ଭୁବନେଶ୍ବର: ରାଜଧାନୀରେ ଏବେବି ଚାଲିଛି ପଲଥିନ ଚାହିଦା । ଏବେବି ଖୁଲମଖୁଲା ଭାବରେ ସିଙ୍ଗିଲ ୟୁଜ ପ୍ଲାଷ୍ଟିକର ବ୍ୟବହାର କରାଯାଉଛି । ସମଗ୍ର ଦେଶରେ ଗାନ୍ଧୀ ଜୟନ୍ତୀ ଠାରୁ ପ୍ଲାଷ୍ଟିକ ବ୍ୟାନ କରିବା ପାଇଁ ଘୋଷଣା ହୋଇଛି । ଖାସ କରି ସିଙ୍ଗିଲ ୟୁଜ ପ୍ଲାଷ୍ଟିକର ବ୍ୟବହାର ଉପରେ କଟକଣା ଲାଗିବ। ରାଜ୍ୟରେ ସମସ୍ତ ସହରରେ ପ୍ଲାଷ୍ଟିକ ଉପରେ ବ୍ୟାନ କରିବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଆଉ ବାକି ରହିଲା ଦୁଇ ଦିନ।
ତେବେ ବ୍ୟବସାୟୀମାନେ କହିଛନ୍ତି ଯେ, ଆମେ ପ୍ଲାଷ୍ଟିକ ବନ୍ଦକୁ ନେଇ ସ୍ବାଗତ କରୁଛୁ । ତେବେ ସରକାର ଏହାର ଏକ ବିକଳ୍ପ ବାହାର କରନ୍ତୁ। ଯାହା ଦ୍ବାରା ବେପାରୀ ସମେତ ଗ୍ରାହକ ମଧ୍ୟ ଉପକୃତ ହୋଇପାରିବେ। ଆମେ ମଧ୍ୟ ସଚେତନ ଅଛୁ ଯାହା ଦ୍ବାରା ଲୋକମାନଙ୍କୁ କପଡ଼ା ବ୍ୟାଗ ଆଣିବା ପାଇଁ କହୁଛି ।
ସେହିପରି ଜଣେ ଗ୍ରାହକ ଗାନ୍ଧୀ ଜୟନ୍ତକୁ ଅପେକ୍ଷା ନକରି ଆଜି ଠାରୁ ପ୍ଲାଷ୍ଟିକ ବର୍ଜନ ନିଷ୍ପତ୍ତି ନେଇଛନ୍ତି ଓ ଲୋକମାନଙ୍କୁ ବର୍ତ୍ତା ଦେଇଛନ୍ତି ଯେ ସରକାରୀ ଯୋଜନା ନଭାବି ଏହା ଜନସଧାରଣଙ୍କ କାର୍ଯ୍ୟକ୍ରମ ଭାବିବା ଦରକାର । ଜଣେ ଗୃହଣୀ ମଧ୍ୟ କହିଛନ୍ତି ଯେ, ପ୍ଲାଷ୍ଟିକ ଆବର୍ଜନା ଯୋଗୁଁ ବର୍ଷାଦିନେ କେନାଳରୁ ଜଳ ନିଷ୍କାସନ ହେଉନାହିଁ ତେଣୁ ରାଜଧାନୀବାସୀ ହିଁ ଅସୁବିଧା ଭୋଗୁଛନ୍ତି । ତେଣୁ ଆମମାନଙ୍କୁ ହିଁ ସଚେତନ ହେବାକୁ ପଡିବ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ