ETV Bharat / state

ମହିଳାଙ୍କୁ ଏକାଠି କରି ଗୁରୁମନ୍ତ୍ର ଦେଲେ ଭୁବନେଶ୍ୱର ସାଂସଦ

ପାଖେଇଲାଣି 2024 ସାଧାରଣ ନିର୍ବାଚନ । ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଗାଁକୁ ଗାଁ ବୁଲିବା ଆରମ୍ଭ କରି ଦେଲେଣି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଧିକ ପଢନ୍ତୁ

author img

By

Published : May 13, 2023, 8:23 PM IST

bhubaneswar mp aparajita sarang
bhubaneswar mp aparajita sarang
ଗୁରୁମନ୍ତ୍ର ଦେଲେ ଭୁବନେଶ୍ୱର ସାଂସଦ

ଖୋର୍ଦ୍ଧା: ପାଖେଇଲାଣି 2024 ସାଧାରଣ ନିର୍ବାଚନ । ଆଶାୟୀ ନେତା ହେଲେଣି ନିର୍ବାଚନ ମଣ୍ଡଳୀ ମୁଁହା । ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଏବେଠୁ ଆରମ୍ଭ କରିଦେଲେଣି ପ୍ରୟାସ । ଆଉ ଏଥିରେ ପଛରେ ନାହାନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏବେଠୁ ଗାଁ ଗାଁରେ ବୁଲିବା ଆରମ୍ଭ କରି ଦେଲେଣି । ଏକଲା ଚଲୋ ନ୍ୟାୟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଭିନ୍ନ ପୌରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପଦଯାତ୍ରା କରି ଭୋଟରଙ୍କ ନିକଟତର ହେବାକୁ ପୁଣି ଥରେ ପ୍ରୟାସ ଆରମ୍ଭ କରିଛନ୍ତି । ସେହିପରି କିଭଳି ମହିଳା ଭୋଟରଙ୍କୁ ନିଜ ଭୋଟ୍‌ ବ୍ୟାଙ୍କରେ ପରିଣତ ହୋଇପାରିବ ସେନେଇ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍‌ର ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ କରିଛନ୍ତି ମହିଳା ସମାବେଶ ।

ଏହା ମଧ୍ୟ ପଢନ୍ତୁ-କଂଗ୍ରେସ ପାଇଁ ବିଜୟଠୁ କଠିନ ହେବ ମୁଖ୍ୟମନ୍ତ୍ରୀ ଚୟନ ! ଲବିରେ ଦୁଇ ହେଭିଓ୍ବେଟ

ପ୍ରତି ପଞ୍ଚାୟତରୁ ମହିଳାମାନଙ୍କୁ ଏକାଠି କରି ସୁରଭି କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ଏକାଠି କରିବାକୁ ନୂଆ ଉପାୟ ବାଛିଛନ୍ତି । ବିଶେଷକରି ଶାସକ ବିଜୁ ଜନତା ଦଳ ଯେପରି ମହିଳାମାନଙ୍କୁ ନିର୍ବାଚନ ସମୟରେ ନିଜର ବଡ଼ ଅସ୍ତ୍ର ଭାବେ ବ୍ୟବହାର କରୁଛି ଠିକ୍‌ ସେହିଭଳି ଢଙ୍ଗରେ ମହିଳାଙ୍କୁ ସାଂସଦ ଅପରାଜିତା ଏକାଠି କରି ନୂଆ ରଣନୀତି ଆରମ୍ଭ କରିଛନ୍ତି । ସେହିପରି ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସମସ୍ତ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏଥିସହ ପ୍ରତି ପଞ୍ଚାୟତରେ ବିଜେପିର ନୂଆ ଟିମ୍‌ ଗଠନ କରିବା ସହ ବୁଥ୍‌ କମିଟି ଗଠନ କରି ନିର୍ବାଚନରେ ଜିତିବା ପାଇଁ ପକ୍ରିୟା ଏବେଠୁ ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଛି । ତେବେ ଆଜିର କାର୍ଯ୍ୟକ୍ରମରେ ବେଗୁନିଆର 21ଟି ପଞ୍ଚାୟତରୁ ମହିଳାମାନଙ୍କୁ ଡାକି ଗୁରୁମନ୍ତ୍ର ଦେଇଛନ୍ତି ଅପରାଜିତା । ଆସନ୍ତା ସାଧାରଣ ନିର୍ବାଚନରେ ଅପରାଜିତାଙ୍କୁ ଏହି ମହିଳା ଟିମ୍‌ ସହଯୋଗ କରିବେ ନା ଠିକଣା ସମୟରେ ହାତ ଛାଡ଼ି ଦେବେ ତାହା ଦେଖିବାକୁ ରହିଲା ।

ପ୍ରକାଶ ଥାଉକି, ଆଜି ପ୍ରକାଶ ପାଇଛି ଝାରସୁଗୁଡା ବିଧାନସଭା ଉପନିର୍ବାଚନର ଫଳାଫଳ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଏକ ବୃହତ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮୭୨୧ ଖଣ୍ଡ ଭୋଟରେ ବ୍ୟବଧାନରେ ହରାଇଛନ୍ତି ଦୀପାଲି ଦାସ । ଦୀପାଳି ଦାସ ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.