ETV Bharat / state

ଧାମନଗର ଝଟକା ପରେ ପଦ୍ମପୁର ଚିନ୍ତା, କଣ ରହିବ ବିଜେଡିର ରଣନୀତି ?

ଧାମନଗର ପରେ ଏବେ ପଦ୍ମପୁର ଉପନିର୍ବାଚନ ନେଇ ଆରମ୍ଭ ହୋଇଛି ଅଙ୍କକଷା । ଧାମନଗର ହାତରୁ ଯିବା ପରେ ଶାସକ ଦଳରେ ହଲଚଲ । ଡିସେମ୍ବରରେ ହେବାକୁ ଥିବା ପଦ୍ମପୁର ଫାଇଟ୍ ପାଇଁ ୬ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛି ବିଜେଡି । ଅଧିକ ପଢ଼ନ୍ତୁ

author img

By

Published : Nov 8, 2022, 9:29 PM IST

BJD made blue print for padampur By poll after defeat from Dhamnagar By Poll
ଧାମନଗର ପରେ ପଦ୍ମପୁର ଚିନ୍ତା, କଣ ରହିବ ବିଜେଡିର ରଣନୀତି ?

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ନେଇ ଏବେଠାରୁ ରାଜନୈତିକ ଦଳଗୁଡ଼ିକ ପାଗ ଭିଡ଼ିବାରେ ଲାଗିଲେଣି । ଏଥିରେ ଉଭୟ ଶାସକ ଓ ବିରୋଧୀ ଦଳ ସାମିଲ ରହିଛନ୍ତି । ଧାମନଗରରେ ଚିତପଟାଙ୍ଗ୍‌ ହେବାପରେ ଏବେ ପଦ୍ମପୁର ଦଖଲ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଶାସକ ବିଜେଡି । ଏଥିପାଇଁ ୬ ଜଣ ମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ । ସେପଟେ ବିଜେଡି ଉପରେ ଧାମନଗର ପ୍ରଭାବ ପଡ଼ିଛି ବୋଲି ମତ ରଖିଛନ୍ତି ରାଜନୀତି ସମୀକ୍ଷକ । ବିଜେପି ମଧ୍ୟ ପଦ୍ମପୁର ଦଖଲ କରିବା ପାଇଁ ବିନ୍ଦୁ ବିସର୍ଗ ଛାଡ଼ିବ ନାହିଁ ବୋଲି କହିଛି । ତେବେ ଧାମନଗର ଫଳାଫଳରୁ କିଛି ଶିଖିବ କି ବିଜେଡି ?

'ପ୍ରାର୍ଥୀଙ୍କ ଗ୍ରହଣୀୟତା ଉପରେ ପ୍ରାଧାନ୍ୟ'

ଧାମନଗର ଉପନିର୍ବାଚନ ଫଳାଫଳ ଏବେ ପଦ୍ମପୁର ଉପନିର୍ବାଚନ ପାଇଁ ରଣନୀତି ଆରମ୍ଭ ହୋଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ । ସେ କହିଛନ୍ତି, "ଧାମନଗର ଉପନିର୍ବାଚନ ଫଳାଫଳର କୌଣସି ପ୍ରଭାବ ଅନ୍ୟ ନିର୍ବାଚନ ଉପରେ ପଡିବ ନାହିଁ । ଏହା ଏକ ସାମୟିକ ପରାଜୟ ମାତ୍ର । କିନ୍ତୁ ବିଜେଡି ପଦ୍ମପୁର ଉପନିର୍ବାଚନ ବେଳକୁ ଦୁଇଟି କଥା ଉପରେ ଗୁରୁତ୍ବ ଦେବା ଦରକାର । ନେତାଙ୍କ ଭାବମୂର୍ତ୍ତି ଏବଂ ପ୍ରାର୍ଥୀଙ୍କ ଗ୍ରହଣୀୟତା ଉପରେ ପ୍ରାଧାନ୍ୟ ଦେବା ଆବଶ୍ୟକ । ପ୍ରାର୍ଥୀ ଚୟନ ବେଳେ ନେତାଙ୍କ ଗ୍ରହଣୀୟତା ଲୋକଙ୍କ ଭିତରେ କେତେଦୂର ରହିଛି ତା ଉପରେ ଚିନ୍ତା କରିବା ଦରକାର । ଆତ୍ମବିଶ୍ବାସ ଉପରେ ନିର୍ଭର କରି ନିଷ୍ପତ୍ତି ନେବା ଉଚିତ ନୁହେଁ, ଲୋକମତକୁ ଦୃଷ୍ଟିରେ ରଖି ନିଷ୍ପତି ନେବା ଉଚିତ । ନବୀନଙ୍କ ବିକଳ୍ପ କେହି ନଥିବାରୁ ପଦ୍ମପୁର ପାଇଁ ବିଜେଡି ଚିନ୍ତା କରି ପ୍ରାର୍ଥୀ ଦେବା ଦରକାର ।"

ପଦ୍ମପୁରରେ ବଳ ଲଗାଇବ ବିଜେପି

ଧାମନଗର ବିଜୟ ହାସଲ କରିବା ପରେ ବିଜେପି ଆତ୍ମ ବିଶ୍ବାସରେ ପରିପୂର୍ଣ୍ଣ ରହିଛି । ଧାମନଗର ଉପନିର୍ବାଚନ ମଧ୍ୟରେ ହିଁ ପଦ୍ମପୁର ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ଏହାକୁ ନେଇ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଧାମନଗର ଭଳି ଅଧିକ ଶକ୍ତିଶାଳୀ ଓ ଅଧିକ ବଳ ଲଗାଇ ନିର୍ବାଚନ ଲଢ଼ିବ ଦଳ । ଖୁବଶୀଘ୍ର ସୁନୀଲ ଵଂଶଲ ଓ ପ୍ରଭାରୀ ଡ଼ି ପୁରନ୍ଦେଶ୍ବରୀ ଷ୍ଟ୍ରାଟେଜି ପ୍ରସ୍ତୁତ କରିବା ପାଇଁ ଓଡିଶା ଆସିବେ । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ସାଂସଦ ବସନ୍ତ ପଣ୍ଡା ଏବଂ ସାଂସଦ ସୁରେଶ ପୂଜାରୀଙ୍କ ହାତରେ ପଦ୍ମପୁର ଉପନିର୍ବାଚନ ପରିଚାଳନାର ଦାୟିତ୍ବ ରହିଛି । ନିର୍ବାଚନ ବେଳେ ସମସ୍ତ ବିଧାୟକଙ୍କ ସମେତ ପଶ୍ଚିମ ଓଡିଶାର ନେତାମାନଙ୍କୁ ସେଠି ରହିବାକୁ ବି କୁହାଯାଇଛି ।"

ପଦ୍ମପୁର ଦଖଲ କରିବ ବିଜେଡି !

ବିଜେଡି ଚାପରେ ଥିବା ନେଇ ଆଲୋଚନା ଜୋର୍‌ ଧରିଛି । ତେବେ ଧାମନଗର ଫଳାଫଳର ପ୍ରଭାବ ବିଜେଡି ଉପରେ ପଡ଼ିନାହିଁ । ପଦ୍ମପୁର ହାତେଇବାରେ ଦଳକୁ କୌଣସି ସମସ୍ୟା ହେବନି ବୋଲି କହିଛନ୍ତି ବିଜେଡି ନେତା । ପଦ୍ମନାଭ ବେହେରା କହିଛନ୍ତି, "ପଦ୍ମପୁର ଆସନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । 6 ମନ୍ତ୍ରୀଙ୍କୁ ପଦ୍ମପୁର ଦାୟିତ୍ବ ଦିଆଯାଇଛି । ପଦ୍ମପୁର ଉପନିର୍ବାଚନ ବିଜେଡି ଭଲ କରିବ । ବିଶେଷ କରି ନିର୍ବାଚନ ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶା ନେତାଙ୍କୁ ଦାୟିତ୍ବ ଦିଆଯାଇଛି । ଟିକେଟ କାହାକୁ ଦିଆଯିବ ସେନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । କିନ୍ତୁ ପଦ୍ମପୁର ବିଜେଡିର ସିଟ୍‌ । ସେଠାରେ ଦୀର୍ଘ ଦିନ ବିଜେଡି ବିଧାୟକ ଥିଲେ । ତେଣୁ ଏ ଉପନିର୍ବାଚନରେ ଦଳ ନିଶ୍ଚିତ ବିଜୟୀ ହେବ ।"

ବିଜେଡି ଉପରେ ଧାମନଗରର ପ୍ରଭାବ ?

ରାଜନୀତି ସମୀକ୍ଷକଙ୍କ ମତରେ ଧାମନଗରରେ ବିଜେଡି ହାରିବା ପରେ ଏକ ବହୁତ ବଡ ଚାପ ପଡିଛି ଦଳ ଉପରେ । ଭୋଟ ମାର୍ଜିନ ଅଧିକ ରହିଥିବାରୁ ବିଜେପି ଶିବିର ଏବଂ ନବୀନ ବିରୋଧିଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଏହାକୁ ନେଇ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ପଦ୍ମପୁରରେ କଂଗ୍ରେସ ଦଳ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିବାକୁ ଯାଉଛି । କାରଣ 2019 ନିର୍ବାଚନରେ କଂଗ୍ରେସ ଖାତାକୁ ଯାଇଥିଲା 33 ହଜାର ଭୋଟ । ଏହି 33 ହଜାର ଭୋଟକୁ କଂଗ୍ରେସ ନିଜ ପାଖରେ ରଖିପାରୁଛି ନା ଏହି ଭୋଟର ବାଣ୍ଟି ହୋଇଯାଉଛି ତାହା ଦେଖିବାକୁ ପଡିବ । ବିଜେଡି ମାତ୍ର 5 ହଜାର ଭୋଟ ବ୍ୟବଧାନରେ ଜିତିଥିଲା ତେଣୁ କଂଗ୍ରେସ ଭୋଟ ଗୁରୁତ୍ବ ବହନ କରିବ । ଅନ୍ୟ ଦିଗଟି ହେଲା ବିଜେଡି କାହାକୁ ପ୍ରାର୍ଥୀ କରିବ? କାରଣ ବିଜେପି ପ୍ରଦୀପ ପୁରୋହିତଙ୍କ ପରି ଜଣେ ତୃଣମୂଳସ୍ତରର ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି । କଂଗ୍ରେସ ମଧ୍ୟ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି । ସେହି ତୁଳନାରେ ଦେଖିଲେ ବିଜେଡି ମଧ୍ୟ ସେହିଭଳି ପ୍ରାର୍ଥୀ ଦେବା ଦରକାର । ଲୋକସଭା ଆସନରେ ବିଜେପି ବରଗଡରୁ ବିଜୟୀ ହୋଇଥିବା ବେଳେ ଦଳର ବେସ୍‌ ମଜଭୁତ ରହିଛି । ତେଣୁ ଗ୍ରହଣୀୟତା ଅନୁସାରେ ବିଜେଡି ପ୍ରାର୍ଥୀ ନେଦେଲେ ଧାମନଗର ପରି ଭୁଲ ହୋଇଯିବ ।"

ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପରଲୋକ ପରେ ପଦ୍ମପୁର ଆସନରେ ହେବାକୁ ଯାଉଛି ଉପ ନିର୍ବାଚନ । ଦିବଙ୍ଗତ ବିଧାୟକଙ୍କ ପତ୍ନୀଙ୍କୁ ବିଜେଡି ଟିକେଟ ଦେବ ନା ନୂଆ ମୁହଁ ଆଣିବ ଏବେ ତା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.