ETV Bharat / state

ଦୁର୍ଭାଗ୍ୟଜନକ ବକ୍ତବ୍ୟ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ: ବିଜେଡି - ନିର୍ମଳା ସୀତାରମଣ ବକ୍ତବ୍ୟ ନେଇ ବିଜେଡି ପ୍ରତିକ୍ରିୟା

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଇଖିବା ମନ୍ତବ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଶଶିଭୂଷଣ ବେହେରା । ଅଧିକ ପଢନ୍ତୁ

ବିଜେଡି ବିଧାୟକ ଶଶିଭୂଷଣ ବେହେରା
bjd mla rection on nirmala sitharaman statement
author img

By

Published : Feb 19, 2023, 12:29 PM IST

Updated : Feb 19, 2023, 1:01 PM IST

bjd mla rection on nirmala sitharaman statement

ଭୁବନେଶ୍ବର: ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଇଥିବା ବକ୍ତବ୍ୟକୁ ନେଇ ବିଜେଡି ଅସନ୍ତୋଷ ପ୍ରକାଶ କରିଛି । ''ଓଡ଼ିଶା ଆସି ଏକ ଦୁର୍ଭାଗ୍ୟଜନକ ବକ୍ତବ୍ୟ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀଙ୍କ ବକ୍ତବ୍ୟ ସାଢ଼େ 4 କୋଟି ଓଡ଼ିଆଙ୍କୁ ବାଧିଛି । ଯାହାକୁ କେବେ ବି ବରଦାସ୍ତ କରାଯାଇପାରିବ ନାହିଁ । ଆମେ ଆମ ଦାବି ଦୋହରାଇ ଚାଲିବୁ ।'' ଏହା କହିଛନ୍ତି ବିଜେଡି ବିଧାୟକ ଶଶୀଭୂଷଣ ବେହେରା ।

ବିଧାୟକ ଶଶୀଭୂଷଣ କହିଛନ୍ତି ଯେ, ଓଡିଶାରେ ବିଗତ ବର୍ଷମାନଙ୍କର ଆର୍ଥିକ ସ୍ଥିତି ବାବଦରେ ସେ ଅବଗତ ଅଛନ୍ତି । ଅର୍ଥମନ୍ତ୍ରୀ ପାର୍ଲିଆମେଣ୍ଟରେ ତାଙ୍କର ଦକ୍ଷତା ପ୍ରମାଣିତ କରୁଛନ୍ତି । ଓଡ଼ିଶା ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ରାଜ୍ୟ । ସାଂସଦ ଥିବା ସମୟରେ ରଘୁରାମ ରାଜନ କମିଟିକୁ ଆମେ ଭେଟିଥିଲୁ । ସେତେବେଳେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଉଚ୍ଛେଦ ନିଷ୍ପତ୍ତି କେନ୍ଦ୍ର ସରକାରରେ ହୋଇନଥିଲା । ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଓଡ଼ିଶା ସମସ୍ତ ସର୍ତ୍ତ ପୂରଣ କରୁଛି । ତେଲେଙ୍ଗାନା-ଆନ୍ଧ୍ରପ୍ରଦେଶ ବିଭାଜନ ସମୟରେ ମଧ୍ୟ ଓଡ଼ିଶାର ଦାବି ବହୁ ପୁରୁଣା ଥିଲା । ତେଲେଙ୍ଗାନାଙ୍କୁ ଯଦି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦିଆଗଲା, ଓଡିଶା ବାବଦରେ ମଧ୍ୟ ଏହି ନିଷ୍ପତ୍ତି ନିଆଯାଇ ପାରିଥାନ୍ତା । ଯଦି ସେ ନିଷ୍ପତ୍ତି ନିଆଯାଇପାରିନାହିଁ, ପରବର୍ତ୍ତୀ ଅବସ୍ଥାରେ ଫୋକ୍ସ ଷ୍ଟେଟ ଭାବେ ଗୁରୁତ୍ବ ଦିଆଯାଇପାରିଥାନ୍ତା ।

ଏହା ବି ପଢନ୍ତୁ...ଓଡ଼ିଶାକୁ କେବେ ବି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମିଳିପାରିବ ନାହିଁ: କେନ୍ଦ୍ର ଅର୍ଥମନ୍ତ୍ରୀ

ଶଶିଭୂଷଣ ଆହୁରି କହିଛନ୍ତି, ''ଏହିପରି ଏକ ଗୁରୁତ୍ବପୂର୍ଣ୍ଣ ଦାବିକୁ ଲଗାତାର ଭାବରେ ସରକାର ପ୍ରତ୍ୟାଖାନ କରିଛନ୍ତି ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ । ଅନ୍ୟ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଙ୍କୁ ଯେଉଁପରି ଗୁରୁତ୍ବ ଦିଆଯାଇ 90.10 ପ୍ରତିଶତ ଯୋଜନା କାର୍ଯ୍ୟକାରୀ ହେଉଛି । 90 ପ୍ରତିଶତ ଅର୍ଥ କେନ୍ଦ୍ର ବହନ କରୁଥିବାବେଳେ ରାଜ୍ୟ ଖର୍ଚ୍ଚ କରୁଛି 10 ପ୍ରତିଶତ । ଏମିତି ହୋଇଥିଲେ ଓଡ଼ିଶାର ସାମଗ୍ରିକ ବିକାଶ ହେବାରେ ସହାୟକ ହୋଇଥାନ୍ତା । ରାଜ୍ୟକୁ ଆସି ଏଭଳି ବକ୍ତବ୍ୟ ରାଜ୍ୟବାସୀଙ୍କ ଭିତରେ କ୍ଷୋଭଜାତ କରିଛି । ଏହି ସ୍ଥିତିକୁ ବରଦାସ୍ତ କରିବୁ ନାହିଁ । ଆମ ଦାବିକୁ ଦୋହରାଇ ଚାଲିବୁ । ସଂସଦୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଯେଉଁ ସମ୍ପର୍କ ତାକୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଚିନ୍ତା କରିବା ଉଚିତ । ରାଜ୍ୟର ଯଥାର୍ଥ ଦାବି ପୂରଣ କରିବା ଉଚିତ । କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ଆସି ଏକଥା କହିଗଲେ, ତାହା ସାଢ଼େ 4 କୋଟି ଲୋକଙ୍କୁ ବାଧିଛି । ଏହା ଏକ ପୁରୁଣା ଦାବି । ହଠାତ ଏହି ଦାବି ହୋଇନାହିଁ । ଏହା ଦାବିର ଯଥାର୍ଥତା ସମ୍ପର୍କରେ ବିଧାନସଭାରେ ଆଲୋଚନା ହୋଇପାରେ ।''

ପ୍ରକାଶ ଥାଉ କି, ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଓଡିଶାକୁ କେବେ ବି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳି ପାରିବ ନାହିଁ । ଆଗାମୀ ଦିନରେ ଆଉ କୌଣସି ରାଜ୍ୟକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 19, 2023, 1:01 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.