ETV Bharat / state

ଆରମ୍ଭ ହେଲା ଦୁବାଇକୁ ଟିକେଟ ଵୁକିଂ, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଭୁବନେଶ୍ଵରରୁ ଦୁବାଇକୁ ସିଧାସଳଖ ଉଡ଼ିବ ବିମାନ । ବହୁ ପ୍ରତୀକ୍ଷିତ ସିଧାସଳଖ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

author img

By

Published : Apr 1, 2023, 9:54 PM IST

Updated : Apr 1, 2023, 11:03 PM IST

Bhubaneswar to Dubai flight ticket booking
Bhubaneswar to Dubai flight ticket booking
ଆରମ୍ଭ ହେଲା ଦୁବାଇକୁ ଟିକେଟ ଵୁକିଂ, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଭୁବନେଶ୍ବର: ସମସ୍ତ ପ୍ରକାରର ଅପେକ୍ଷାର ଅନ୍ତ ଘଟିଛି । ଭୁବନେଶ୍ଵରରୁ ଦୁବାଇକୁ ସିଧାସଳଖ ଉଡ଼ିବ ବିମାନ । ବହୁ ପ୍ରତୀକ୍ଷିତ ସିଧାସଳଖ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକେଟ୍ ମୂଲ୍ୟ ଗୋଟିଏ ପାର୍ଶ୍ବ ଯାତ୍ରା ପାଇଁ ୧୦ ହଜାର ଟଙ୍କା ଏବଂ ରାଉଣ୍ଡ ଯାତ୍ରା ପାଇଁ ୨୦ ହଜାର ଟଙ୍କାରୁ ଆରମ୍ଭ ହେବାକୁ ସ୍ଥିର ହୋଇଛି । ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ଅନ୍ତର୍ଜାତୀୟ ବିମାନ ସେବାକୁ ନେଇ ଭେଟି ଦେଇଛନ୍ତି ରାଜ୍ୟ ସରକାର।

ପ୍ରଥମ ବିମାନ ମେ ୧୫ ତାରିଖରେ ଭୁବନେଶ୍ବରରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଉଡାଣ ଭରିବ। ଏହି ବିମାନ ସେବା ଦୁବାଇକୁ ସପ୍ତାହକୁ ୩ଥର ସୋମବାର, ବୁଧବାର ଏବଂ ଶୁକ୍ରବାର ଚଳାଚଳ କରିବ । ଭୁବନେଶ୍ଵରରୁ ଦୁବାଇକୁ ୪ ଘଣ୍ଟାରୁ ଅଧିକ ସମୟ ଲାଗିବ । ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ପ୍ରଥମ ଥର ପାଇଁ ସିଧାସଳଖ ଭୁବନେଶ୍ଵରରୁ ଦୁବାଇକୁ ବିମାନ ଉଡ଼ିବ । ବିଦେଶ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ଥିବା ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ରାଜ୍ୟ ସରକାରଙ୍କ ସୂଚିତ କରାଯାଇଛି ।

ସେପଟେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୨ର ପୁନଃ ନିର୍ମାଣ କାମ ଶେଷ ଅବସ୍ଥାରେ ପହଞ୍ଚିଛି । କିଛି ଦିନ ମଧ୍ୟରେ ଟର୍ମିନାଲ କାମ ଶେଷ ହେବ । ଅନଲାଇନ ମାଧ୍ୟମରେ ଦୁବାଇକୁ ଟିକେଟ ବୁକିଂର ବ୍ୟବସ୍ଥା କରାଯାଇଛି । ଏହାପରେ ସପ୍ତାହକୁ ଦୁଇ ଦିନ ସିଙ୍ଗାପୁର ଓ ଆଉ ଦୁଇ ଦିନ ବ୍ୟାଙ୍ଗ୍‌କକ୍‌କୁ ଇଣ୍ଡିଗୋ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଗତ ବର୍ଷ ଡିସେମ୍ବରରେ ଭୁବନେଶ୍ବରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍ଗ୍‌କକ୍‌କୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଓଡ଼ିଶା କ୍ୟାବିନେଟ ଅନୁମୋଦନ ଦେଇଥିଲା ।

ଏହା ବି ପଢନ୍ତୁ-Metro Train Project: ଖୁସି ଖବର, ଟ୍ବିନ ସିଟିରେ ଗଡିବ ମେଟ୍ରୋ ଟ୍ରେନ

୧୮୬ଟି ସିଟ୍ ବିଶିଷ୍ଟ ବିମାନ ଚଳାଚଳ କରିବ ଏବଂ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ସଂଯୋଗୀକରଣ ବିକାଶର ଚାବିକାଠି ଏବଂ ଏହା ଆମ ସରକାରଙ୍କ ଏକ କେନ୍ଦ୍ରବିନ୍ଦୁ ପାଲଟିଛି । ଦୁବାଇ ସହିତ ସିଧାସଳଖ ସଂଯୋଗ ଯାହାକି ସବୁଠୁ ବଡ ବିମାନ ଚଳାଚଳ ହବ ମଧ୍ୟରୁ ଅନ୍ୟତମ । ଏହା ବିଶ୍ବକୁ ଏକ ସିଧାସଳଖ ଗେଟୱେ ଖୋଲିବ । ଏହା ହେଉଛି ନୂଆ ଓଡିଶାର ଆକାଂକ୍ଷା ଏବଂ ଦୁବାଇ ବିମାନ ପାଇଁ ଟିକେଟ୍ ବିକ୍ରି ଖୋଲିଥିବାରୁ ମୁଁ ବହୁତ ଖୁସି ।"

ଅନ୍ୟପଟେ ମିଶନ ଶକ୍ତି ମହିଳା, କ୍ରୀଡ଼ାବିତ, ଆଦିବାସୀ ନେତା, ଓଡିଶାରେ ଦକ୍ଷ ଏବଂ କଳାକାରମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଥମ ୮ଟି ଟିକେଟ ହସ୍ତାନ୍ତର କରିଛନ୍ତି । ସେମାନେ ହେଉଛନ୍ତି ସୁନ୍ଦରଗଡ ଏସଡିସି ଚେୟାରମ୍ୟାନ୍ ବିନୟ କୁମାର ଟପ୍ପୋ, କେନ୍ଦୁଝର ଏସଡିସି ଅଧ୍ୟକ୍ଷ ଲକ୍ଷ୍ମୀ ନାୟକ, କୋରାପୁଟ ଡିଏଲଏଫ ସଭାପତି ଜ୍ୟୋତିରେଖା ଚେତୀ, ବାଲୁକା କଳାକାର ସୁଦର୍ଶନ ପଟ୍ଟନାୟକ, ଫୁଟବଲ ତାରକା ଅନୁରାଧା ବିଶ୍ଵାଳ, ଶୁଟର ଶ୍ରୀୟାଙ୍କା ଷଡଙ୍ଗୀ, ଯାଜପୁର ସରକାରୀ ପଲିଟେନିକ୍‌ର ବଳରାମ ରାଉତ ଏବଂ ରାଉରକେଲା ସରକାରୀ ଆଇ ଟି ଆଇର ହିମାଂଶୁ ସାହୁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 1, 2023, 11:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.