ETV Bharat / state

ବିଜେଡି କାଟିବ 50 ଷ୍ଟାଣ୍ଡିଂ ବିଧାୟକଙ୍କ ଟିକେଟ !

ବିଜେଡି ଆରମ୍ଭ କଲାଣି 2024 ସାଧାରଣ ନିର୍ବାଚନ ଦଖଲ ପ୍ରସ୍ତୁତି । ଓଡ଼ିଶା ଉପରେ କେନ୍ଦ୍ରୀୟ ବିଜେପି ନେତାଙ୍କ ଆଖି ଓ ବଢୁଥିବା ଭୋଟିଂ ପ୍ରତିଶତ ନେଇ ଚିନ୍ତାରେ ବିଜୁ ଜନତା ଦଳ । ଦଳ ଭିତରେ ଥିବା ଅସନ୍ତୋଷର ଫାଇଦା ନେବାକୁ ବିରୋଧୀ ଲକ୍ଷ୍ୟ ରଖିଛନ୍ତି ବିରୋଧୀ । ଏହାକୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ଅଧିକ ପଢନ୍ତୁ

author img

By

Published : Apr 29, 2023, 10:47 PM IST

ବିଜେଡି କାଟିବ 50 ଷ୍ଟାଣ୍ଡିଂ ବିଧାୟକଙ୍କ ଟିକେଟ !
ବିଜେଡି କାଟିବ 50 ଷ୍ଟାଣ୍ଡିଂ ବିଧାୟକଙ୍କ ଟିକେଟ !
ବିଜେଡି କାଟିବ 50 ଷ୍ଟାଣ୍ଡିଂ ବିଧାୟକଙ୍କ ଟିକେଟ !

ଭୁବନେଶ୍ବର: ସାଧାରଣ ନିର୍ବାଚନ ଯେତେ ପାଖାଉଛି ବିଜେଡି ନୂଆ ନୂଆ ରଣନୀତି ସେତେ ଆପଣାଉଛି । ଲକ୍ଷ୍ୟ 2024 ବୈତରଣୀ ଅତିକ୍ରମ କରିବା । ଏହାକୁ ଦୃଷ୍ଟିରେ ରଖି ସଂଗଠନକୁ ସୁଦୃଢ କରିବାରେ ଲାଗିଛି ଦଳ । ବୟସ୍କ, ନିଷ୍କ୍ରିୟ ଓ ଛବି ମଳିନ ପଡିଥିବା ନେତାଙ୍କ ଟିକେଟ କାଟିବ ଦଳ । ଏହି ତାଲିକାରେ ଅଛନ୍ତି ପ୍ରାୟ 50ରୁ ଉର୍ଦ୍ଧ୍ବ ଷ୍ଟାଣ୍ଡିଂ ବିଧାୟକ । ଯେଉଁମାନେ ଲୋକପ୍ରିୟ, ସୁସଂଗଠକ ଓ ଛବି ଭଲ ରହିଛି ତାଙ୍କୁ ନବୀନ ନିବାସ ଡାକି ନିର୍ବାଚନ ମଣ୍ଡଳୀରେ ରହି କାମ କରିବାକୁ ଦଳ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଏହାବି ପଢନ୍ତୁ- ସିଏସଙ୍କ ଗୁରୁବାଣୀ; ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ପାଇଁ ଓଏଏସ ପ୍ରୋବେସନରଙ୍କୁ ପରାମର୍ଶ

ବିଜେଡି ଆରମ୍ଭ କଲାଣି 2024 ସାଧାରଣ ନିର୍ବାଚନ ଦଖଲ ପ୍ରସ୍ତୁତି । ଓଡ଼ିଶା ଉପରେ କେନ୍ଦ୍ରୀୟ ବିଜେପି ନେତାଙ୍କ ଆଖି ଓ ବଢୁଥିବା ଭୋଟିଂ ପ୍ରତିଶତ ନେଇ ଚିନ୍ତାରେ ବିଜୁ ଜନତା ଦଳ । ଦଳ ଭିତରେ ଥିବା ଅସନ୍ତୋଷର ଫାଇଦା ନେବାକୁ ବିରୋଧୀ ଲକ୍ଷ୍ୟ ରଖିଛନ୍ତି ବିରୋଧୀ । ଏହାକୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ବିଶେଷ କରି ଦୁଇଟି ଦିଗ ଉପରେ ଦଳ କାର୍ଯ୍ୟ କରୁଛି । ଦଳ ଭିତରେ ଥିବା ଅସନ୍ତୋଷକୁ ପ୍ରଶମିତ କରି ସଂଗଠନ ସୁଦୃଢ କରିବାକୁ ଲାଗିଛି ଦଳ । ସଠିକ ନେତା ଚୟନ ଉପରେ ଗୁରୁତ୍ୱ ଦେଉଛି ଦଳ । ବିଶ୍ୱସ୍ତ, ଭଲ ଛବି ଓ ସଂଗଠନ ଥିବା ନେତାଙ୍କୁ ଦଳ ପ୍ରାଧାନ୍ୟ ଦେଉଛି । ଯାହା 2014 ସାଧାରଣ ନିର୍ବାଚନରେ ଟିକେଟ ବଣ୍ଟନରେ ପ୍ରତିଫଳିତ ହେବ ।

ଶଙ୍ଖ ଭବନ ଉଦଘାଟନ ପରଠାରୁ ଦଳର ସୁପ୍ରିମୋ ପ୍ରତ୍ୟେକ ଜିଲ୍ଲାର ନିର୍ଦ୍ଦିଷ୍ଟ ନେତା ଓ ବିଧାୟକଙ୍କୁ ଡାକି ଆଲୋଚନା କରୁଛନ୍ତି । ନିର୍ବାଚନକୁ ବର୍ଷେ ଥିବାବେଳେ ଏବେ ଠାରୁ କିଛି ନେତାଙ୍କୁ ମିଳିଛି ଟିକେଟ ପାଇଁ ଗ୍ରୀନ ସିଗନାଲ । ବିଜେଡିରେ ମୁଣ୍ଡ ଟେକିଥିବା ବିଦ୍ରୋହକୁ ପ୍ରଶମିତ କରିବା ପାଇଁ ବିଧାୟକଙ୍କୁ ଆଗୁଆ ଟିକେଟ ଲୋଭ ଦେଖାଯାଇ ସଂଗଠନ ସଜାଡି ଅଞ୍ଚଳରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାୟ 70 ବିଧାୟକଙ୍କୁ ନବୀନ ନିବାସ ଡାକି ନିର୍ବାଚନୀ ପାଇଁ ପ୍ରସ୍ତୁତି କରିବା ସହ ନିଜ ନିର୍ବାଚନ ମଣ୍ଡଳୀରେ ରହି ଲୋକଙ୍କ ସହ ଯୋଡି ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ । କିନ୍ତୁ ନବୀନ ନିବାସ ଡକା ଯାଇନଥିବା ନେତାଙ୍କ ମନରେ ଏବେ ଛନକା ପଶିଛି ।

ଦଳ ଭିତରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ 50ରୁ ଅଧିକ ବିଧାୟକଙ୍କ ଟିକେଟ କାଟିବ । ଯେଉଁ ବରିଷ୍ଠ ବିଧାୟକଙ୍କର ନିଜସ୍ଵ ସଂଗଠନ ରହିଛି କିନ୍ତୁ ସେମାନେ ଶାରୀରିକ ଭାବେ ଅସୁସ୍ଥ ଅଛନ୍ତି ତାଙ୍କର ବିକଳ୍ପ ଖୋଜୁଛି ଦଳ । ତାଙ୍କ ପରିବାରରୁ କିମ୍ବା ତାଙ୍କ ସମର୍ଥନ ଥିବା ବ୍ୟକ୍ତିଙ୍କ ଦଳ ପ୍ରାଧାନ୍ୟ ଦେବ । ଏହା ସହ ବିବାଦରେ ଛନ୍ଦି ହୋଇ ମିଳିନ ପଡିଥିବା ନେତାଙ୍କ ଟିକେଟ କାଟିବ ଦଳ । ତାଙ୍କର ବିକଳ୍ପ ସନ୍ଧାନରେ ରହିଛି ବିଜୁ ଜନତା ଦଳ । ଅଞ୍ଚଳରେ ଲୋକ ସମ୍ପର୍କ ନଥିବ ଓ ଲୋକଙ୍କ ଭିତର ଅସନ୍ତୋଷ ରହିଥିବ ତାଙ୍କ ଟିକେଟ କାଟିବା ମଧ୍ୟ ସୁନିଶ୍ଚିତ । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ଗୁଇନ୍ଦା ରିପୋର୍ଟ ସଂଗ୍ରହ କରୁଛନ୍ତି ବିଜେଡି ସୁପ୍ରିମୋ । ଏହାକୁ ତର୍ଜମା କରି ବିଧାୟକଙ୍କୁ ଡାକି ନିର୍ଦ୍ଦେଶ ଓ ପରାମର୍ଶ ଦେଉଛନ୍ତି ନବୀନ ।

ନବୀନ ନିବାସକୁ ଡାକରା ନେଇ ନେତାଙ୍କ ଛାତି ଏବେ ଧଡ଼ଧଡ଼ । ଦଳ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କରୁଥିବା ସର୍ଭେ ଓ ଗୁଇନ୍ଦା ରିପୋର୍ଟ ଆଧାରରେ ସେମାନଙ୍କର ସ୍ଥିତି ଭଲ ଅଛି ବୋଲି ସୁପ୍ରିମୋ ସେମାନଙ୍କୁ କହିଥିବା ଜଣାପଡିଛି । ଯେଉଁମାନେ ନବୀନ ନିବାସରୁ ଫେରିଛନ୍ତି ସେମାନେ ସମ୍ପୂର୍ଣ୍ଣ ଖୁସ ଥିବା ଜଣାପଡୁଛି । ଟିକେଟ ମିଳିବା ନେଇ ସବୁଜ ସଙ୍କେତ ବୋଲି ଭାବି ନେତାମାନେ କାମରେ ଲାଗିଲେଣି । ନବୀନଙ୍କ ଗ୍ରୀନ ସିଗନାଲ ପରେ ବି କିଛି ନେତା ଶଙ୍କାରେ ଅଛନ୍ତି । ଅସନ୍ତୋଷ ପ୍ରଶମିତ କରିବା ଓ ପକ୍ଷ ଛେଦନର ଏହା ପ୍ରକ୍ରିୟା ନୁହେଁତ ବୋଲି ଉଠୁଛି ପ୍ରଶ୍ନ । ସବୁଠୁ ବଡ଼ କଥା ହେଲା ଏତେ ଦିନ ପୂର୍ବରୁ କାହିଁକି ଦିଆଯାଉଛି ଗ୍ରୀନ ସିଗନାଲ ? ବିଜେଡି ରାଜନୀତିରେ ଯାହା ଘଟିନଥିଲା ହଠାତ ଏବେ କଣ ପାଇଁ ? ଦଳକୁ ଘାରିଛି କି ବିଦ୍ରୋହର ଭୟ ? ନା ଆଗୁଆ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ନବୀନ ?

କୁହାଯାଉଛି ଯେ, ବହୁ ନିର୍ବାଚନ ମଣ୍ଡଳୀରେ ଦଳ ଭିତରେ କହୁଳୁଥିବା ଅସନ୍ତୋଷ । ଦଳ ଭିତରୁ ଏକାଧିକ ଆଶାୟୀ ଦଳ ପାଇଁ ଚିନ୍ତାର କାରଣ ହୋଇଛି । କାଳେ ଆଗକୁ ସେମାନେ ଦଳ ଅଡୁଆରେ ପକାଇବେ ତେଣୁ ସେମାନଙ୍କୁ ଏବେଠୁ ଟିକେଟ ମହୁ ଚଖାଯାଉଛି ବୋଲି ଚର୍ଚ୍ଚା ହେଉଛି । ଯଦି ବିଗତ ନିର୍ବାଚନକୁ ଲକ୍ଷ୍ୟ କରାଯାଏ, ତେବେ ନବୀନ କାହାକୁ ଟିକେଟ ଦେବେ ତାହା ସସ୍ପେନ୍ସ ରହିଥାଏ । କିନ୍ତୁ ଏବେଠୁ ଗ୍ରୀନ ସିଗନାଲ ଦେବା ଅର୍ଥ, ବିଜେଡି ଆଉ କିଛି ନୂଆ ରଣନୀତି ଆପଣାଉଛି ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ଯେ, ବିଜେଡି 3ଟି ପର୍ଯ୍ୟାୟରେ 2024 ପାଇଁ ପ୍ରସ୍ତୁତି କରୁଛି । ଟିକେଟ କାଟିବା ଭୟରେ କିଛି ବିଜେଡି ନେତା ଅନ୍ୟ ଦଳକୁ ଯିବାକୁ ଯୋଗାଯୋଗ କରୁଛନ୍ତି । ନବୀନ ନିବାସ ଡକାଯାଇ ତାଙ୍କ ସହିତ ଆଲୋଚନା କରି ପରାମର୍ଶ ଦିଆଯାଉଛି । ଲୋକଙ୍କ ପାଖରେ ରହି କାମ କରିବାକୁ କୁହାଯାଉଛି । ଏହା ପରେ ଅନେକ ଭାବୁଛନ୍ତି ଟିକେଟରେ ସେମାନଙ୍କର ସମସ୍ୟା ହେବନାହିଁ । ସେହିପରି ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ନିର୍ବାଚନ ଆସିଲେ ନୁହେଁ, ବର୍ଷ ତମାମ ବିଜେଡିର କାର୍ଯ୍ୟକ୍ରମ ହୁଏ । ସେହିପରି ଜୟଦେବ ବିଧାୟକ ଅରବିନ୍ଦ ଢାଲି କହିଛନ୍ତି ଯେ, ମୁଁ ପ୍ରତ୍ୟେକ ଦିନ ନିର୍ବାଚନ ମଣ୍ଡଳୀ ଯାଏ । ଲୋକଙ୍କ ସହିତ ରହି କାର୍ଯ୍ୟ ତଦାରଖ କରିବା ପାଇଁ ସୁପ୍ରିମୋ ଟାସ୍କ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.