ETV Bharat / state

Ratna Bhandar Issue: ଲେଜର ସ୍କାନିଂକୁ ରାଜ୍ୟ ସରକାରଙ୍କ ଷଡ଼ଯନ୍ତ୍ର କହିଲା ବିଜେପି, ଜବାବ ଦେଲା ବିଜେଡି - ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କମିଟି ଗଠନ ନକଲେ ଆଉ ଏକ କେସ ଫାଇଲ କରିବା ନେଇ ବିଜେପି ଚେତାବନୀ ଦେଇଛି । ଅଧିକ ପଢନ୍ତୁ

Ratna Bhandar Issue
ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ
author img

By ETV Bharat Odisha Team

Published : Nov 5, 2023, 4:16 PM IST

Updated : Nov 19, 2023, 1:27 PM IST

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ

ଭୁବନେଶ୍ବର: ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର୍ ସ୍କାନିଂ ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ଆଣିଛି ବିଜେପି । ଏନେଇ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି,"ରତ୍ନ ଭଣ୍ଡାର ଖୋଲିବା ଦାୟିତ୍ଵ ରାଜ୍ୟ ସରକାରଙ୍କର । କେବଳ ସୁପାରିଶ କରିବା କ୍ଷମତା ଗଜପତିଙ୍କର ଅଛି । ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର୍ ସ୍କାନିଂ ହେଉଛି ରାଜ୍ୟ ସରକାରଙ୍କ ଯୋଜନା ବଦ୍ଧ ଷଡ଼ଯନ୍ତ୍ର । ୧୯୫୨ ମସିହାରେ ସ୍ଵତନ୍ତ୍ର ଆଇନ କରି ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ନିଷ୍ପତ୍ତି ନେଇ ଗଜପତିଙ୍କ ଠାରୁ କ୍ଷମତା ନେଇଗଲେ । ତେଣୁ ରତ୍ନ ଭଣ୍ଡାର ଖୋଲିବା ଦାୟିତ୍ଵ ସମ୍ପୂର୍ଣ୍ଣ ଭାବେ ସରକାରଙ୍କର ଥିବାବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଗଜପତଙ୍କ ସୁପାରିଶକୁ କାହିଁକି କାର୍ଯ୍ୟକାରୀ କରୁନାହାନ୍ତି?"

ରାଜ୍ୟ ସରକାର ଯଥାଶୀଘ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କମିଟି ଗଠନ ନକଲେ ଖୁବଶୀଘ୍ର ପୁଣି ହାଇକୋର୍ଟରେ କେସ୍ ଫାଇଲ କରିବା ନେଇ ଚେତାବନୀ ଦେଇଛି ବିଜେପି । ପରିକ୍ରମା ପ୍ରକଳ୍ପ ପୂର୍ବରୁ କମିଟି ଗଠନ କରି ରତ୍ନ ଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏହାକୁ ନେଇ ବିଜେଡିର ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି, "ବିଜେପି ସବୁବେଳେ ଭ୍ରମରେ ଥାଏ । ସବୁ ବିକାଶମୂଳକ କାମକୁ ବିରୋଧ କରିବା ତାଙ୍କର ଅଭ୍ୟାସରେ ପରିଣତ ହେଲାଣି । ବିକାଶ ଯେଉଁଠି ନବୀନ ପଟ୍ଟନାୟକ ସେଇଠି । ବିକାଶ ଆଗକୁ ଆଗକୁ ଚାଲିଛି । ପରିକ୍ରମା ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ ହେବ । ପ୍ରଭୁ ଜଗନ୍ନାଥ ହେଉଛନ୍ତି ବିଶ୍ୱର ଠାକୁର । ନ୍ୟାୟର ସବୁବେଳେ ବିଜୟ ହୋଇଛି । ଅନ୍ୟାୟର ସ୍ଥାନ ନାହିଁ ।"

ଏହା ବି ପଢନ୍ତୁ...Shree Jagannath Temple: ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ 28ରେ ହେବ ଲେଜର ସ୍କାନିଂ

ସୂଚନା ଅନୁସାରେ, ନଭେମ୍ବର ୨୮ ତାରିଖରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଲେଜର୍‌ ସ୍କାନିଂ ହେବ । ପ୍ରଥମେ ରତ୍ନଭଣ୍ଡାରର ବାହାର ପାର୍ଶ୍ବ କାନ୍ଥର ଲେଜର୍‌ ସ୍କାନିଂ ହେବ । ଆବଶ୍ୟକ ପଡ଼ିଲେ, ରତ୍ନଭଣ୍ଡାର ଭିତର ପାର୍ଶ୍ବ କାନ୍ଥର ଲେଜର୍‌ ସ୍କାନିଂ ହେବ । ଏହାସହ ଶ୍ରୀମନ୍ଦିର ପାର୍ଶ୍ବ ଦେବବେଦୀ ମନ୍ଦିର କାନ୍ଥର ବି ଲେଜର୍‌ ସ୍କାନିଂ କରାଯିବ । ଶ୍ରୀମନ୍ଦିର ପରିଚାଳନା କମିଟି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ ଏହି କାମ ପାଇଁ ଅନୁମତି ପ୍ରଦାନ କରିଛି । ଏଥିପାଇଁ ଏକ ବୈଷୟିକ କମିଟି ବି ଗଠନ କରାଯାଇଛି । ଏହି କମିଟି ରତ୍ନଭଣ୍ଡାର ଲେଜର୍‌ ସ୍କାନିଂର ପ୍ରତ୍ୟକ୍ଷ ତତ୍ତ୍ବାବଧାନ କରିବ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଲେଜର୍‌ ସ୍କାନିଂ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଗତବର୍ଷ ଅଗଷ୍ଟ ୮ରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିରକୁ ପ୍ରଶାସନକୁ ରତ୍ନଭଣ୍ଡାର ଅନୁଧ୍ୟାନ ଓ ମରାମତି ପାଇଁ ଅନୁମତି ମାଗିଥିଲା।

ଇଟିଭି ଭାରତ,ଭୁବନେଶ୍ବର

Last Updated : Nov 19, 2023, 1:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.