ETV Bharat / state

କେବେ ଆଶା କରିନଥିଲୁ ଜଣେ ବ୍ୟକ୍ତି ସମସ୍ତଙ୍କ ଉପରେ ଭାରି ପଡିବେ: ଅପରାଜିତା

author img

By ETV Bharat Odisha Team

Published : Dec 3, 2023, 9:37 PM IST

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ବିପୁଳ ବିଜୟ ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା । କହିଲେ କେବେ ଆଶା କରିନଥିଲୁ ଯେ ଜଣେ ବ୍ୟକ୍ତି ସମସ୍ତଙ୍କ ଉପରେ ଭାରି ପଡିବେ । ଅଧିକ ପଢନ୍ତୁ

Bhubaneswar MP Aparajita Sarangi
Bhubaneswar MP Aparajita Sarangi

କେବେ ଆଶା କରିନଥିଲୁ ଜଣେ ବ୍ୟକ୍ତି ସମସ୍ତଙ୍କ ଉପରେ ଭାରି ପଡିବେ

ଭୁବନେଶ୍ବର: ଆଜି 4 ବିଧାନସଭା ନିର୍ବାଚନର ଫଳ ପ୍ରକାଶ ପାଇଛି । 3 ରାଜ୍ୟକୁ ପୋଛି ନେଇଛି ବିଜେପି । ତେଲେଙ୍ଗାନାରେ ଆଞ୍ଚଳିକ ଦଳ ବିଆରଏସକୁ ମାତ୍‌ ଦେଇ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି କଂଗ୍ରେସ । ତେବେ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପି ପୂର୍ଣ୍ଣ ବହୁମତ ସହ ବିଜୟ ହାସଲ କରିବା ପରେ ସାରା ଦେଶରେ ବିଜେପି ନେତାକର୍ମୀଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ । ଚୂଡାନ୍ତ ଫଳ ପ୍ରକାଶ ପାଇବା ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ କେବେ ଆଶା କରିନଥିଲୁ ଜଣେ ବ୍ୟକ୍ତି ସମସ୍ତଙ୍କ ଉପରେ ଭାରି ପଡିବେ ।

3 ରାଜ୍ୟରେ ବିଜେପିର ଐତିହାସିକ ବିଜୟ ପରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରେସମିଟ୍ କହି କହିଛନ୍ତି, " କେବେ ଆଶା କରିନଥିଲୁ ଯେ, ଜଣେ ବ୍ୟକ୍ତି ସମସ୍ତଙ୍କ ଉପରେ ଭାରି ପଡିଛନ୍ତି । ଯିଏ ହେଉଛନ୍ତି ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । INDIA ମେଣ୍ଟର ସମସ୍ତ ସାଥିଙ୍କୁ ସାଧାରଣ ଲୋକ ତାଙ୍କ ସ୍ଥାନ ଦେଖାଇଛନ୍ତି । ମୋଦିଙ୍କ ଉପରେ ଲୋକଙ୍କ ଆସ୍ଥା ରହିଛି । ମହିଳା, ଯୁବକ ଚାଷୀ, ପଛୁଆ ବର୍ଗ 4ଟି ଜାତି ରହିଛି ବିଜେପି ସରକାରଙ୍କର । କେନ୍ଦ୍ର ସରକାରଙ୍କ ପ୍ରତିଟି ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯୋଜନା ହୋଇଥିଲା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶରେ କର୍ମକର୍ତ୍ତା ପରିଶ୍ରମର ଫଳ ଏହି ବିଜୟ ।"

ଏହା ବି ପଢନ୍ତୁ- ତିନି ରାଜ୍ୟରେ ବିଜେପିର ବିପୁଳ ବିଜୟ

ପ୍ରେସମିଟରେ ଅପରାଜିତା ଆହୁରି କହିଛନ୍ତି, "ତେଲେଙ୍ଗାନାରେ ଭଲ ଫଳ ମିଳିଛି । ପୂର୍ବରୁ 9 ପ୍ରତିଶତ ମିଳିଥିବା ବେଳେ ଏଥର 13.5 ପ୍ରତିଶତ ମତଦାନ ବିଜେପି ସପକ୍ଷରେ ହୋଇଛି । ଓଡ଼ିଶାରେ ମୋଦିଙ୍କ ସରକାର ଗଠନ ପାଇଁ ଓଡ଼ିଶାବାସୀ ମଧ୍ୟ ସୁଯୋଗ ଦିଅନ୍ତୁ । ଚାଷଜମିକୁ ଜଳା ଯୋଗାଣ, ଏସଏଚଜି ଗ୍ରୁପ ହାତକୁ କାମ ଦେବା ଭଳି କାମ ଓଡ଼ିଶାରେ ବାକି ଅଛି । ଓଡିଶାବାସୀ ଆଗକୁ ଆସି ତାଙ୍କ ସରକାରଙ୍କୁ ଆଶୀର୍ବାଦ ଦିଅନ୍ତୁ । ଅନ୍ୟ ରାଜ୍ୟର ସଫଳତାକୁ ନେଇ ଓଡ଼ିଶାରେ ପ୍ରତିଟି ଘରେ ପହଞ୍ଚିବୁ । ବିଜେପି ସବୁବେଳେ ଲୋକମାନଙ୍କ ସହିତ ଅଛି ।"

ଓଡିଶାକୁ ବିଜେପି ସରକାର ଆସିଲେ ଓଡିଶା ସୁନା ହୋଇଯିବ । ପ୍ରଧାନମନ୍ତ୍ରୀଙ୍କ ଯେତେ ଯୋଜନା ଆବାସ ଯୋଜନାଠାରୁ ଆରମ୍ଭ କରି ବିଜୁଳି ପର୍ଯ୍ୟନ୍ତ ସବୁଥିରେ ଅଭିଯୋଗ ଶୁଣିଲେ ପ୍ରଧାନମନ୍ତ୍ରୀ । ତେଣୁ ଆମକୁ ଘର ଘର ପହଞ୍ଚିବାର ଅଛି । ମହିଳାମାନଙ୍କର ସାମାଜିକ ବିକାଶ କରିବାର ଅଛି । ଯୁବଶକ୍ତି କେମିତି ଆଗକୁ ବଢିବେ ସହ ରୋଜଗାର ଉପରେ ପ୍ରାଧାନ୍ୟ ରାଜ୍ଯରେ ସ୍ରୁଷ୍ଟି କରିବାର ଅଛି ବୋଲି କହିଛନ୍ତୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.