ETV Bharat / state

ପୁଣି ହସିବ ଭୁବନେଶ୍ବର, ନବୀନଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ସଂସଦୀୟ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ସାକ୍ଷାତ କରିଥିବା କହିଛନ୍ତି ଅପରାଜିତା ।

author img

By

Published : Jun 4, 2019, 7:19 PM IST

Updated : Jun 4, 2019, 7:56 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଙ୍ଗଳବାର ସାକ୍ଷାତ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ପ୍ରଶାସନିକ ସେବାରୁ ଅବ୍ୟାହତ ନେଇ ବିଜେପି ନେତ୍ରୀ ସାଜିବା ପରେ ମଙ୍ଗଳବାର ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମଥର ପାଇଁ ସାକ୍ଷାତ କରିଛନ୍ତି ।

ଭିଡି଼ଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ସାଂସଦ ଷଡ଼ଙ୍ଗୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଏହା ଥିଲା ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର । ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଭିତ୍ତିଭୂମିର ବିକାଶ ପାଇଁ ଆଲୋଚନା ହୋଇଛି ।’

ସେହିପରି ସେ କହିଛନ୍ତି ଅଞ୍ଚଳର ବିକାଶ ପାଇଁ କୌଣସି ରାଜନୈତିକ ଦଳର ଆବଶ୍ୟକତା ନାହିଁ । ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ମୁଁ ବଦ୍ଧପରିକର ବୋଲି କହିଛନ୍ତି ଅପରାଜିତା ।

2018 ନଭେମ୍ବରରେ ପ୍ରଶାସନିକ ସେବା ଛାଡି ବିଜେପିରେ ମିଶିଥିଲେ ଅପରାଜିତା ଷଡ଼ଙ୍ଗୀ । ପରେ ଦଳୀୟ ଟିକେଟରେ ସେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:Body:

dfsd

Conclusion:
Last Updated : Jun 4, 2019, 7:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.