ଖୋର୍ଦ୍ଧା: ଚିଲିକାର ନୀଳ ଜଳରାଶିକୁ ଶୀତ ଋତୁ ଆସିଲେ ମାଡ଼ି ଆସିଥାନ୍ତି ରଙ୍ଗ ବେରଙ୍ଗର ବିଦେଶୀ ଅତିଥୀ । ହେଲେ ପକ୍ଷୀ ଶୀକାରୀମାନେ ଏହି ପକ୍ଷୀମାନଙ୍କୁ ନଳ ଘାସରେ ବିଷ ଦେଇ ଶୀକାର କରୁଥିବା ବେଳେ ଶୁକ୍ରବାର ଜଣେ ପକ୍ଷୀ ଶିକାରୀକୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଅଧିନ ବାଲିପାଟପୁର ବାବାଜୀ କୁଡିଆ ନିକଟରୁ ୩ଟି ମୃତ ବିଦେଶୀ ପକ୍ଷୀ ଉଦ୍ଧାର କରିବା ସହ ଜଣେ ଶିକାରୀକୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ।
ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ବାଲିପାଟପୁର ବାବାଜୀ କୁଡିଆ ନିକଟରେ ଚଢ଼ାଉ କରି ୩ଟି ମୃତ ବିଦେଶୀ ପକ୍ଷୀଙ୍କୁ ଉଦ୍ଧାର କରିବା ସହ ଗୋଟିଏ ବାଇସାଇକେଲ, ଗୋଟିଏ ମୋବାଇଲ ଫୋନ, ଫୁରାଡ଼ନ ବିଷ, ବିଶାକ୍ତ କଇଁ ଫୁଲ, ଗୋଟିଏ ଦାଆ, ଜରିବ୍ୟାଗ ଜବତ କରିବା ସହ ଜଣେ ଶିକାରୀକୁ ଗିରଫ କରିଛି।
ମୃତ ପକ୍ଷୀ ଗୁଡିକ ମଧ୍ୟରେ ଲାର୍ଜ ୱଷ୍ଟିଙ୍ଗଟି, ନର୍ଦନ ଶୋଭଲରୀଟି, ଫେସଣ୍ଟ ଟାଇଲଡ୍ ଜାକନା ପକ୍ଷୀ ଉଦ୍ଧାର କରାଯାଇ ପଞ୍ଚନାମା ପାଇଁ ପଠାଇଛି । ଗିରଫ ପକ୍ଷୀ ଶିକାରୀ ଜଣଙ୍କ ଟାଙ୍ଗୀ ଥାନା ଅଭିମାନପୁର କାଟିଲାଗୋଟ ପାଟଣାର ସର୍ବେଶ୍ବର ପ୍ରଧାନ ବୋଲି ଟାଙ୍ଗୀ ବନ୍ୟପ୍ରାଣୀ ଅଧିକାରୀ ଚୂଡାରାଣୀ ମୁର୍ମୁ ସୂଚନା ଦେଇଛନ୍ତି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ