ETV Bharat / state

ହ୍ୱିପ୍ ଜାରି କଲେ ନବୀନ; ଦିଲ୍ଲୀ ଅଧ୍ୟାଦେଶ ବିଲକୁ ସମର୍ଥନ ଓ ଅନାସ୍ଥାକୁ ବିରୋଧ କରିବ BJD

author img

By

Published : Aug 1, 2023, 3:55 PM IST

ଦଳୀୟ ସାଂସଦଙ୍କ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପକ୍ଷରୁ 3 ଧାଡ଼ିଆ ଜାରି ହୋଇଛି ହୁଇପ । ଉଭୟ ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କ ଲାଗି ହୁଇପ ଜାରି କରାଯାଇଛି । ଉଭୟ ସଦନର ସଦସ୍ୟ ଗୃହରେ ଉପସ୍ଥିତ ରହି ସୁପ୍ରିମୋଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ଅଧିକ ପଢନ୍ତୁ

ହୁଇପ ଜାରୀ କଲେ ନବୀନ
ହୁଇପ ଜାରୀ କଲେ ନବୀନ
  • VIDEO | “We will be opposing the No-Confidence motion brought by the opposition and in this regard a three-line whip has been issued by the party to the Lok Sabha and Rajya Sabha MPs,” says BJD leader @sasmitpatra. pic.twitter.com/xLYgyi20pD

    — Press Trust of India (@PTI_News) August 1, 2023 " class="align-text-top noRightClick twitterSection" data=" ">

ଭୁବନେଶ୍ବର/ନୂଆଦିଲ୍ଲୀ: ଦେଶ ତଥା ଓଡିଶା ରାଜନୀତି ପାଇଁ ବଡ ଅପଡେଟ । ଏନଡିଏର ସିଧାସଳଖ ସମର୍ଥନରେ ବାହାରିଲା ବିଜୁ ଜନତା ଦଳ (ବିଜେଡି) । ସମଦୂରତ୍ୱ ନୁହେଁ ଏନଡିଏକୁ ସଂସଦରେ ସମର୍ଥନ ଯୋଗାଇବାକୁ ଘୋଷଣା କରିଛି ବିଜୁ ଜନତା ଦଳ ।

ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ଦିଲ୍ଲୀ ଅଧ୍ୟାଦେଶ ବିଲକୁ ସମର୍ଥନ ଘୋଷଣା କରିଛି ବିଜୁ ଜନତା ଦଳ । ସେହିପରି ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳ କଂଗ୍ରେସ ଓ ବିଆରଏସ ପକ୍ଷରୁ କେନ୍ଦ୍ର ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି । ଏନେଇ ଘୋଷଣା କରିଛି ବିଜୁ ଜନତା ଦଳ । ଦଳୀୟ ସାଂସଦଙ୍କ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପକ୍ଷରୁ 3 ଧାଡ଼ିଆ ଜାରି ହୋଇଛି ହୁଇପ । ଉଭୟ ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କ ଲାଗି ହୁଇପ ଜାରି କରାଯାଇଛି । ଉଭୟ ସଦନର ସଦସ୍ୟ ଗୃହରେ ଉପସ୍ଥିତ ରହି ସୁପ୍ରିମୋଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।

ଏହାବି ପଢନ୍ତୁ- Parliament monsoon session: ମଣିପୁର ପ୍ରସଙ୍ଗରେ ଚାଲିପାରୁନି ଗୃହ, ଆଜି ଆସିପାରେ ଦିଲ୍ଲୀ ଅଧ୍ୟାଦେଶ ବିଲ୍

ଲୋକସଭାରେ ଆଜି ଆଗତ ହୋଇଛି ଦିଲ୍ଲୀ ଅଧ୍ୟାଦେଶ ବିଲ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ପକ୍ଷରୁ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ ଗୃହରେ ଆଗତ କରିଛନ୍ତି । ବିଲ ଆଗତ ବେଳେ ଲୋକସଭାରେ ବିରୋଧୀ (ଇଣ୍ଡିଆ ମେଣ୍ଟ) ସାଂସଦଙ୍କ ପକ୍ଷରୁ ଲୋକସଭାରେ ପ୍ରବଳ ହଟ୍ଟଗୋଳ ଜାରି ରହିଥିଲା । ବିଲକୁ ନେଇ ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ବିରୋଧୀଙ୍କ ବିରୋଧ ସାମ୍ବିଧାନିକ ନୁହେଁ ବଂର ଏହା ରାଜନୈତିକ । ତେଣୁ ସାମ୍ବିଧାନିକ ଆଧାରରେ ଏହି ବିଲକୁ ଆଗତ କରିବା ପାଇଁ ବାଚସ୍ପତିଙ୍କ ଅନୁମତି ମାଗିଥିଲେ । ଅମିତ ଶାହ ଆହୁରି କହିଥିଲେ, କୌଣସି ପ୍ରସଙ୍ଗରେ ଆଇନ ପ୍ରସ୍ତୁତ କରିବା ଲୋକସଭାର ଅଧିକାର ରହିଛି । ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ସୁପ୍ରିମୋକୋର୍ଟ ମଧ୍ୟ କହିଛନ୍ତି କେନ୍ଦ୍ର ସରକାର ସଂସଦରେ ଆଇନ ଆଣିପାରିବେ ।

ଦିଲ୍ଲୀ ଅଧ୍ୟାଦେଶ ବିଲକୁ ଗୃହୀତ କରାଇ ନଦେବା ପାଇଁ ଆମ ଆଦମୀ ପାର୍ଟି(ଆପ) ଉଦ୍ୟମ ଚଳାଇଛି । ଏଥିପାଇଁ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳର ସମର୍ଥନ ଲୋଡିଛି । ବିରୋଧୀ ମେଣ୍ଟ ମଧ୍ୟ ବିଲକୁ ବିରୋଧ କରିବେ ବୋଲି ଆମ ଆଦମୀ ପାର୍ଟିକୁ ଆଶ୍ବାସନା ଦେଇଛନ୍ତି ।

ତେବେ ଏହି ବିବାଦୀୟ ବିଲକୁୁ ଉଚ୍ଚସଦନରେ ପାରିତ ନକରାଇଦେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରାୟ ସମସ୍ତ ବିରୋଧୀ ଦଳଙ୍କ ସମର୍ଥନ ହାସଲ କରିସାରିଛନ୍ତି । ଭାରତୀୟ ଜନତା ପାର୍ଟି ଓ ଏନଡିଏର ସଂଖ୍ୟା ଆଧାରରେ ଏହା ନିମ୍ନ ସଦନ ଲୋକସଭାରେ ପାରିତ ହେବାରେ କୌଣସି ସମସ୍ୟା ନାହିଁ । ହେଲେ ଏହାକୁ ରାଜ୍ୟସଭାରେ ବିରୋଧୀଙ୍କ ସମର୍ଥନରେ ପାରିତ ନକରାଇଦେବା ପାଇଁ ଆମ ଆଦମୀ ପାର୍ଟି ସମସ୍ତ ପ୍ରୟାସ କରିଛି । କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହି ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କୁ ସମର୍ଥନ ଦେଇସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.