ଭୁବନେଶ୍ବର: ରାଜ୍ୟ ସରକାର ଆଜି ବିଭିନ୍ନ ନିଗମ, ବୋର୍ଡ, ପରିଷଦ ଓ ବିଭାଗରେ ରାଜନୈତିକ ଥଇଥାନ କରିଛନ୍ତି । ପଦ୍ମପୁର ନିର୍ବାଚନ ପୂର୍ବରୁ ସରକାରୀ ଚାକିରୀ ଛାଡି ବିଜେଡିରେ ମିଶିଥିବା ମହେନ୍ଦ୍ର ବଢ଼େଇଙ୍କୁ ନିଗମ ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇଛି । ସେହିପରି ପୌର ଓ ପଞ୍ଚାୟତରେ ଟିକେଟରୁ ବଞ୍ଚିତ ନେତା ମଧ୍ୟ ଥଇଥାନ ହୋଇଛନ୍ତି ।
ଓଡିଶା ମତ୍ସ୍ୟ ପାଳନ ଉନ୍ନୟନ ନିଗମ ଅଧ୍ୟକ୍ଷ ହୋଇଛନ୍ତି ସୁବାସ ଚନ୍ଦ୍ର ପାତ୍ର । ରାଜ୍ୟ ତାର ଘର ବିଭାଗ ଅଧ୍ୟକ୍ଷ ଭାବେ ମହେନ୍ଦ୍ର ବଢ଼େଇଙ୍କୁ ନିଯୁକ୍ତି ମିଳିଛି । ଓ୍ବାକ୍ଫ ବୋର୍ଡ ଅଧ୍ୟକ୍ଷ ଭାବେ ସେକ ନିଜାମୁଦ୍ଦିନ, କଲ୍ୟାଣି ନାୟକଙ୍କୁ ରାଜ୍ୟ ସାମାଜିକ ବିକାଶ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସେହିପରି ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡର ସଦସ୍ୟ ନିଯୁକ୍ତ ହୋଇଛନ୍ତି ହେନା ବେହେରା, ଶାରଳା ସ୍ୱାଇଁ, ଚନ୍ଦ୍ରଲେଖା ପଟ୍ଟନାୟକ, ସସ୍ମିତା ନନ୍ଦ, ସାଗରିକା ମିଶ୍ର, ଦେବସ୍ମିତା ଦାସ, ରିଜବାନ ବେଗମ, ବାସନ୍ତି ସିଂ । ପଶ୍ଚିମ ଓଡିଶା ବିକାଶ ପରିଷଦରେ ସଦସ୍ୟ ନିଯୁକ୍ତି ହୋଇଛନ୍ତି । ସୁନ୍ଦରଗଡରୁ ବୈକୁଣ୍ଠ ନାୟକ, କଳାହାଣ୍ଡିରୁ ଅବିନାଶ ଠାକୁର, ବଲାଙ୍ଗୀରରୁ ହଂସରାଜ ଜୈନ, ବୌଦ୍ଧରୁ ସୁବୋଧ ପ୍ରଧାନ, ବରଗଡରୁ ଗତିକୃଷ୍ଣ ମିଶ୍ର, ଭୁପିନ୍ଦର ପ୍ରସାଦ ନାୟକ ଦେବଗଡ଼, ମନ୍ଦାକିନୀ ବେଗଲ ନୂଆପଡ଼ା, ମିତ୍ରଭାନୁ ସାହୁ ଝାରସୁଗୁଡ଼ା, ଯାଜ୍ଞସେନୀ ନାଗ ସମ୍ବଲପୁର ପାଇଁ ନୂଆ ସଦସ୍ୟ ଭାବେ ନିଯୁକ୍ତି ମିଳିଛି ।
ଏହାବି ପଢନ୍ତୁ- BJD News: ପୁନର୍ଗଠନ ହେଲା ବିଜେଡିର ଗଣମାଧ୍ୟମ ଚେହେରା
ମୟୁରଭଞ୍ଜ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ 11 ଜଣ ସଦସ୍ୟ ନିଯୁକ୍ତି ହୋଇଛନ୍ତି । ସେମାନେ ହେଲେ କୁନୁ ମୁର୍ମୁ, ମିଶ୍ରା ବିଶ୍ୱାଳ, ସମୟ ଚନ୍ଦ୍ର ପୃଷ୍ଟି, ସୁକାନ୍ତି ନାୟକ, ଚନ୍ଦ୍ରଏ ସୋରେନ, ତ୍ରିଲୋଚନ ସିଂ, ଜୋଲେନ ନାୟକ, ମନକା ମାରାଣ୍ଡି, ଅନନ୍ତ ହେମ୍ରମ, ନନ୍ଦଲାଲ ସିଂ, ମହେନ୍ଦ୍ର ନାଥ ସର୍ଦ୍ଦାର । ସ୍ବତନ୍ତ୍ର ସଦସ୍ୟ ଭାବେ 3 ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ହେଲେ ରଶାନ୍ତି ମହାକୁଡ଼, ଡ଼. ଅଞ୍ଜଳୀ ତିପିରିଆ ଓ ନବୀନ ମହାନ୍ତ । ସେହିପରି କେନ୍ଦୁଝର ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ 13 ଜଣଙ୍କୁ ନିଯୁକ୍ତି କରାଯାଇଛି । ସେମାନେ ହେଲେ ଜଗନ୍ନାଥ ଦେହୁରୀ, ମହେନ୍ଦ୍ର ନାୟକ, ବଳିଆ ଜୁଆଙ୍ଗ, ନରତ୍ତମ ନାୟକ, ଗିରିଧାରୀ ନାଏକ, ମଙ୍ଗଳା ମୁଣ୍ଡା, ଦବରା ମୁଣ୍ଡା, ଉମେଶ ଚନ୍ଦ୍ର ମୁର୍ମୁ, ବାସନ୍ତୀ ବେହେରା, ରମ୍ଭାବତୀ ଦେହୁରୀ, ସଞ୍ଜିତ ମୁଣ୍ଡା, ଦୁର୍ଯ୍ୟୋଧନ ନାଏକ, ଦ୍ରୌପଦୀ ଦଣ୍ଡପାଟ । 3 ଜଣଙ୍କୁ ସ୍ବତନ୍ତ୍ର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି ।
ଏହାବି ପଢନ୍ତୁ- ଆହୁରି ସ୍ମାର୍ଟ ହେବ ସ୍ମାର୍ଟସିଟି ଭୁବନେଶ୍ବର, ଉଦଘାଟିତ ହେଲା ସହରାଞ୍ଚଳ ମୋ ସେବା କେନ୍ଦ୍ର
ସେମାନେ ହେଲେ ପରେଶ କୁଅଁର, ମାନସିଂ ଦୁର୍ଗାପ୍ରସାଦ ନାୟକ, କମଳା ଥମ୍ବା । ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ 11 ଜଣଙ୍କୁ ନିଯୁକ୍ତି ମିଳିଛି । 5 ସ୍ୱତନ୍ତ୍ର ସଦସ୍ୟ, 3 ସଦସ୍ୟ, 3 ଏକ୍ସପର୍ଟ ସଦସ୍ୟ ନିଯୁକ୍ତି ପାଇଛନ୍ତି । ସ୍ୱତନ୍ତ୍ର ସଦସ୍ୟ ହେଲେ ଦହନା ଟାଂଗୁଲୁ, ଏରମା କବାସୀ, ରୀନା ପାଡିଆମୀ, ହରୀ ଗୋଲୋରୀ, ଚୈତନ୍ୟ ଖୀଲା । ସଦସ୍ୟ ହେଲେ ଡରି ଲିଙ୍ଗା, ନରେନ୍ଦ୍ର ନାୟକ, ସାରଦା ପ୍ରସାଦ ଗୋଲପଡା । ଏକ୍ସପର୍ଟ ସଦସ୍ୟ ହେଲେ ତପନ ସାନା, ସୁରେନ୍ଦ୍ର ନାଥ ରଥ, ଟୁକୁଲୁ ପ୍ରଧାନଜଳସମ୍ପଦ ବିଭାଗର ଉଠା ଜଳସେଚନ ନିଗମର ଉପଦେଷ୍ଟା ଭାବେ ଥଇଥାନ ହୋଇଛନ୍ତି ପ୍ରମୋଦ ପାଢ଼ୀ । ସ୍ୱାସ୍ଥ୍ୟ ବିଭାଗ ଅନ୍ତର୍ଗତ କ୍ୟାପିଟାଲ ହସ୍ପିଟାଲର ଉପଦେଷ୍ଟା ସଞ୍ଜୟ ସେଠୀ, ମହିଳା ଏବଂ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ମମତା ଯୋଜନାର ଉପଦେଷ୍ଟା ସଂଯୁକ୍ତା ମହାନ୍ତି, ସ୍ୱାସ୍ଥ୍ୟ ବିଭାଗର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ପୁଷ୍ପାଞ୍ଜଳି ରଣା, ଏସିଏସଟି ବିଭାଗ ଅନ୍ତର୍ଗତ ସଂଖ୍ୟାଲଘୁ ବ୍ୟାପାରର ଉପଦେଷ୍ଟା ତାହାରା ଖାତୁନ, ନଗର ଉନ୍ନୟନ ବିଭାଗ ଅନ୍ତର୍ଗତ ଜାଗା ମିଶନର ଉପଦେଷ୍ଟା ହରି ଶଙ୍କର ରାଉତ ଓ ଶାଶ୍ୱତୀ ମିଶ୍ର, ପଶ୍ଚିମ ଓଡିଶା ବିକାଶ ପରିଷଦର ଉପଦେଷ୍ଟା ନାରାୟଣ ସାହୁ, ନଗର ଉନ୍ନୟନ ବିଭାଗ ଅନ୍ତର୍ଗତ ମୁକତା ଯୋଜନାର ଉପଦେଷ୍ଟା ମୀରା ପରିଡା, ରାଜଶ୍ରୀ ମହାନ୍ତି ଓ ଇପ୍ସିତା ସାହୁ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ବିଜୁ ସେତୁ ଯୋଜନାର ଉପଦେଷ୍ଟା ଦିଲ୍ଲୀପ କୁମାର ସାହୁ ଓ ଶରତ ଚନ୍ଦ୍ର ପାତ୍ର, ଶିଶିର ପରିଜା ହେଲେ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ରାଜ୍ୟ ବୃତ୍ତି ଯୋଜନାର ଉପଦେଷ୍ଟା, ସୌଭାଗ୍ୟ ନାୟକ ହେଲେ ରାଜ୍ୟ ହସ୍ତତନ୍ତ ଯୋଜନାର ଉପଦେଷ୍ଟା, କେ. ଶାନ୍ତି ହେଲେ MKCG ମେଡ଼ିକାଲ ଆଣ୍ଡ ହସ୍ପିଟାଲର ଉପଦେଷ୍ଟା, ସ୍ୱପ୍ନାରାଣି ପାତ୍ର ଏସସିବି ମେଡ଼ିକାଲ କଲେକ ଏବଂ ହସ୍ପିଟାଲର ଉପଦେଷ୍ଟା ।
କାଳିଆ ଯୋଜନାର ଉପଦେଷ୍ଟା ହେଲେ ସାରଦା ଜେନା ଓ ସଞ୍ଜୟ ବାବୁ, କେନ୍ଦୁପତ୍ର ଉନ୍ନୟନ ବୋର୍ଡର ଉପଦେଷ୍ଟା ହେଲେ ସଞ୍ଜିତ ମହାନ୍ତି, ଓବିସି ବ୍ୟାପାର ଉପଦେଷ୍ଟା ହେଲେ ପୃଥିବୀରାଜ୍ ସାହୁ, ଉଚ୍ଚଶିକ୍ଷା ବିଭାଗ ଅନ୍ତର୍ଗତ ରାଜ୍ୟ ଉଚ୍ଚଶିକ୍ଷା ବୃତ୍ତି ଯୋଜନାର ଉପଦେଷ୍ଟା ହେଲେ ତନ୍ମୟ ସ୍ୱାଇଁ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଉପଦେଷ୍ଟା ହେଲେ ସବିତା ମହାପାତ୍ର, ମଧୁବାବୁ ପେନସନ ଯୋଜନାର ଉପଦେଷ୍ଟା ହେଲେ ଅସିତ ପଟ୍ଟନାୟକ ଓ ରଜତ ମହାପାତ୍ର, ନିରାମୟ ଯୋଜନାର ଉପଦେଷ୍ଟା ହେଲେ ରଞ୍ଜନ ବିଶ୍ୱାଳ, ଅନ୍ୱେସା ଏବଂ ଆକାଂକ୍ଷା ଯୋଜନାର ଉପଦେଷ୍ଟା ହେଲେ ଏଲିନା ଦାଶ, ବିଶୁଦ୍ଧ ଯୋଜନାର ଉପଦେଷ୍ଟା ହେଲେ ଅପୂର୍ବା ଅପୂର୍ବା ।
ଇଟିଭି ଭାରତ, ଭୁବନେଶ୍ୱର