ETV Bharat / state

ନ୍ୟାୟ ଆଶାରେ ପୁଣି ମହିଳା ଥାନାରେ ବିଜେଡି ନେତ୍ରୀ ସଂଯୁକ୍ତା, କହିଲେ ‘ମୋ ସହ ଶାରୀରିକ ସମ୍ପର୍କରେ ରହିବା ସହ ମାନସିକ ଶୋଷଣ କରିଛନ୍ତି’

author img

By

Published : Jul 10, 2023, 4:39 PM IST

ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗରେ ପୁଣି ମହିଳା ଥାନାରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲ । ଅଧିକ ପଢନ୍ତୁ

Etv Bharat
Etv Bharat
ନ୍ୟାୟ ଆଶାରେ ପୁଣି ମହିଳା ଥାନାରେ ବିଜେଡି ନେତ୍ରୀ

ଭୁବନେଶ୍ବର: ମହିଳା ଥାନାର ଦ୍ବାରସ୍ଥ ହେଲେ ବିଜେଡି ନେତ୍ରୀ ସଂଯୁକ୍ତା ମହଲ । ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ସଂଯୁକ୍ତା । ଶ୍ରୀକାନ୍ତ ଜେନାଙ୍କୁ ଦଣ୍ଡ ଓ ତାଙ୍କର ଅଧିକାର ପାଇଁ ସେ ଆଜି ମହିଳା ଥାନାକୁ ଆସିଥିବା କହିଛନ୍ତି । ପୂର୍ବରୁ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ନିର୍ଯାତନା ଓ ପ୍ରତାରଣାର ଅଭିଯୋଗ ଆଣିଥିବା ବେଳେ କୌଣସି କାର୍ଯ୍ୟନୁଷ୍ଠାନ ନ ହେବାରୁ ଆଉ ଥରେ ନ୍ୟାୟ ଆଶାରେ ଓ ବିଧାୟକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଓ ଦଣ୍ଡବିଧାନ ପାଇଁ ମହିଳା ଥାନାରେ ଆସି ମାମଲା ରୁଜୁ କରିଛନ୍ତି ସଂଯୁକ୍ତା ।

ସଂଯୁକ୍ତାଙ୍କ କହିଛନ୍ତି, "ଶ୍ରୀକାନ୍ତ ସାହୁ ୯ ବର୍ଷ ଧରି ମୋ ସହ ସମ୍ପର୍କରେ ରହିବା ସହ ମୋତେ ଶାରୀରିକ ମାନସିକ ଶୋଷଣ କରି ବର୍ତ୍ତମାନ ପ୍ରତାରଣା କରିଛନ୍ତି । ଏପରିକି ମତେ ମାରିଦେବାର ଧମକ ଦେଉଛନ୍ତି ଓ ମୋ ପଛରେ ଲୋକ ଲଗାଉଛନ୍ତି । ବିଭିନ୍ନ ସ୍ଥାନରେ ମତେ ହଇରାଣ କରୁଛନ୍ତି ମୋ ଜୀବନ ପ୍ରତି ବିପଦ ରହିଛି। ପୁର୍ବରୁ ଅଭିଯୋଗ କରିଥଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୁନର୍ବାର ଅଭିଯୋଗ ଆଣି ଥାନାକୁ ଆସିଛି ।" ତାଙ୍କ ବିରୁଦ୍ଧରେ ପରିବାର ଲୋକ ଆଣିଥିବା ଅଭିଯୋଗକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି ସଂଯୁକ୍ତା । ଶ୍ରୀକାନ୍ତ ସାହୁ ପରିବାର ଲୋକଙ୍କୁ ମୋହରା କରି ଷଡ଼ଯନ୍ତ୍ର କରିଥିବା ଅଭିଯୋଗ।

ଏହା ବି ପଢନ୍ତୁ- ଶ୍ରମ ମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ: ଇସ୍ତଫା ଦାବି କଲା ବିଜେପି

ସେ ଆହୁରି କହିଛନ୍ତି, "୩୦ ବର୍ଷ ହେବ ମୁଁ ଘର ଛାଡିଥିବା ବେଳେ ୭ ବର୍ଷ ହେବ ଘର ସହ ମୋର ସମ୍ପର୍କ ନାହିଁ। ୭ ବର୍ଷ ହେବ କିଛି ଅଭିଯୋଗ ନଥିଲା ଆଜି କେମିତି କମିଶନରଙ୍କୁ ଭେଟିଲେ। ଏହାସହ ମୋ ଭାଇ ମୋ ନାଁରେ ମିଥ୍ୟା ଅଭିଯୋଗ ଆଗରୁ ମଧ୍ୟ କରିଛି । ସେ ନିଜେ ସରକାରୀ ଚାକିରିରେ ଥାଇ ବେଆଇନ କାମ କରୁଛି ଓ ଭଉଣୀ ନାଁରେ ଅଶାଳୀନ ମନ୍ତବ୍ୟ ଦେଉଛି ମୋ ମାକୁ ଶିଖେଇକି । ସେ ମୋର କୋଉ ଭଳି ଭାଇ ଚିନ୍ତା କରନ୍ତୁ। ମୁଁ ବିଜେଡିର କେଉଁ ବଡ ପଦ ପଦବୀରେ ନାହିଁ ଯେ ତାକୁ ବଦଳେଇ ଦେବି। ଶ୍ରୀକାନ୍ତ ସାହୁ ଜାଣିଶୁଣି ମୋ ପରିବାରକୁ ମୋହରା କରି ଷଡଯନ୍ତ୍ର ରଚି ସମାଜ ଆଗରେ ମୋ ଛବି ଖରାପ କରିଛନ୍ତି ।"

ଏଣୁ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ଦେବା ଏବଂ ସୁରକ୍ଷା ଦାବି କରି ମହିଳା ଥାନାରେ ଦ୍ବାରସ୍ଥ ହୋଇଛନ୍ତି। ପରେ ପରେ ପୋଲିସ କମିଶନରଙ୍କ ଦ୍ବାରସ୍ଥ ହୋଇଛି । ନ୍ୟାୟ ନ ମିଳିଲେ ଦଳର ମୁଖିଆଙ୍କୁ ମଧ୍ୟ ଅବଗତ କରାଇବେ ବୋଲି କହିଛନ୍ତି ସଂଯୁକ୍ତା ମହଲ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.