ETV Bharat / state

ପ୍ରତିଦ୍ବନ୍ଦିତା କରିବାକୁ ନକରାତ୍ମକ ରାଜନୀତିରେ ବିଶ୍ବାସ କରେନି BJD: ଭୂପିନ୍ଦର ସିଂହ - ମଡେଲ ରାଜନୀତିକୁ ନେଇ ପ୍ରତିକ୍ରିୟା

ମଡେଲ ରାଜନୀତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଭୂପିନ୍ଦର ସିଂହ । ବିଜେଡି ନିର୍ବାଚନ ମଡେଲରେ ବିଶ୍ଵାସ କରେନି ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ମଡେଲକୁ ନେଇ ଭୂପିନ୍ଦର ସିଂହଙ୍କ ପ୍ରତିକ୍ରିୟା
ମଡେଲକୁ ନେଇ ଭୂପିନ୍ଦର ସିଂହଙ୍କ ପ୍ରତିକ୍ରିୟା
author img

By

Published : Dec 18, 2022, 7:27 AM IST

ମଡେଲକୁ ନେଇ ଭୂପିନ୍ଦର ସିଂହଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କଲେଣି ପ୍ରମୁଖ ରାଜନୈତିକ ଦଳ । ବିଜେଡି ନେତା ପଦ୍ମପୁର ଓ ବିଜେପି ଧାମନଗର ଉପନିର୍ବାଚନ ମଡେଲରେ ଲଢ଼ିବାକୁ ନେଇ ହେଉଛି ଚର୍ଚ୍ଚା । ତେବେ ଏହି ମଡେଲ ରାଜନୀତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଭୂପିନ୍ଦର ସିଂହ । ବିଜେଡି ନିର୍ବାଚନ ମଡେଲରେ ବିଶ୍ଵାସ କରେନି ବୋଲି ସେ କହିଛନ୍ତି ।

ବିଜେଡିର ନର୍ଲା ବିଧାୟକ ଭୂପିନ୍ଦର ସିଂହ କହିଛନ୍ତି, "କେବଳ ୨୦୨୪ ନୁହେଁ ନିର୍ବାଚନ ଲାଗି ବିଜେଡି ସବୁବେଳେ ପ୍ରସ୍ତୁତ ଅଛି । ବିଜେଡି ନିର୍ବାଚନ ମଡେଲରେ ବିଶ୍ଵାସ କରେନି । ଆମର ମଡେଲ ଫଡେଲ କିଛି ନାହିଁ । କିଏ କଣ ମଡେଲ କଲା ଆମର କିଛି ଯାଏ ଆସେ ନାହିଁ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ୪ କୋଟି ୫୦ ଲକ୍ଷ ଲୋକଙ୍କ ଉପରେ ସବୁବେଳେ ବିଶ୍ବାସ ରଖିଛନ୍ତି । ବିଜେଡି ଲୋକଙ୍କ ସହିତ ଅଛି । ନବୀନ ପଟ୍ଟନାୟକ ଲୋକଙ୍କ ହୃଦୟରେ ବସିଛନ୍ତି । ବିଜେଡି ସେଇ ଲାଇନରେ ଯିବ । ନବୀନ କାହା ସହିତ ପ୍ରତିଦ୍ବନ୍ଦିତା କରିବାକୁ ନକାରାତ୍ମକ ରାଜନୀତିରେ ବିଶ୍ବାସ କରନ୍ତି ନାହିଁ । ସେ ସବୁବେଳେ ପଜିଟିଭ ଥାଆନ୍ତି । ଏକ ହୋଇ ନିର୍ବାଚନ ଲଢ଼ାଯିବ ।" ତେବେ ଦଳ ଭିତରେ ଦଳ ବିରୋଧରେ ଅସନ୍ତୋଷ ନାହିଁ, ଏହା ଅର୍ବାନ ଓ ପଞ୍ଚାୟତ ନିର୍ବାଚନରେ ପ୍ରମାଣିତ ହୋଇସାରିଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.