ETV Bharat / state

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, ହକି ଷ୍ଟାର ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ - ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର ଫାଇଲ କ୍ଲୋଜ । ହକି ଷ୍ଟାର ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ ଦେଲେ କମିଶନରେଟ ପୋଲିସ । ଅଧିକ ପଢନ୍ତୁ

ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ
ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ
author img

By

Published : Feb 25, 2023, 7:49 AM IST

ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲା । ହକି ଷ୍ଟାର ତାରକା ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ ଦେଇଛି କମିଶନରେଟ ପୋଲିସ । ଏହି ଘଟଣା ସହ ବିରେନ୍ଦ୍ର ଲାକ୍ରାଙ୍କ କୌଣସି ସମ୍ପର୍କ ନଥିବା ବେଳେ ଆନନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ପୋଲିସ ତରଫରୁ କୁହାଯାଇଛି ।

ଏନେଇ ଭୁବନେଶ୍ବର ଡିସିପି କହିଛନ୍ତି," ଏଥିରେ ବିରେନ୍ଦ୍ରଙ୍କ କୌଣସି ଭୂମିକା ନାହିଁ । ତଦନ୍ତ ସମୟରେ ବିରେନ୍ଦ୍ରଙ୍କ କୌଣସି ଭୂମିକା ରହିଥିବା ଜଣାପଡିନାହିଁ । ତଦନ୍ତ ବେଳେ ମିଳିଥିବା ସମସ୍ତ ପ୍ରମାଣ ସହ ଆନନ୍ଦଙ୍କ ମୃତଦେହ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଅନୁସାରେ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ଜଣାପଡିଛି ।"

ତେବେ ଏନେଇ ପୂର୍ବରୁ ଏହି ମାମଲାର ତଦନ୍ତ ବେଳେ ଅନେକ ଥର ଥାନାରେ ହାଜର ହୋଇ ଜେରା ସମ୍ମୁଖୀନ ହୋଇଥିଲେ । ଲାକ୍ରା ଆନନ୍ଦଙ୍କର ରୁମମେଟ୍ ଓ ବନ୍ଧୁ ଥିବାରୁ ତାଙ୍କ ଆଡ଼କୁ ପରିବାର ଲୋକ ଆଙ୍ଗୁଳି ଉଠାଇଥିଲେ । ଏପରିକି ପ୍ରଥମେ ବିରେନ୍ଦ୍ରଙ୍କ ବିରୋଧରେ ସମ୍ପୃକ୍ତ ଥିବା ସନ୍ଦେହ କରି ଇନଫୋସିଟି ଥାନାରେ‌ ପ୍ରଥମେ ଅଭିଯୋଗ ଆଣିଥିଲେ । କିନ୍ତୁ ପୋଲିସ ଅଭିଯୋଗ ଶୁଣିନଥିଲା ଏବଂ ପରିବାରଙ୍କ ଅଭିଯୋଗକୁ ଗୁରୁତ୍ବ ଦେଇନଥିଲା । ଯାହାକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଆନନ୍ଦଙ୍କ ବାପା ।

ପରେ ହାଇକୋର୍ଟ କେସର ଉପଲବ୍ଧି କରି କେସରେ ତତ୍କାଳୀନ ଆଇଆଇସିଙ୍କୁ କାର୍ଯ୍ୟରୁ ବାଦ ଦେବା ସହ ଅନ୍ୟତ୍ର ବଦଳି ପାଇଁ ଆଦେଶ ଦେଇଥିଲେ । ତିନି ମାସ ମଧ୍ୟରେ ଭୁବନେଶ୍ୱର ଡିସିପିଙ୍କୁ ତଦନ୍ତ ସାରିବାକୁ ହାଇକୋର୍ଟ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ । କେସ ନମ୍ବର ୩୩୬/୨୨ରେ ୩୦୨ରେ ପୋଲିସ ତଦନ୍ତ ଚଳାଇଥିଲା । ଏନେଇ ୨୫ଜଣଙ୍କୁ ସମନ୍ କରାଯାଇଥିଲା। ଅତିରିକ୍ତ ଡିସିପି ତଦନ୍ତ କରୁଥିବା ବେଳେ ବିରେନ୍ଦ୍ର ଲାକ୍ରା ଏବଂ ଆନନ୍ଦଙ୍କ ବାନ୍ଧବୀଙ୍କୁ ପଚରାଉଚରା କରାଯାଇଥିଲା । ଏମସର ମେଡ଼ିକାଲ ରିପୋର୍ଟ, ପୋଷ୍ଟମର୍ଟମ, ଭିସେରା ରିପୋର୍ଟ ଏବଂ ବିଭିନ୍ନ ଦିଗକୁ ନେଇ ରିପୋର୍ଟକୁ ତର୍ଜମା କରି ଶେଷରେ ତଦନ୍ତ ସାରିଥିଲା ପୋଲିସ । ଏହାସହ ବିବାଦରେ ଛନ୍ଦି ହୋଇଥିବା ଆନନ୍ଦଙ୍କୁ କ୍ଲିନଚିଟ ଦେଇଛି ।

ଏହା ମଧ୍ୟ ପଢନ୍ତୁ: ଆନନ୍ଦ ଟପୋଙ୍କୁ ଗ୍ରୁପ କରି କରାଯାଇଛି ହତ୍ୟା ! କମିଶନର ଡିଲ କରିଛନ୍ତି, IIC ଶୁଣୁନାହାନ୍ତି

ମୃତ୍ୟୁ ପୁର୍ବରୁ ମଦ୍ୟପାନ କରିଥିବା ସହ ଆନନ୍ଦଙ୍କ ବେକରେ ଯେଉଁ ଦାଗ ରହିଥିଲା ତାହା ଝୁଲନ୍ତା ସମୟର ଦାଗ ବୋଲି ରିପୋର୍ଟରେ ପ୍ରକାଶ ପାଇଥିଲା । ଏହି ସବୁ ଦିଗକୁ ଦେଖି ଗତକାଲି କମିଶନରେଟ ପୋଲିସ ତରଫରୁ ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.