ETV Bharat / state

ଖୋର୍ଦ୍ଧାରେ ବିଜୁ ଜୟନ୍ତୀ ଏବଂ ପଞ୍ଚାୟତରାଜ ଦିବସ ପାଳିତ

author img

By

Published : Mar 5, 2021, 6:35 PM IST

ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ପଞ୍ଚାୟତରାଜ ଦିବସ ପାଳିତ । ଅଧିକ ପଢନ୍ତୁ...

ଖୋର୍ଦ୍ଧାରେ ବିଜୁ ଜୟନ୍ତୀ ଏବଂ ପଞ୍ଚାୟତରାଜ ଦିବସ ପାଳିତ
ଖୋର୍ଦ୍ଧାରେ ବିଜୁ ଜୟନ୍ତୀ ଏବଂ ପଞ୍ଚାୟତରାଜ ଦିବସ ପାଳିତ

ଖୋର୍ଦ୍ଧା : ଶୁକ୍ରବାର ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ । ଏହି ପ୍ରବାଦ ପୁରୁଷଙ୍କ ଜୟନ୍ତୀ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେଇଛି । ଏହି ଅବସରରେ ଖୋର୍ଦ୍ଧା, ବେଗୁନିଆ, ବୋଲଗଡ଼, ଚିଲିକାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ସ୍ଥାନୀୟବାସୀ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସେହିପରି ଶୁକ୍ରବାର ପଞ୍ଚାୟତରାଜ ଦିବସ ଏବଂ ଲୋକସେବା ଦିବସ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି । ଏଥିରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ କୁମାର ରାଉତରାୟ ପ୍ରମୁଖ ଯୋଗେ ଦେଇ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ପାଖରେ ସରକାରଙ୍କ ବିଭିନ୍ନ ଯୋଜନାକୁ ପହଞ୍ଚାଇବା ଦିଗରେ ପଞ୍ଚାୟତର ଭୂମିକା ସମ୍ପର୍କରେ ଆଲୋକପାତ କରିଛନ୍ତି । ଏହି ଅବସରରେ ଚକାପଦା ଠାରୁ ବେଗୁନିଆ ଯାଏଁ ଏକ ସାଇକେଲ ରାଲି ମଧ୍ୟ ଆୟୋଜିତ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.