ETV Bharat / state

ଗ୍ୟାସ ଚାଳିତ ଶବଦାହ ଗୃହ ଉଦ୍‌ଘାଟନକୁ ଆସିଲେନି ମେୟର, ବର୍ଷିଲେ ଅପରାଜିତା - ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର ଧର୍ମ ବିହାରରେ ଉଦ୍‌ଘାଟିତ ହୋଇଛି ଅତ୍ୟାଧୁନିକ ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ ଗୃହ । ତେବେ ଏହି କାର୍ଯ୍ୟକ୍ରମକୁ ବିଏମ୍‌ସି ମେୟର କିମ୍ବା ରାଜ୍ୟ ସରକାରଙ୍କର କୌଣସି ପ୍ରତିନିଧି ଆସିନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଧିକ ପଢ଼ନ୍ତୁ

ଗ୍ୟାସ ଚାଳିତ ଶବଦାହ ଗୃହ ଉଦ୍‌ଘାଟନକୁ ଆସିଲେନି ମେୟର

author img

By

Published : Aug 18, 2023, 5:18 PM IST

ଗ୍ୟାସ ଚାଳିତ ଶବଦାହ ଗୃହ ଉଦ୍‌ଘାଟନକୁ ଆସିଲେନି ମେୟର

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ଧର୍ମ ବିହାରରେ ଅତ୍ୟାଧୁନିକ ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ ଗୃହ ଲୋକାର୍ପିତ କରିଛନ୍ତି । ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଏପରି ଏକ ଶବଦାହ ଗୃହ ଉଦଘାଟନ ହୋଇଛି । ଉଦଘାଟନ କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ରହିଥିଲେ । ହେଲେ ଏହି କାର୍ଯ୍ୟକ୍ରମକୁ ଆସିନଥିଲେ ବିଏମ୍‌ସିର ମେୟର କିମ୍ବା ରାଜ୍ୟ ସରକାରଙ୍କର କୌଣସି ପ୍ରତିନିଧି । ଯାହାକୁ ନେଇ ରାଜ୍ୟ ସରକାର ଓ ବିଏମ୍‌ସି ମେୟରଙ୍କୁ ଟାର୍ଗେଟ୍‌ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିକାଶର କୌଣସି ଦଳ ନଥାଏ ଏବଂ ବିକାଶମୂଳକ କାର୍ଯ୍ୟରେ ରାଜନୀତି ହୁଏନି ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ ।

ସାଂସଦ କହିଛନ୍ତି, "ଏହି କାର୍ଯ୍ୟକ୍ରମକୁ ମେୟର କିମ୍ବା ରାଜ୍ୟ ସରକାରଙ୍କର କୌଣସି ପ୍ରତିନିଧି ନଆସିବା ଆଶ୍ଚର୍ଯ୍ୟଜନକ । ରାଜ୍ୟ ସରକାର ଏବଂ ବିଏମ୍‌ସିକୁ ନିମନ୍ତ୍ରଣ କରାଯାଇଥିଲା । ରାଜ୍ୟ ସରକାରଙ୍କ ଏହା କେଉଁ ପ୍ରକାରର ବିବେକ ? ପ୍ରଧାନମନ୍ତ୍ରୀ ଲୋକଙ୍କ ପାଇଁ ଭଲ କାମ କରିବା ପାଇଁ ଚାହୁଁଛନ୍ତି । ଏତେ ବଡ଼ କାମ କରାଯାଉଛି । ୫ କୋଟି ଟଙ୍କାର କାର୍ଯ୍ୟକ୍ରମ, କିନ୍ତୁ ବିଏମ୍‌ସି ମେୟର ଅବା ରାଜ୍ୟ ସରକାରଙ୍କ ତରଫରୁ ଚାବି ନେବାକୁ କେହି ଆସିଲେ ନାହିଁ । ବିଏମ୍‌ସିର ଏଭଳି ଆଚରଣ ଆଜି ମୋତେ ଆଶ୍ଚର୍ଯ୍ୟ କରିଛି । ମେୟର କିମ୍ବା ରାଜ୍ୟ ସରକାରଙ୍କ ଜଣେ ପ୍ରତିନିଧି ଆସି ଏଠାରୁ ଶବଦାହ ଗୃହର ଚାବି ନେଇଥାଆନ୍ତେ । ହେଲେ କେହି ନସିବା ଅତ୍ୟନ୍ତ ଦୁଃଖର କଥା । ଶବଦାହ ଗୃହ ଭୁବନେଶ୍ବରବାସୀଙ୍କ ପାଇଁ । ବିଏମ୍‌ସିର ଏହା ଦାୟିତ୍ବ । ହେଲେ କେହି ନଆସିବା ଅତ୍ୟନ୍ତ ଦୁଃଖଦାୟକ । ରାଜ୍ୟ ସରକାରଙ୍କ ଏଭଳି ଆଚରଣ ଠିକ୍‌ ନୁହେଁ । ସମସ୍ତେ ଆତ୍ମ ସମୀକ୍ଷା କରିବାର ଆବଶ୍ୟକତା ରହିଛି ।" ତେବେ ବିଏମ୍‌ସି ଦାୟିତ୍ବ ନନେଲେ ମଧ୍ୟ ମୋ ସହ କର୍ମୀମାନେ ଅଛନ୍ତି ଏବଂ ଆମେ ଏହାକୁ ନିଶ୍ଚିତ ଭାବେ ଚଲାଇବୁ ବୋଲି ସାଂସଦ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଅନ୍ତିମ ସଂସ୍କାର ପାଇଁ ଦରକାର ନାହିଁ କାଠ, ଲୋକାର୍ପିତ ହେଲା ଗ୍ୟାସ ଶବଦାହ ଗୃହ

ତେବେ ଆଜିର କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରଶଂସା କରିଥିଲେ । ସେ କହିଥିଲେ, "କେନ୍ଦ୍ରମନ୍ତ୍ରୀଙ୍କ ଯେଉଁ ପ୍ରୟାସ ରହିଛି, ତାହା ରାଜ୍ୟର ବିକାଶରେ ସହାୟକ ହେବ । କେନ୍ଦ୍ର ସରକାରଙ୍କ ଯେଉଁ ଯୋଜନା ରହିଛି ତାର ପୁରା ସୁଯୋଗ ରାଜ୍ୟବାସୀ ପାଇବା ଦରକାର । ତେଣୁ ରାଜ୍ୟ ସରକାରଙ୍କ କୌଣସି ପ୍ରତିନିଧି ଏଠି ନଆସିବା ଆଶ୍ଚର୍ଯ୍ୟର ବିଷୟ ।" ତେବେ ଏହି ଶବଦାହ ଗୃହ ଉଦଘାଟନ ଅବସରରେ ଉଭୟ ଧର୍ମେନ୍ଦ୍ର ଏବଂ ଅପରାଜିତା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.