ETV Bharat / state

Inspirational News: ପ୍ରକୃତି ବନ୍ଧୁ, ସମାଜ ସଂସ୍କାରକ ବିଶ୍ବନାଥ ମାର୍ଥାଙ୍କ ମହତ କାର୍ଯ୍ୟରେ ମହକିତ ପାଇକ ଗଡ

author img

By

Published : Dec 14, 2021, 7:33 PM IST

ପେଶା ମୂର୍ତ୍ତି କାରିଗର । କିନ୍ତୁ ନିଶା ସମାଜସେବା । ଆଜିକା ସମୟରେ ଲୋକେ ଶିକ୍ଷାକୁ ବ୍ୟବସାୟରେ ପରିଣତ କରିଥିବା ବେଳେ, ସେ କିନ୍ତୁ କୁନିକୁନି ପିଲାଙ୍କୁ ମାଗଣା ଶିକ୍ଷାଦାନ କରି ପାଲଟିଛନ୍ତି ଓଡ଼ିଶାର ଆଉଜଣେ ନନ୍ଦ ସାର । ଅଧିକ ପଢନ୍ତୁ

inspirational news: ନନ୍ଦ ସାର, ପ୍ରକୃତି ବନ୍ଧୁ ଓ ସମାଜ ସଂସ୍କାରକ, ବିଶ୍ବନାଥ ମାର୍ଥାଙ୍କ ମହକରେ ମହକିତ ପାଇକ ଗଡ

ଖୋର୍ଦ୍ଧା: ସେ ଜଣେ ସୂକ୍ଷ୍ମ ମୂର୍ତ୍ତି କାରିଗର (Sculptor artist) । ମୂର୍ତ୍ତି ତିଆରି କଲେ ଚଳେ ତାଙ୍କ ପରିବାର । କିନ୍ତୁ ତାଙ୍କର ଚିନ୍ତାଧାରା ଅତି ମହାନ । ଆଜିକା ସମୟରେ ଲୋକେ ଶିକ୍ଷାକୁ ବ୍ୟବସାୟରେ ପରିଣତ କରିଥିବା ବେଳେ ତାଙ୍କ ପାଖରେ କିନ୍ତୁ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ । କୁନିକୁନି ପିଲାଙ୍କୁ ଶିକ୍ଷାଦାନ କରିବା ପାଇଁ ସେ ନିଜ ଜୀବନକୁ କରିଦେଇଛନ୍ତି ଉତ୍ସର୍ଗ । ଆଉ ପାଲଟିଛନ୍ତି ଓଡ଼ିଶାର ଆଉଜଣେ ନନ୍ଦ ସାର ।

ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଡିଙ୍ଗର ଗ୍ରାମ ପଞ୍ଚାୟତର ବିଶ୍ବନାଥ ମାର୍ଥାଙ୍କ କଥା । ଯିଏକି ନିଜ ଗ୍ରାମରେ ଥିବା ଗରିବ ନିରୀହ ଆଦିବାସୀ ପିଲାଙ୍କୁ ଦୁଇଓଳା ନିଶୁଳ୍କ ଶିକ୍ଷାଦାନ କରି ଅନ୍ୟପାଇଁ ପାଲଟିଛନ୍ତି ଉଦାହରଣ ।

କୋରୋନା ମହାମାରୀ ସମୟରେ ପିଲାଙ୍କୁ କିଭଳି ଶିକ୍ଷାଦାନ କରିହେବ ସେ ନେଇ ଜାରି ରଖିଛନ୍ତି ଉଦ୍ୟମ । ଗାଁ ଦାଣ୍ଡରେ ପିଲାଙ୍କୁ ଏକାଠି କରି କାନ୍ଥରେ କଳାପଟା ଝୁଲାଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି ବିଶ୍ୱନାଥ । ଗରିବ ଆଦିବାସୀ ମାନେ ମୂଲ ଲାଗି ପରିବାର ପୋଷୁଥିବା ବେଳେ ପିଲାଙ୍କୁ ଶିକ୍ଷାଦାନ ପାଇଁ ଅର୍ଥ ବାଧକ ସାଜୁଥିବାରୁ ସେମାନେ କୁନି ପିଲାଙ୍କୁ ଶିକ୍ଷାଦାନ ପାଇଁ ନପଠାଇ ଅନ୍ୟାନ୍ୟ କାମରେ ଲଗାଉଥିଲେ ।

ଏକଥା ବିଶ୍ୱନାଥ ଜାଣିବା ପରେ ନିଜ ରୋଜଗାର ଅର୍ଥରେ ପିଲାଙ୍କ ପାଇଁ ପାଠପଢା ସାମଗ୍ରୀ ଖାତା, ପେନ, ପେନ୍ସିଲ, ସ୍ଲେଟ, ଖଡ଼ି ଓ ପୋଷାକ କିଣି ପିଲାଙ୍କୁ ପାଠ ପଢ଼ିବା ପାଇଁ ଆଗ୍ରହ ସୃଷ୍ଟି କରାଇଥିଲେ । ଫଳରେ ସେ ଏବେ ପ୍ରାୟ 72 ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି । କେତେବେଳେ ଗାଁ ଦାଣ୍ଡରେ ତ, ଆଉ କେତେବେଳେ ଗାଁ କୋଠ ଘରେ ସେ ପିଲାଙ୍କୁ ପାଠ ପଢାଇଥାନ୍ତି । ଆଗକୁ ମଧ୍ୟ ଏଭଳି ଗରିବ ପିଲାଙ୍କୁ ନିଜସ୍ୱ ଅର୍ଥରେ ଶିକ୍ଷାଦାନ ପ୍ରକ୍ରିୟା ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବିଶ୍ୱନାଥ । ବିଶ୍ୱନାଥଙ୍କର ଏଭଳି ନିଆରା ଉଦ୍ୟମ ବେଗୁନିଆ ଅଞ୍ଚଳରେ ତାଙ୍କୁ ଆଉ ଜଣେ ନନ୍ଦ ସାରଙ୍କ ପରିଚୟ ଦେଇଛି ।

ବିଶ୍ଵନାଥ ମାର୍ଥା । ଖାଲି ଯେ କେବଳ ପିଲାଙ୍କୁ ନିଶୁଳ୍କ ଶିକ୍ଷାଦାନ କରନ୍ତି ତାହା ନୁହେଁ, ବରଂ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସେ ଜଡିତ । ନିଜ ଗ୍ରାମ ଶ୍ମଶାନକୁ ଉଦ୍ୟାନରେ ପରିଣତ କରିବା ସହ ମୃତଦେହ ସତ୍କାର ପାଇଁ ସେ ପ୍ରସ୍ତୁତ କରିଛନ୍ତି ଏକ ବୈଦିକ କୁଣ୍ଡ । ସେହିଭଳି ସତ୍କାର ବେଳେ ଯେପରି ପରିବେଶ ପ୍ରଦୂଷଣ ନହେବ, ସେଥିପାଇଁ ସେ ଘିଅ, ଝୁଣା, କର୍ପୂର, ତୁଳା ଆଦି ବ୍ୟବହାର କରିଥାନ୍ତି ।

ଏହାସହ ମୃତ୍ୟୁ ଓ ମଶାଣିକୁ ନେଇ ଲୋକଙ୍କ ମନରେ ଥିବା ଅନ୍ଧବିଶ୍ବାସ, ଡରକୁ ଦୁରେଇବା ପାଇଁ ମଶାଣିରେ ଲାଗାଇଛନ୍ତି ଅନେକ ଫୁଲ ଗଛ ସହ ଔଷଧୀୟ ଗଛ । ସେଠାରେ ସେ 110 ପ୍ରକାର ଔଷଧୀୟ ବୃକ୍ଷ ସହ ପ୍ରାୟ 70 ପ୍ରକାର ଫୁଲ ଗଛ ଲଗାଇଛନ୍ତି । ଏପରିକି ସେ ବହୁଳ ମାତ୍ରାରେ ବୃକ୍ଷ ରୋପଣ କରି ବନ ବିଭାଗ ପକ୍ଷରୁ ପାଇଛନ୍ତି ‘ପକୃତି ବନ୍ଧୁ’ ପୁରସ୍କାର ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.