ଭୁବନେଶ୍ବର : ରାଜଧାନୀରେ ହାଇପ୍ରୋଫାଇଲ ଚୋର । ୪୦ଲକ୍ଷ ଟଙ୍କିଆ କାରରେ ବୁଲି ବୁଲି କରୁଥିଲା ସହରରେ କରୁଥିଲା ଚୋରି (Bhubaneswar police arrested high profile theft ) । 60 ମୋବାଇଲ ସହ ଧରାପଡ଼ିଲା ପାଠପଢୁଆ MBA ଚୋର । ହାଇଟେକ୍ ଯନ୍ତ୍ରପାତି ଜରିଆରେ ଚୋର ମଚାଉଥିଲା ଆତଙ୍କ । ଆଜବେଷ୍ଟସ ଭାଙ୍ଗି ଚୋରି କରୁଥିଲା ମୋବାଇଲ (arrested high profile theft in VSS Nagar) । ଚୋରର କାରନାମା ପଦାକୁ ଆସିବା ପରେ ସହରରେ ଆରମ୍ଭ ହୋଇଛି ଚର୍ଚ୍ଚା ।
ଏମିତି ଏକ ଚୋର ଚୋରି କରି ଧରାପଡିଛି ଲୋକଙ୍କ ହାତରେ । ଶେଷରେ ଚୋରର କାରନାମା ଧରାପଡ଼ିବା ପରେ ଉତ୍ତମମଧ୍ୟମ ଦେଇ ପୋଲିସରେ ଜିମା ଦେଇଛନ୍ତି ଲୋକ । ଏବେ ଏହି ହାଇ ପ୍ରୋଫାଇଲ୍ ଚୋରକୁ ଗିରଫ କରିଛି ସହିଦନଗର ଥାନା ପୋଲିସ୍ । ଗିରଫ ଅଭିଯୁକ୍ତ ଜଣକ ହେଲା ଭୁବନେଶ୍ବର ଶୈଳଶ୍ରୀ ବିହାର ଅଞ୍ଚଳର ଆଦର୍ଶ ଗୌତମ ପାଣିଗ୍ରାହୀ । ଅଭିଯୁକ୍ତ ଆଦର୍ଶ ଜଣେ ଏମବିଏ ପାସଆଉଟ ଛାତ୍ର । ଏକ ପ୍ରତିଷ୍ଠିତ ୟୁନିଭର୍ସିଟିରୁ ପାସ୍ କରିଛନ୍ତି ଏହି ଯୁବକ ଜଣକ । ଖାଲି ସେତିକି ନୁହେଁ ବାପା ଓ ମାଆ ଜଣେ ରିଟାର୍ଡ ସରକାରୀ କର୍ମଚାରୀ ।
ସୂଚନାମୁତାବକ ଅଭିଯୁକ୍ତ ଜଣକ ଗତକାଲି (ମଙ୍ଗଳବାର) ରାତିରେ ଭିଏସଏସ ନଗର ଅଞ୍ଚଳରେ ଏକ ମୋବାଇଲ ଦୋକାନର ମୋଟର କାଟି ୫୦ଟି ମୋବାଇଲ ଚୋରି କରିଥିଲେ । ଚୋରି ମୋବାଇଲ ନିଜ ଗାଡିରେ ନେଇ ଯିବା ବେଳେ ବାଟରେ ଲୋକଙ୍କ ହାବୁଡରେ ପଡ଼ିଯାଇଥିଲେ ( VSS Nagar)। ଅଭୁଯୁକ୍ତ ଆଦର୍ଶର ହାବଭାବ ଦେଖି ଲୋକେ ସନ୍ଦେହ କରିଥିଲେ । ଏହାପରେ ତାଙ୍କୁ ସ୍ଥାନୀୟ ଲୋକ ଅଟକାଇଥିଲେ । ଏନେଇ ଆଦର୍ଶ ଭୟଭୀୟ ହୋଇଯାଇଥିଲେ । ଏହାପରେ ଲୋକେ ଆଦର୍ଶକୁ ପଚରାଉଚୁରା କରିବାସହ ତା ନିକଟରୁ ଦାମୀ ମୋବାଇଲ ଫୋନ ଜବତ କରିଥିଲେ । ପରେ ଏହି ହାଇପ୍ରୋଫାଇଲ ଚୋରକୁ ନିର୍ଦ୍ଧୁମ ମାଡ଼ ମାରିଥିଲେ ।
ଏହାସହ ଆଦର୍ଶ ଆସିଥିବା ଏକ 'ଥର୍' କାରକୁ ମଧ୍ୟ ଅଟକାଇ ପୋଲିସକୁ ଖବର ଦେଇଥିଲେ । ଏନେଇ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ଅଭିଯୁକ୍ତ ଆଦର୍ଶକୁ ନିଜ ହେପାଜତକୁ ନେବାସହ ତା ପାଖରୁ 60 ଟି ମୋବାଇଲ ଫୋନ ଜବତ କରିଥିଲା । ଏହାସହ ମୋଟର କାଟିବା ମେସିନ ସହ ଯୁବକ ବ୍ୟବହାର କରୁଥିବା ଦାମୀ କାରକୁ ପୋଲିସ ଜବତ କରିଛି । ତେବେ ଏହି ଘଟଣା ପରେ ସ୍ଥାନିୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଜଣେ ପାଠପଢୁଆ ପିଲା ଏଭଳି କାରନାମା କରୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଲୋକେ । ତେବେ ଚୋର ଗୌତମ ପାଣିଗ୍ରାହୀକୁ ପୋଲିସ୍ ଗିରଫ କରି ତଦନ୍ତ ଜାରି ରଖିଛି ।
ଇଟିଭି ଭାରତ, ଭୁବନେଶ୍ବର