ETV Bharat / state

LPG Cylinder Price Hike: ରାଜ୍ୟପାଳଙ୍କୁ ଭେଟିଲା ବିଜେଡି ମହିଳା ମୋର୍ଚ୍ଚା

author img

By

Published : Mar 3, 2023, 8:32 PM IST

ଗତକାଲି ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଦଳ ସମାଲୋଚନା କରିଥିବାବେଳେ ଆଜି ବିକ୍ଷୋଭ କରି ନିଷ୍ପତ୍ତି ଉପରେ ପ୍ରତିବାଦ କରିଛି ବିଜେଡି । ଦରଦାମ ନିୟନ୍ତ୍ରଣ ଓ ଗ୍ୟାସ ଦାର ହ୍ରାସ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ପଲ୍ଲୀ ଦିଲ୍ଲୀ ବ୍ୟାପିବ ବୋଲି ଦଳ ଚେତାବନୀ ଦେଇଛି । ଅଧିକ ପଢନ୍ତୁ

LPG Cylinder Price Hike: ରାଜ୍ୟପାଳଙ୍କୁ ଭେଟିଲା ବିଜେଡି ମହିଳା ମୋର୍ଚ୍ଚା
LPG Cylinder Price Hike: ରାଜ୍ୟପାଳଙ୍କୁ ଭେଟିଲା ବିଜେଡି ମହିଳା ମୋର୍ଚ୍ଚା

LPG Cylinder Price Hike: ରାଜ୍ୟପାଳଙ୍କୁ ଭେଟିଲା ବିଜେଡି ମହିଳା ମୋର୍ଚ୍ଚା

ଭୁବନେଶ୍ବର: ଦରଦାମ ବୃଦ୍ଧି ନିୟନ୍ତ୍ରଣ ବାହାରକୁ ଗଲାଣି, ଲଗାମ ଲଗାଉନାହିଁ କେନ୍ଦ୍ର । ତାହା ଉପରେ ପୁଣି ନଗଦ ରନ୍ଧନ ଗ୍ୟାସ ଦର 50 ଟଙ୍କା ବୃଦ୍ଧି ହୋଇଛି । ସିଲିଣ୍ଡର ଦର 11 ଶହ ଟପିଲାଣି । କେନ୍ଦ୍ର ସରକାରଙ୍କର ଏହି ଗରିବ ମାରଣା ନୀତିକୁ ଆଉ ସହି ହେବନି । ଏଥର ଜୋରଦାର ଆନ୍ଦୋଳନ ହେବ । ରାଜରାସ୍ତାକୁ ଓହ୍ଲାଇ ଲଢେଇ କରିବୁ । ଏପରି ଚେତାବନୀ ଦେଇ ରାଜଭବନ ଆଗରେ ଆନ୍ଦୋଳନ କରିଛି ବିଜୁ ମହିଳା ଜନତା ଦଳ । ଦାବି ହେଉଛି, ଦରଦାମ ନିୟନ୍ତ୍ରଣ ଓ ଗ୍ୟାସ ଦର ହ୍ରାସ । ଏହି ମର୍ମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଜରିଆରେ ଦାବିପତ୍ର ଦେଇଛି ଦଳ ।

ଉଦୁଉଦିଆ ଖରାବେଳ । ଲାଗୁଛି ନିଆଁ, ବାହାରୁଛି ଧୂଆଁ । ଟିକେ ଜଳୁଛି, ବେଶୀ ଲିଭୁଛି ଚୁଲି । ଚୁଲି ମୁହଁରେ ବସି ରୋଷେଇ କରୁଛି ମା । ଚୁଲି ଧୂଆଁରେ ଆଖିରୁ ବୋହୁଛି ଲୁହ । ଏହା ହେଉଛି ବିଜୁ ମହିଳା ଜନତା ଦଳ ପକ୍ଷରୁ ଆଜି ରାଜଭବନ ଆଗରେ ଆନ୍ଦୋଳନ ଓ ବିକ୍ଷୋଭ ବେଳର ଦୃଶ୍ୟ । ଗତ 9 ବର୍ଷରେ 3 ଗୁଣା ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦର ଚିତ୍ର । ପ୍ରତିବାଦରେ ସାମିଲ ହୋଇଛନ୍ତି ଦଳର ସାଂସଦ, ବିଧାୟକ, ନେତା, ନେତ୍ରୀ ଓ କର୍ମୀ ।

ଏହାବି ପଢନ୍ତୁ- ମାସ୍କଟ କୁନି ଶୁଭାରମ୍ଭ, ମହିଳା ସଶକ୍ତିକରଣ ସ୍ଲୋଗାନ ନୁହେଁ ବାସ୍ତବତା: ମୁଖ୍ୟମନ୍ତ୍ରୀ

ଗତକାଲି ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଦଳ ସମାଲୋଚନା କରିଥିବାବେଳେ ଆଜି ବିକ୍ଷୋଭ କରି ନିଷ୍ପତ୍ତି ଉପରେ ପ୍ରତିବାଦ କରିଛି ବିଜେଡି । ଦରଦାମ ନିୟନ୍ତ୍ରଣ ଓ ଗ୍ୟାସ ଦାର ହ୍ରାସ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ପଲ୍ଲୀ ଦିଲ୍ଲୀ ବ୍ୟାପିବ ବୋଲି ଦଳ ଚେତାବନୀ ଦେଇଛି । ପ୍ରତିବାଦ ପରେ ରାଜଭବନକୁ ପଦଯାତ୍ରାରେ ଯାଇଥିଲା ଥିଲେ ବିଜେଡି ନେତା ଓ କର୍ମୀ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ଦେଇଛି ଦଳ । ଦଳ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାର ହାତରେ ନମାରି ଭାତରେ ମାରୁଛନ୍ତି । ମୋଦି ସରକାର କ୍ଷମତାକୁ ଆସିବା ପରେ ବଢି ଚାଲିଛି ରନ୍ଧନ ଗ୍ୟାସ ଦର । ଗତ 9 ବର୍ଷରେ କେନ୍ଦ୍ର ସରକାର 3 ଗୁଣା ରନ୍ଧନ ଗ୍ୟାସ ଦର ବୃଦ୍ଧି କରିଛନ୍ତି ।

ନଗଦ ରନ୍ଧନ ଗ୍ୟାସ ଦର 50 ଟଙ୍କା ବୃଦ୍ଧି ହୋଇଛି । ଗରିବ ଲୋକଙ୍କର ମାସିକ 5 କିଲୋ ଚାଉଳ କାଟିବା ପରେ ଗ୍ୟାସ ଦର ବୃଦ୍ଧି ହାଣ୍ଡିଶାଳ ଉପରେ ଦୋହରା ମାଡ ସଦୃଶ । ମା ଏବଂ ଭଉଣୀଙ୍କ ଆଖିରେ ଲୁହ ଦେଖି କେନ୍ଦ୍ର ସରକାରଙ୍କର ନୀରବତା ଭାଙ୍ଗୁ । ବିଜେଡିର ବିକ୍ଷୋଭ ଓ ଆନ୍ଦୋଳନରେ ବିଜେଡି ସାଂସଦ ସୁଲତା ଦେଓ, ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅରୁଣ ସାହୁ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ମୁଖପାତ୍ର ଶ୍ରୀମୟୀ ମିଶ୍ର, ଇପ୍ସିତା ସାହୁ, ସ୍ୱାଗତିକା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.