ETV Bharat / state

ନିର୍ବାଚନ ଆସିଲେ ଆଇଟି ରେଡ୍‌ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ କହିଲା ବିଜେଡି, ପ୍ରତିକ୍ରିୟା ରଖିଲା ବିଜେପି

ଗତ କିଛିଦନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଆୟକର ବିଭାଗ ଚଢ଼ାଉ । ନିର୍ବାଚନ ଆସିଲେ ଏଭଳି ଚଢ଼ାଉ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ଅଭିଯୋଗ କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ । ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ

BJD and BJP face off over IT Raid
ଆୟକର ବିଭାଗ ଚଢ଼ାଉକୁ ନେଇ ବିଜେପି ବିଜେଡି ମୁହାଁମୁହିଁ
author img

By

Published : Apr 5, 2023, 7:14 PM IST

ଆୟକର ବିଭାଗ ଚଢ଼ାଉକୁ ନେଇ ବିଜେପି ବିଜେଡି ମୁହାଁମୁହିଁ

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ସ୍ଥାନରେ ଗତ କିଛିଦିନ ହେବ ଲଗାତାର ଭାବେ ଆୟକର ବିଭାଗ ଚଢ଼ାଉ କରୁଛି । ନିର୍ବାଚନ ପୂର୍ବରୁ ଆୟକର ବିଭାଗ ଚଢ଼ାଉ ରାଜନୈତିକ ଅଭିସନ୍ଧିମୂଳକ ବୋଲି ଠଉରାଇଛି ବିଜୁ ଜନତା ଦଳ । ନିର୍ବାଚନ ପୂର୍ବରୁ ଆୟକର ବିଭାଗ ଚଢ଼ାଉ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ସେପଟେ ବିଜେଡି ନିଜ ଛାଇକୁ ଦେଖି ଡରିବା ଆରମ୍ଭ କରିଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ଗଞ୍ଜାମ, ନୟାଗଡ଼, ଭୁବନେଶ୍ବର, ବାଲେଶ୍ବର ଓ ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଚାଲିଛି ଆଇଟିର ଘନଘନ ଚଢାଉ । ବାଲି, ପଥର, କ୍ରସର ବ୍ୟବସାୟ ସହ ସମ୍ପର୍କ ରଖିଥିବା ବ୍ୟବସାୟୀଙ୍କ ଘରେ ରେଡ ହୋଇଥିବାର ଚିତ୍ର ସାମ୍ନାକୁ ଆସିଛି । ଟିକସ ଫାଙ୍କିବା ଅଭିଯୋଗରେ ଏହି ଚଢାଉ ହେଉଥିବା କୁହାଯାଉଛି । ତେବେ ଚଢାଉ କରାଯାଉଥିବା ବ୍ୟକ୍ତିମାନଙ୍କର ପଲିଟିକାଲ ଲିଙ୍କ ରହିଥିବା ସନ୍ଦେହ ମଧ୍ୟ କରାଯାଉଛି ।

ସେପଟେ ଆୟକର ବିଭାଗର ଘନଘନ ଚଢ଼ାଉକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ବଢି ଯାଇଛି । ବିଜେପି ଏବଂ ବିଜେଡିର ନେତା ଆୟକର ବିଭାଗ ଚଢ଼ାଉକୁ ନେଇ ମୁହାଁମୁହିଁ ହୋଇଛନ୍ତି । ରାଜନୈତିକ ଅଭିସନ୍ଧି ରଖି ଆୟକର ବିଭାଗକୁ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି । ଆକ୍ରୋଷମୂଳକ ଭାବେ ଚଢାଉ କରାଯାଉଥିବାର ଅଭିଯୋଗ ମଧ୍ୟ ଆସିଛି । ଗତ ପଦ୍ମପୁର ନିର୍ବାଚନର ଠିକ ପୂର୍ବରୁ ସେହି ଅଞ୍ଚଳରେ ଆୟକର ବିଭାଗ ରେଡ ହୋଇଥିଲା । ଯାହାକୁ ନେଇ ଶାସକ ବିଜେଡି ଓ ବିରୋଧି ବିଜେପି ମୁହାଁମୁହିଁ ହୋଇଥିଲେ ।

ତେବେ ବର୍ତ୍ତମାନ ଆୟକର ବିଭାଗ ରେଡ ନେଇ ବିଜେଡି ସାଂସଦ ମାନସ ମଙ୍ଗରାଜ କହିଛନ୍ତି, "ଆୟକର ରେଡ ଖବର ଶୁଣିଛୁ । ନିର୍ବାଚନ ଆସିଲେ ଏମିତି ରେଡ ହୁଏ । ପୂର୍ବରୁ ବି ଏଭଳି ନଜିର ଅଛି । ତେବେ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।" ସେପଟେ ଏହାର ଜବାବ ରଖିଛି ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ଏହା ଏକ ରୁଟିନ ୱାର୍କ । ଆଇଟି ସବୁଦିନ ରେଡ ହୁଏ । ୩୬୫ ଦିନ ରେଡ ହେଉଛି । ଯଦି ସେମାନେ ଆୟକର ଠିକ ସମୟରେ ଦାଖଲ କରୁଥିବେ, ତାହାଲେ ତାଙ୍କର ଡରିବାର କିଛି ନାହିଁ । ମୁଁ ମନ୍ତ୍ରୀ ଥିଲି, ରାଜ୍ୟ ସରକାରଙ୍କ ସଂସ୍ଥା ତଦନ୍ତ କରୁନାହାନ୍ତି । ରାଜ୍ୟ ସରକାରଙ୍କ ସଂସ୍ଥା ଜଣେ ଅଧେ ଅଧିକାରୀଙ୍କୁ ଧରି ଲୋକଙ୍କୁ ବୋକା ବନାଉଛି ।" ତେବେ ବିଜେଡି ନିଜ ଛାଇକୁ ଦେଖି ଡରିବା ଆରମ୍ଭ କରିଛି ବୋଲି କହି ପାଲଟା ବାଣ ମାରିଛନ୍ତି ବିଜେପି ସଭାପତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.