ETV Bharat / state

ବେଗୁନିଆ ବିଜେଡି ଦୁଇଫାଳ, ଜନସଂପର୍କ ପଦଯାତ୍ରାବେଳେ ପଦାରେ ପଡିଲା ଗୋଷ୍ଠୀ କନ୍ଦଳ - ପଦାରେ ପଡିଲା ବିଜେଡିର ଗୋଷ୍ଠୀ କନ୍ଦଳ

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା(Jan Sampark Padyatra) ଆରମ୍ଭ ହୋଇଛି । ଗୋଟିଏ ନିର୍ବାଚନ ମଣ୍ଡଳୀରେ ବିଜେଡିର ଦୁଇ ଗୋଷ୍ଠୀ ପଦଯାତ୍ରା କରିବାକୁ ନେଇ ବେଗୁନିଆ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ବେଗୁନିଆ ନିର୍ବାଚନମଣ୍ତଳୀରେ ଜନସଂପର୍କ ପଦଯାତ୍ରା

author img

By

Published : Oct 2, 2022, 7:50 PM IST

ଖୋର୍ଦ୍ଧା: ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା(Jan Sampark Padyatra) ଆରମ୍ଭ ହୋଇଛି । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରେ ଏହାର ଶୁଭାରମ୍ଭ କରାଯାଇଛି । ସେହିଭଳି ବେଗୁନିଆ ନିର୍ବାଚନମଣ୍ତଳୀରେ ବିଜେଡିର ଦୁଇଟି ଗୋଷ୍ଠୀ ମଧ୍ୟରେ ପଦଯାତ୍ରାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ନିର୍ବାଚନ ମଣ୍ଡଳୀରେ ବିଜେଡି ରାଜନେତା ଦୁଇ ଗୋଷ୍ଠୀ ହୋଇ ପଦଯାତ୍ରା କରିବାକୁ ନେଇ ବେଗୁନିଆ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି ।

ବେଗୁନିଆ ନିର୍ବାଚନମଣ୍ତଳୀରେ ଜନସଂପର୍କ ପଦଯାତ୍ରା

ସାରା ରାଜ୍ୟରେ ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ପଦଯାତ୍ରା ମାଧ୍ୟମରେ ପ୍ରତି ଲୋକଙ୍କ ଘରେ ଘରେ ପହଞ୍ଚିବାକୁ ଚେଷ୍ଟା କରୁଛି ବିଜେଡି । କିନ୍ତୁ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଆଜି ପ୍ରଥମ ଦିନରୁ ଦୁଇ ଗୋଷ୍ଠୀ ହୋଇ ପଦଯାତ୍ରା କରିବାରୁ ଲୋକ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଉପରକୁ ଗୋଟେ ଦିଶୁଥିବା ଦଳର ଗୋଷ୍ଠୀ କନ୍ଦଳ ଏବେ ପଦାରେ ପଡିଛି । ଗୋଟିଏ ପଟେ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇ ଥିବା ପ୍ରଦୀପ କୁମାର ସାହୁ ନିଜ କର୍ମୀମାନଙ୍କୁ ଧରି ସିମୋର ପଞ୍ଚାୟତରେ ଥିବା ଗାନ୍ଧୀଙ୍କ ମୃର୍ତ୍ତିରେ ପୁଷ୍ପମାଳ ଦେଇ ପଦଯାତ୍ରା ଆରମ୍ଭ କରିଥିବାବେଳେ, ନବୀନ ବାବୁଙ୍କ ଗୁଣମାନ ସହ ବିଜୁ ଜନତା ଦଳର ଗରିବ କଲ୍ୟାଣ ଯୋଜନା ସର୍ମ୍ପକରେ ଲୋକମାନଙ୍କୁ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ପାରଳାଖେମୁଣ୍ଡିରେ ବିଜେଡିର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ

ଅନ୍ୟପଟେ ବିଧାୟକଙ୍କ ଗୋଷ୍ଠୀ ବାଘମାରୀ ଓ ବଡକୁମ୍ଭାରୀ ପଞ୍ଚାୟତରେ ପଦଯାତ୍ରା ସହ ରକ୍ତଦାନ ଶିବିର କାର୍ଯ୍ୟକ୍ରମ କରି ନିଜ ନିଜର ପତିଆରା ଦେଖାଇଥିବା ନଜରକୁ ଆସିଛି । ଆଜି ଗାନ୍ଧୀ ଜୟନ୍ତୀ ଦିନରେ ବେଗୁନିଆ ବିଜେଡି ଦୁଇ ନେତା ଦୁଇଟି ସ୍ଥାନରେ ଦୁଇଗୋଷ୍ଠୀ ହୋଇ ପଦଯାତ୍ରା କରିବା ବେଗୁନିଆ ରାଜନୀତିକୁ ଚଳଚଞ୍ଚଳ କରିଛି । ୧୩ ଦିନରେ ବେଗୁନିଆ ନିର୍ବାଚନ ମଣ୍ଡଳୀର ଜନତା ରାଜେନ୍ଦ୍ର କୁମାର ସାହୁଙ୍କୁ ଗତ ସାଧାରଣ ନିର୍ବାଚନରେ ୨୦ ହଜାରରୁ ଅଧିକ ଭୋଟ ଦେଇ ବିଜୟ ମକୁଟ ପିନ୍ଧାଇଥିବାବେଳେ, ଦିନକ ପାଇଁ ଅଞ୍ଚଳର ଜନତାଙ୍କ ସୁଖ ଦୁଃଖରେ ସାମିଲ ନହୋଇ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ଲକ୍ଷ୍ୟ ଦେଉଥିବା ଦେଖିବାକୁ ମିଳୁଛି ।

ପଦଯାତ୍ରା ନେଇ ବିଜେଡି ରାଜ୍ୟ ସମ୍ପାଦକ ପ୍ରଦୀପ ସାହୁ କହିଛନ୍ତି ଯେ, "ଗାନ୍ଧୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବନ କ୍ରମେ ବେଗୁନିଆ ନିର୍ବାଚନମଣ୍ଡଳୀ ପ୍ରତ୍ୟେକ ଗ୍ରାମରେ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି । ସରକାରଙ୍କ 25 ବର୍ଷର ସଫଳତା, ଲୋକାଭିମୁଖୀ ଯୋଜନାକୁ ପହଞ୍ଚାଇବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଆଜିର ଦିନରେ ଆମେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ସହ ସାଧୁବାଦ ଜଣାଉଛୁ ।"

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.