ETV Bharat / state

କୋରୋନା କାଳରେ ଲୋକଙ୍କ ପାଖରେ ଠିଆହେଲେ ବିଧାୟକ

author img

By

Published : Oct 3, 2020, 8:29 AM IST

କୋରୋନା କଟକଣା ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚିଲେ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ । ଅନେକ ପ୍ରକଳ୍ପର କଲେ ଉଦଘାଟନା । ବାଣ୍ଟିଲେ କାର୍ଯ୍ୟାଦେଶ । ଅଧିକ ପଢନ୍ତୁ...

କୋରୋନା କାଳରେ ଲୋକଙ୍କ ପାଖରେ ଠିଆହେଲେ ବେଗୁନିଆ ବିଧାୟକ

ଖୋର୍ଦ୍ଧା: କୋରୋନା କଟକଣା ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚିଲେ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ । ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡି ଆରମ୍ଭ କରିଥିବା ଜନସଚେତନତା ଅଭିଯାନରେ ସେ ସାମିଲ ହୋଇ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ବୁଝାଇଛନ୍ତି । ଏହାସହ ଅନେକ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ।

କୋରୋନା କାଳରେ ଲୋକଙ୍କ ପାଖରେ ଠିଆହେଲେ ବିଧାୟକ

ଏହି ଅବସରରେ ବିଧାୟକ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସିମର ଗ୍ରାମପଞ୍ଚାୟତ ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ମିଶନ ଶକ୍ତି ଗୃହ ଓ ପଞ୍ଚାୟତ ଘର ଉଦଘାଟନ କରିଛନ୍ତି । ସେହିପରି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ, ଭତ୍ତା ବଣ୍ଟନ ଓ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ପ୍ରଦାନ କରିଛନ୍ତି ।

ସୂଚନାଥାଉକି, ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡି ମାସେ ବ୍ୟାପୀ ଜନସଚେତନତା ଅଭିଯାନ ଆରମ୍ଭ କରିଛି । ଯେଉଁ ଅଭିଯାନରେ ବିଧାୟକମାନେ ସେମାନଙ୍କ ଅଞ୍ଚଳକୁ ଯାଇ ଲୋକଙ୍କୁ ସରକାରଙ୍କ କାର୍ଯ୍ୟ ଉପରେ ଅବଗତ କରିବେ । ଏହାସହ କୋଭିଡ୍‌ ସମୟରେ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି ତାକୁ ବୁଝାଇବେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.