ETV Bharat / state

PSO ଦରକାର ନାହିଁ ଯଦି ଜୟନାରାୟଣ ଫେରାଇ ଦେଇପାରନ୍ତି: ବିଜେଡି ବିଧାୟକ - ଜୟନାରାୟଣ ମିଶ୍ର

ସରକାର ଓ ଓଡ଼ିଶା ପୋଲିସ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ସେ ତାଙ୍କ PSOଙ୍କୁ ଫେରାଇ ଦେଇଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୋରଡାର ବିଜେଡି ବିଧାୟକ ରାଜକିଶୋର ଦାସ । ଅଧିକ ପଢନ୍ତୁ

ପିଏସଓ ଦରକାର ନାହିଁ ଯଦି ଜୟନାରାୟଣ ଫେରାଇ ଦେଇପାରନ୍ତି: ବିଜେଡି ବିଧାୟକ

author img

By

Published : Feb 3, 2023, 6:46 PM IST

ପିଏସଓ ଦରକାର ନାହିଁ ଯଦି ଜୟନାରାୟଣ ଫେରାଇ ଦେଇପାରନ୍ତି: ବିଜେଡି ବିଧାୟକ

ଭୁବନେଶ୍ବର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ହତ୍ୟା ଘଟଣାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି । ଘଟଣାକୁ ନେଇ ସରକାର ଓ ଓଡ଼ିଶା ପୋଲିସକୁ ଘେରୁଛନ୍ତି ବିରୋଧୀ ଦଳ । ବିଶେଷ କରି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା ସରକାରୀ ଦଳକୁ ବ୍ୟକଫୁଟକୁ ନେଉଛି । ଶାସକ ଦଳ ବିଜେଡି ମଧ୍ୟ ତାହାର ଜବାବ ମଧ୍ୟ ରଖୁଛି । କିନ୍ତୁ ଏହି ରାଜନୈତିକ ବୟାନ ବାଜି ଏବେ ବ୍ୟକ୍ତିଗତ ସ୍ତରକୁ ଆସିଗଲାଣି ।

ସରକାର ଓ ଓଡ଼ିଶା ପୋଲିସ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ସେ ତାଙ୍କ PSOଙ୍କୁ ଫେରାଇ ଦେଇଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୋରଡାର ବିଜେଡି ବିଧାୟକ ରାଜକିଶୋର ଦାସ । ସେ କହିଛନ୍ତି ଯେ, "ସରକାର ତାଙ୍କୁ PSO ଦେଇଛନ୍ତି, PSO ରଖିବାର ଅଧିକାର ତାଙ୍କର ଅଛି । ଯଦି ସେ ଚାହିଁବେ ମୋର PSO ଦରକାର ନାହିଁ, ସେ ଫେରାଇ ଦେଇପାରନ୍ତି । ତାର ଅର୍ଥ ନୁହେଁ ସମସ୍ତେ PSO ଫେରାଇ ଦେବେ । ଆମର PSO ଅଛନ୍ତି । ଆମେ ରଖିଛୁ । କୌଣସି ସର୍ତ୍ତରେ PSO ଫେରାଇବାର ପ୍ରଶ୍ନ ଉଠୁନାହିଁ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଜୟ ନାରାୟଣ ମିଶ୍ର ବିରୋଧୀ ଦଳ ନେତା ହୋଇପାରନ୍ତି । ଏହି ପ୍ରସଙ୍ଗରେ କହିବାର ତାଙ୍କର ଅଧିକାର ନାହିଁ । ଜୟ ନାରାୟଣ ମିଶ୍ର ଜଣେ ଦାଗି । ଏକ ହତ୍ୟା ମାମଲାର ସମ୍ପୃକ୍ତ ଥିଲେ ବୋଲି ତାଙ୍କ ନାଁରେ ମାମଲା ରହିଛି । ତାହା କୋର୍ଟରେ ବିଚାରାଧୀନ ଅଛି । ଫଳାଫଳ ଆସିନାହିଁ । ତେଣୁ ଜଣେ ଦାଗି ବ୍ୟକ୍ତି କଣ ସରକାରଙ୍କୁ ଉପଦେଶ ଦେବେ । ସରକାରଙ୍କ ବିଷୟରେ କଣ କହିବେ । ସେ କହିବାର ଉଚିତ୍ୟତା ନାହିଁ କି ଅଧିକାର ନାହିଁ । ବିରୋଧୀ ଦଳ କଣ କହିବେ ନକହିବେ ତାଙ୍କ ଉପରେ ନିର୍ଭର କରେ । ତାଙ୍କ ବ୍ୟକ୍ତିଗତ କଥା । ଜୟ ନାରାୟଣ କହିଲେ କିଛି ପ୍ରଭାବ ପଡିବ ନାହିଁ । ଓଡ଼ିଶା ପୋଲିସ ଉପରେ ଭରସା ଅଛି । ବିଭିନ୍ନ ଘଟଣାରେ ବିରୋଧୀ ଦଳ ପୋଲିସ ଉପରେ ଆଙ୍ଗୁଳି ଉଠାଇଛନ୍ତି । କିନ୍ତୁ ଓଡ଼ିଶା ପୋଲିସ ନିଷ୍ଠାପର ଭାବେ କାମ କରିଛି । ଯେତେବେଳେ ଯାହା ଦାୟିତ୍ୱ ଦିଆଯାଇଛି, ନିଷ୍ଠାର ସହ ସେମାନେ ନିର୍ବାହ କରିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.