ETV Bharat / state

ଆୟୁଷ୍ମାନ ଭାରତ ବନାମ BSKY: BJD କହିଲା ଭୁଆଁ ବୁଲାଇବା ବନ୍ଦ କରୁ ବିଜେପି - ଆୟୁଷ୍ମାନ ଯୋଜନା

କେନ୍ଦ୍ର ବଜେଟକୁ ନେଇ ବିଜେଡି ରଖିଛି ପ୍ରତିକ୍ରିୟା । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଓ BSKYକୁ ତୁଳନା କରି ବିଜେପିକୁ ଶାସକ ଦଳ କଡା ସମାଲୋଚନା କରିଛି । ଅଧିକ ପଢନ୍ତୁ

Bjd on budget
Bjd on budget
author img

By

Published : Feb 2, 2023, 4:27 PM IST

Updated : Feb 2, 2023, 9:34 PM IST

ଆୟୁଷ୍ମାନ ଭାରତ ବନାମ BSKY: BJD କହିଲା ଭୁଆଁ ବୁଲାଇବା ବନ୍ଦ କରୁ ବିଜେପିଆୟୁଷ୍ମାନ ଭାରତ ବନାମ BSKY: BJD କହିଲା ଭୁଆଁ ବୁଲାଇବା ବନ୍ଦ କରୁ ବିଜେପି

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବଜେଟ ଘୋଷଣା ପରେ ତେଜୁଛି ରାଜନୀତି । ଆୟୁଷ୍ମାନ ଭାରତ ଯୋଜନା ନେଇ ରାଜ୍ୟ ବିଜେପିକୁ ଟାର୍ଗେଟ କରିଛି ବିଜେଡି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହ ତୁଳନା କରିଛି । ଆୟୁଷ୍ମାନ ଯୋଜନା ପାଇଁ ଘୋଷଣା ହୋଇଥିବା ବ୍ୟୟ ବରାଦରୁ ପ୍ରତି ରାଜ୍ୟ ଭାଗରେ ମାତ୍ର ୨୦୦ କୋଟି ଟଙ୍କା ପଡୁଛି । ହେଲେ ରାଜ୍ୟ ସରକାର BSKY ପାଇଁ ୬୦୦୦କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଣୁ ବିଜେପି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କଥା ନେଇ ଲୋକଙ୍କୁ ଭୁଆଁ ବୁଲାଇବା ବନ୍ଦ କରୁ ବୋଲି ବିଜେଡି କହିଛି ।

ସାମ୍ବାଦିକ ସମ୍ମିଳନୀରେ ଆୟୁଷ୍ମାନ ଯୋଜନା ସହ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ତୁଳନାତ୍ମକ ଛବି ରଖିଛି ଶାସକ ବିଜୁ ଜନତା ଦଳ । ଗତକାଲି ବଜେଟରେ ଆୟୁଷ୍ମାନ ଭାରତ ପାଇଁ ମାତ୍ର ୭୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଯଦି ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଏହାକୁ ଭାଗ କରାଯାଏ ଓଡ଼ିଶା ଭାଗରେ ୨୦୦ କୋଟି ଟଙ୍କା ପଡ଼ିବ । କିନ୍ତୁ ଓଡ଼ିଶାରେ BSKY ପାଇଁ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅର୍ଥାତ୍ ପ୍ରତି ଜିଲ୍ଲା ଭାଗରେ ୨୦୦ କୋଟି ଟଙ୍କା ପଡୁଛି । ଯଦି ଆୟୁଷ୍ମାନ ଭାରତରେ ମିଳିବାକୁ ଥିବା ୨୦୦ କୋଟି ଟଙ୍କା ଗୋଟିଏ ଜିଲ୍ଲାରେ ଖର୍ଚ୍ଚ ହେବ, ଅନ୍ୟ ୨୯ ଜିଲ୍ଲା କଣ କରିବେ ବୋଲି ବିଜେଡିର ପ୍ରଶ୍ନ କରିଛି ।

ଏହା ବି ପଢନ୍ତୁ- ଫେବୃଆରୀ 21ରୁ ବିଧାନସଭା ବଜେଟ ଅଧିବେଶନ, 24ରେ ଆଗତ ହେବ ରାଜ୍ୟ ବଜେଟ

ସ୍ବାସ୍ଥ୍ୟ ସେବା ଲାଗି ଗୋଟିଏ ଜିଲ୍ଲାର ବ୍ୟୟ ବରାଦରେ ପୁରା ରାଜ୍ୟକୁ ସାମିଲ କରିବାକୁ ଚାହୁଁଛନ୍ତି କି ରାଜ୍ୟ ବିଜେପି ? ଓଡ଼ିଶାର ସ୍ବାସ୍ଥ୍ୟ ବଜେଟ ୨ ଗୁଣା ହୋଇ ୧୨ ହଜାର କୋଟି ଟଙ୍କାରେ ପହଞ୍ଚିଛି । BSKYରେ ୫୦୦ ଘରୋଇ ହସ୍ପିଟାଲକୁ ଅନୁବନ୍ଧିତ କରଯାଇଛି । BSKY ଯୋଜନାରେ ପରିବାରର ଅନ୍ୟ ସଦସ୍ୟଙ୍କ ଲାଗି ୫ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ରଖାଯାଇଛି । ଅଙ୍ଗ ପ୍ରତିରୋପଣ କ୍ଷେତ୍ରର ଆୟୁଷ୍ମାନ ଯୋଜନାରେ ଜଣେ ହିତାଧିକାରୀ ୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ । କିନ୍ତୁ BSKYରେ ୫ଲକ୍ଷରୁ ଅଧିକ ଖର୍ଚ୍ଚ କରିପାରିବେ ନାହିଁ ।

ତେଣୁ ବିଜେପି ଆଉ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କଥା ନ ଉଠାନ୍ତୁ । ଲୋକଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ । ଏଥିରୁ କ୍ଷାନ୍ତ ରୁହନ୍ତୁ । ବିଜେପି ନେତା ଓଡ଼ିଶା ଲୋକଙ୍କୁ ସତ କୁହନ୍ତୁ । ଗତକାଲି କେନ୍ଦ୍ର ସରକାରଙ୍କ ଦ୍ବାରା ୨୦୨୩-୨୪ ଆର୍ଥିକ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିରୋଧୀ ଏହି ବଜେଟକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି । ଏହି ବଜେଟରେ ଭାରତର ସାଧାରଣ ବର୍ଗ, ମଧ୍ୟବିତ୍ତ ବର୍ଗର ଲୋକଙ୍କର କୌଣସି ବିକାଶ ହେବ ନାହିଁ ବୋଲି ବିରୋଧୀ ମନ୍ତବ୍ୟ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 2, 2023, 9:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.