ETV Bharat / state

ଭୁବନେଶ୍ବର ହସ୍ପିଟାଲରେ ବିସ୍ଫୋରଣ ଘଟଣା, ଜଣେ ଆହତ ମୃତ - ହାଇଟେକ ହସ୍ପିଟାଲ ବିସ୍ଫୋରଣ

Bhubaneswar Hospital Explosion: ରାଜଧାନୀ ଭୁବନେଶ୍ବରରେ ଗତ ଶୁକ୍ରବାର ଦିନ ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣା । ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣା,
ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣା,
author img

By ETV Bharat Odisha Team

Published : Dec 31, 2023, 2:26 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗତ ଶୁକ୍ରବାର ଏକ ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣା । ବିସ୍ଫୋରଣରେ ଆହତମାନଙ୍କ ମଧ୍ୟରୁ ଚିକିତ୍ସାଧିନ ଅବସ୍ଥାରେ ଆଜି(ରବିବାର) ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଖୋର୍ଦ୍ଧା ଜଟଣୀ ଅନ୍ତର୍ଗତ ହଇରାଜପୁର ଅଞ୍ଚଳର ଦିଲ୍ଲୀପ ସାମନ୍ତରାୟ । ସେ ବିସ୍ଫୋରଣ ଘଟିଥିବା ଘରୋଇ ହସ୍ପିଟାଲରେ ଏସି ରିପେୟାରିଂ ଓ ମେଣ୍ଟନାନ୍ସ ଦାୟିତ୍ବରେ ରହିଥିଲେ । ଏନେଇ ଜୋନ 5ର ଏସିପି ଗୌତମ କିଶାନ ସୂଚନା ଦେଇଛନ୍ତି ।

ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ରାଜଧାନୀ ଭୁବନେଶ୍ବରଠାରେ ଅବସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଆଉଟଡୋର ଏସି କମ୍ପ୍ରେସର ବ୍ଲାଷ୍ଟ ହୋଇଥିଲା । ହସ୍ପିଟାଲର ତୃତୀୟ ମହଲା ଛାତ ଉପରେ ଏସି ରକ୍ଷଣାବେକ୍ଷଣ କାମ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ସଟସର୍କିଟ ଯୋଗୁଁ ଏସି କମ୍ପ୍ରେସର ଫିଲିଙ୍ଗ ବେଳେ ଅଘଟଣ ଘଟିଥିଲା । ଏଥିରେ ସିକ୍ୟୁରିଟି ଗାର୍ଡ ଓ ଷ୍ଟାଫ ସମେତ 3 ଜଣ ଆହତ ହୋଇଥିଲେ । ଆହତମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା ।

ବିସ୍ଫୋରଣର ଖବର ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ଅନେକ ଲୋକେ ହସ୍ପିଟାଲରେ ପରିସରରେ ରୁଣ୍ଡ ହୋଇଥିଲେ । ତେବେ ଏହି ବିସ୍ଫୋରଣରେ ରୋଗୀମାନଙ୍କର କୌଣସି କ୍ଷତି ହୋଇନଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା ।

ଏହାମଧ୍ୟ ପଢନ୍ତୁ.. ଘରୋଇ ହସ୍ପିଟାଲରେ ଆଉଟଡୋର ଏସି କମ୍ପ୍ରେସର ବ୍ଲାଷ୍ଟ, 3 କର୍ମଚାରୀ ଆହତ

ବିସ୍ଫୋରଣରେ 3 ଜଣ ହସ୍ପିଟାଲ କର୍ମଚାରୀ ଆହତ ହୋଇଥିବା ବେଳେ ଆଇସିୟୁରେ ସେମାନଙ୍କର ଚିକିତ୍ସା ଜାରି ରହିଥିଲା । ହେଲେ ଆଜି(ରବିବାର) ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ 2 ଜଣଙ୍କ ସ୍ବାସ୍ଥାବସ୍ଥା ସ୍ଥିର ଥିବା ସୂଚନା ରହିଛି ।

ଅନ୍ୟପଟେ ଜୋନ 5 ଏସିପି ଗୌତମ କିଶାନ କହିଛନ୍ତି, "ମୃତକଙ୍କ ନାଁ ଦିଲ୍ଲୀପ ସାମନ୍ତରାୟ । ସେ ଜଟଣୀର ହଇରାଜପୁର ଅଞ୍ଚଳର ଅଟନ୍ତି । ସେ ବିସ୍ଫୋରଣ ଘଟିଥିବା ହସ୍ପିଟାଲରେ ଏସି ରିପାରିଂ ମେଣ୍ଟନାନ୍ସ ଦାୟିତ୍ବ ନେଇଥିଲେ । ଏନେଇ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି ।" ଅନ୍ୟପଟେ ଏକ ମାମଲା ରୁଜୁ କରାଯାଇ ଏନେଇ ତଦନ୍ତ ଆରମ୍ଭ କରାଯାଇଥିବା ନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.