ର ନୁହେଁ । କିନ୍ତୁ କଂଗ୍ରେସ ପାଉଁଶରୁ ଉଠିକି ଆସିବ ।

ଏହାବି ପଢନ୍ତୁ- ମାଲଦ୍ୱୀପରୁ ପୁଣି ବୋଲ୍ଡ ଫଟୋ ସେୟାର କଲେ ଜାହ୍ନବୀ କପୁର

ପଦ୍ମପୁର ଉପନିର୍ବାଚନ ପରେ 2024 ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ । ବିଜେଡି ବିଜେପି ଓ କଂଗ୍ରେସ ଏହି ୱାର୍ମଅପରୁ ନିଜ ଭୁଲଭଟକା ସମୀକ୍ଷା କରି ଫାଇନାଲ ଲଢେଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏବେ ଅପେକ୍ଷା ସବୁ ଦଳର ଦାବି ପରେ କିଏ ହେଉଛି ଚବିଶ ଚମ୍ପିଆନ ?

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.