ETV Bharat / state

୫ବର୍ଷ ନେଇଛନ୍ତି କାମ କରନ୍ତୁ, ନିର୍ବାଚନ ପାଇଁ ଏତେ ତରତର କାହିଁକି: ଅପରାଜିତା

author img

By

Published : Aug 14, 2023, 8:06 PM IST

ରାଜ୍ୟ ରାଜନୀତିରେ ଏବେ ୨ଟି ଚର୍ଚ୍ଚା ଜୋର ଧରିଛି । ଗୋଟିଏ ଆଗୁଆ ନିର୍ବାଚନ, ଅନ୍ୟଟି ବିଜେଡି ଓ ବିଜେପି ମେଣ୍ଟ ଚର୍ଚ୍ଚା । ତେବେ ଉଭୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିଜେଡି ସହ ମେଣ୍ଟର ପ୍ରଶ୍ନ ଉଠୁନି କହିଥିବା ବେଳେ ରାଜ୍ୟ ସରକାର କଣ ପାଇଁ ଆଗୁଆ ନିର୍ବାଚନ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଅଧିକ ପଢ଼ନ୍ତୁ

ନିର୍ବାଚନ ପାଇଁ ଏତେ ତରତର କାହିଁକି
ନିର୍ବାଚନ ପାଇଁ ଏତେ ତରତର କାହିଁକି
ନିର୍ବାଚନ ପାଇଁ ଏତେ ତରତର କାହିଁକି

ଭୁବନେଶ୍ବର: ଆଗୁଆ ନିର୍ବାଚନ ଚର୍ଚ୍ଚା ରାଜ୍ୟ ରାଜନୀତିକୁ ସରଗରମ କରିଛି । ସେପଟେ ଅମିତ ଶାହଙ୍କ ଗସ୍ତ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରୁଦ୍ଧଦ୍ବାର ବୈଠକ ପରେ ବିଜେପି -ବିଜେଡି ମେଣ୍ଟ ଚର୍ଚ୍ଚା ମଧ୍ୟ ବେଶ ତାଜା ହୋଇଛି । ଏନେଇ ବିଭିନ୍ନ ମହଲରେ ଆଲୋଚନା ଜାରି ରହିଥିବା ବେଳେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ସହ ମେଣ୍ଟର ପ୍ରଶ୍ନ ଉଠୁନି ବୋଲି କହିବା ସହ ନିର୍ବାଚନ ପାଇଁ ରାଜ୍ୟ ସରକାର ଏତେ ତରତର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି, "ଆଗୁଆ ନିର୍ବାଚନ ପାଇଁ ତରତର କାହିଁକି । ୫ ବର୍ଷ ପାଇଁ ମ୍ୟାଣ୍ଡେଟ୍‌ ପାଇଛନ୍ତି ୫ ବର୍ଷ କାମ କରନ୍ତୁ । ନିର୍ବାଚନ ପୂର୍ବରୁ ଆମେ ୫ ବର୍ଷର ରିପୋର୍ଟ କାର୍ଡ ଦେଖିବାକୁ ଚାହିଁବୁ । ୫ ବର୍ଷ ପରେ ଯେତେବେଳେ ଲୋକସଭା ଓ ବିଧାନସଭା ଭୋଟ ହେବ, ସେତେବେଳେ ରିପୋର୍ଟ କାର୍ଡ ଦେଇ ନିର୍ବାଚନକୁ ଯାଆନ୍ତୁ । ସ୍ବଚ୍ଛତାର ସହ କାମ କରନ୍ତୁ । ଆଗୁଆ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ଅନୁମୋଦନ ଦେଲେ ହିଁ ଏହା ସମ୍ଭବ ହୋଇପାରିବ । କିନ୍ତୁ ଏନେଇ ରାଜ୍ୟ ସରକାରଙ୍କ ଠାରୁ ପ୍ରସ୍ତାବ ଯାଇଛି କି ନାହିଁ ତାହା ଜଣାନାହିଁ । ୫ ବର୍ଷ ପାଇଁ ଲୋକେ ସରକାର ଗଢିଛନ୍ତି, ତେଣୁ ୫ ବର୍ଷ ପାଇଁ ବିଜେଡି ସରକାର କାମ କରୁ ।"

ଏହା ମଧ୍ୟ ପଢ଼ନ୍ତୁ...ଲୋକଙ୍କ ମତ ଆମ ସପକ୍ଷରେ ଅଛି, ଭ୍ରଷ୍ଟାଚାରୀ ବିଜେଡି ସରକାର ଗାଦି ଛାଡିବେ: ମନମୋହନ ସାମଲ

ସେହିଭଳି ବିଜେଡି ସହ ମେଣ୍ଟର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ବିଜେପି ସାଂସଦ । ସେ କହିଛନ୍ତି, "ପ୍ରତିଦିନ ବିଜେପି କର୍ମୀ ଭୁବନେଶ୍ବରରୁ ଆରମ୍ଭ କରି ସାରା ଭାରତ ବର୍ଷରେ କାମ କରୁଛନ୍ତି । ଯେବେବି ଓଡିଶାରେ ନିର୍ବାଚନ ହେବ ବିଜେପି ପ୍ରସ୍ତୁତ ଅଛି । ସେଥିରେ କୌଣସି ଅସୁବିଧା ନାହିଁ । ଅମିତ ଶାହା କହିଛନ୍ତି ବୁଥ୍‌ସ୍ତରରୁ ବିଜେଡି ସରକାର ବିରୋଧରେ ଆନ୍ଦୋଳନ କରନ୍ତୁ । ତେଣୁ ବିଜେଡି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନି । କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାମାନେ ବି କହିଛନ୍ତି ମେଣ୍ଟ ହେବନାହିଁ । ବିଜେପି ବିରୋଧରେ ବିଜେଡି ଯିବ ଓ ବିଜେଡି ବିରୋଧରେ ବିଜେପି ଯିବ । ଏଥିରେ କୌଣସି ଦ୍ବନ୍ଦ୍ବ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.