ETV Bharat / state

ସଞ୍ଜୟଙ୍କ ବିସ୍ଫୋରକ ବୟାନ: ତେରେଛା ବାଣ ମାରିଲେ କେନ୍ଦ୍ରମନ୍ତ୍ରୀ ଟୁଡୁ - ତେରେଚ୍ଛା ବାଣ ମାରିଲେ ବିଶେଶ୍ବର ଟୁଡୁ

ସଞ୍ଜୟ ଦାସବର୍ମାଙ୍କ ବ୍ରହ୍ମଗିରି ଭାଷଣ ପରେ ଏବେ ରାଜ୍ୟ ରାଜନୀତି ହଲଚଲ । ଏହାକୁ ନେଇ ବିରୋଧୀ ଶାସକ ଦଳକୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି । ଅଧିକ ପଢ଼ନ୍ତୁ

Bishweswar Tudu targets BJD after Sanjay Dasburma statement in Bramhagiri
ସଞ୍ଜୟଙ୍କ ବିସ୍ଫୋରକ ବୟାନ: ତେରେଚ୍ଛା ବାଣ ମାରିଲେ ବିଶେଶ୍ବର ଟୁଡୁ
author img

By

Published : Nov 16, 2022, 8:39 PM IST

ଭୁବନେଶ୍ବର: ସଞ୍ଜୟ ଦାସବର୍ମାଙ୍କ ବ୍ରହ୍ମଗିରି ଭାଷଣ ପରେ ଏବେ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ବିଜେଡିରେ ପୁଣି ଜଣେ ବିଦ୍ରୋହୀ ଉଦ୍ଭା ହୋଇଥିବା ଚର୍ଚ୍ଚା ହେଉଛି । ସେପଟେ ଏହାକୁ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳୁନାହିଁ । ତେବ ଏହାକୁ ନେଇ ବିରୋଧୀ ଶାସକ ଦଳକୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ।

ବୁଧବାର କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ସଞ୍ଜୟ ଦାସବର୍ମାଙ୍କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, "ଲୋକେ ଧୀରେ ଧୀରେ ସବୁ ବୁଝିସାରିଲେଣି । ଏଠି ସରକାର କେମିତି ଚାଲିଛି, ଲୁଟ୍‌ପାଟ୍‌ କେମିତି ଚାଲିଛି । ଦଳୀୟ ଲୋକ ଏବଂ ସାଧାରଣ ଲୋକ ସବୁ ବୁଝିସାରିଲେଣି । ବିଳମ୍ବରେ ହେଉ ପଛେ ସେ ବୁଝି ସାରିଲେଣି ଦେଶୀ ଅର୍ଥ କଣ ବିଦେଶୀ ଅର୍ଥ କଣ ? ବିଦେଶୀ ଅର୍ଥ ଜିଲ୍ଲା ବାହାରୁ, ରାଜ୍ୟ ବାହାରୁ ବା ଦେଶ ବାହାରୁ । 'ଲୁଚିଛି ନା ଗୋଡ଼ ଦିଟା ଦିଶୁଛି ' ଏକଥା ଆମେ ସମସ୍ତେ ଜାଣିଛୁ, ସରକାର କିଏ ଚଳାଉଛି ।"

ସଞ୍ଜୟଙ୍କ ବିସ୍ଫୋରକ ବୟାନ: ତେରେଚ୍ଛା ବାଣ ମାରିଲେ ବିଶେଶ୍ବର ଟୁଡୁ

ଲୋକଙ୍କୁ ବୁଝିବାକୁ ସମୟ ଲାଗିଲା, ବିଳମ୍ବରେ ହେଉ ପଛେ ଯଦି ସମସ୍ତେ ବୁଝି ପାରୁଛନ୍ତି ଏବଂ ଦଳୀୟ ଲୋକ ବି ବୁଝି ପାରୁଛନ୍ତି । ତେବେ 2024 ପାଇଁ ଏକ ନୂଆ ଯୁଗ ଆରମ୍ଭ ହେବ । ଭାରତୀୟ ଜନତା ପାର୍ଟିର ସରକାର ହେବ ଏଥିରେ ଦ୍ବିମତ ନାହିଁ । ବ୍ରିଟିଶ 200ବର୍ଷ ଶାସନ କରିବା ପରେ ଲୋକ ଅତିଷ୍ଟ ହେଲା ପରେ ଲଢେଇ କଲେ ଏବଂ ଗଣତନ୍ତ୍ର ପ୍ରତିଷ୍ଠା ହେଲା | ଏଠାରେ ବି ବ୍ରିଟିଶ ରାଜ ଚାଲିଛି, ଲୋକଙ୍କୁ ଯନ୍ତ୍ରଣା ଦିଆଯାଉଛି, ଲୁଣ୍ଠନ କରାଯାଉଛି, ଅତ୍ୟାଚାର କରାଯାଉଛି ସବୁକିଛି କରାଯାଉଛି । ତେଣୁ ଲୋକେ ୨୦୨୪ରେ ବିଜେପିକୁ ଭୋଟ ଦେବେ । ବିଜେପି ସରକାର କରିବ ଏବଂ ବ୍ରିଟିଶ ମୁକ୍ତ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ।

କିଛି ଦିନ ପୂର୍ବରୁ ବ୍ରହ୍ମଗିରିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ବିସ୍ଫୋରକ ଭାଷଣ ଦେଇଛନ୍ତି ବିଜେଡି ନେତା ସଞ୍ଜୟ ଦାସବର୍ମା । ସେ କହିଥିଲେ, "ବିଦେଶୀ ଶକ୍ତି ଓଡ଼ିଶାର ଖଣି ଖାଦାନ ସହ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମଧ୍ୟ ଲୁଟ୍‌ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଆମକୁ ତାଙ୍କୁ ପ୍ରତିହତ କରିବାକୁ ହେବ । ସେମାନେ କରିଥିବା ଷଡ଼ଯନ୍ତ୍ରର ଉଚିତ ଜବାବ ଦେବାକୁ ହେବ । କିଛି ଭାବୁଛନ୍ତି ଆମେ ଯାହା ନିଷ୍ପତ୍ତି ନେବୁ ସମସ୍ତେ ମାନିନେବେ । ଷଡ଼ଯନ୍ତ୍ରକାରୀଙ୍କୁ କଡ଼ା ଜବାବ ମିଳିବ । ରାଜନୈତିକ ଲାଭ ପାଇଁ ଆମେ ବ୍ରହ୍ମଗିରି ମୁଣ୍ଡ ନୋଇଁବାକୁ ଦେବୁନାହିଁ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.