ETV Bharat / state

ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ପାଳିଲେ ମେୟର - ଆଲୋକର ପର୍ବ ଦୀପାବଳି

ଶନିବାର ଭୀମଭୋଇ ଦୃଷ୍ଟିବାଧିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ପାଳିଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ । ଅଧିକ ପଢନ୍ତୁ

ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ପାଳିଲେ ମେୟର

author img

By

Published : Oct 22, 2022, 11:02 PM IST

ଭୁବନେଶ୍ବର: ଆସୁଛି ଆଲୋକର ପର୍ବ ଦୀପାବଳି । ଗତ ଦୁଇବର୍ଷ ପରେ ଧୁମଧାମରେ ଦୀପାବଳି ପାଳିବେ ରାଜ୍ୟବାସୀ । ଏଥିପାଇଁ ସବୁଠି ଖୁସିର ମାହୋଲ । ତେବେ ଆଜି (ଶନିବାର) ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ପାଳିଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ ।

ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ପାଳିଲେ ମେୟର

ଦୃଷ୍ଟିବାଧିତ ଛାତ୍ର ଛାତ୍ରୀ ଦୁନିଆ ଦେଖିପାରନ୍ତିନି ସତ କିନ୍ତୁ ଅନୁଭବର ବା ମନ ଆଇନରେ ସେ ସବୁ ଖୁସି ଅନୁଭବ କରିଥାନ୍ତି। ତେଣୁ ସେହି ଛୁଆଙ୍କ ମୁହଁରେ ଟିକିଏ ଖୁସି ଦେବା ପାଇଁ ବିଏମସି ପକ୍ଷରୁ ଭୀମଭୋଇ ଦୃଷ୍ଟିବାଧିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ମନାଇଲେ ମେୟର, ବିଧାୟକ ଏବଂ କର୍ପୋରେଟର।ଏହାସହ ଶିଶୁଙ୍କ ସହ ମିଶି ସବୁଜ ଓ ପ୍ରଦୂଷଣ ମୁକ୍ତ ବାଣ ଫୁଟାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଜେଲ କୋଠରୀରେ ନାଗ ଚାନ୍ଦ ଦମ୍ପତି, ଜବତ ଡାଏରୀକୁ ନେଇ ବଢିଲା ସସପେନ୍ସ ?

ଏହି ଆଲୋକର ପର୍ବକୁ ମେୟରଙ୍କ ସହ ମନାଇ ଛାତ୍ରଛାତ୍ରୀ ଖୁସି ହୋଇଥିବା ବେଳେ ଗୀତ ଗାଈ ଏହି ଉତ୍ସବକୁ ଦ୍ବିଗୁଣିତ କରିଥିଲେ। ବାଣ ଫୁଟାଇବା ପରେ ବିଏମସି ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା ।

ଗୀତ ଗାଇ ପିଲାମାନେ ଆଲୋକର ପର୍ବକୁ ମନଇଥିବା ବେଳେ ମେୟର ମଧ୍ୟ ଅନନ୍ୟ ପ୍ରତିଭାର ଏହି ଦିବ୍ୟାଙ୍ଗ ସହ ଦୀପାବଳି ମନାଇ ଖୁସି ହୋଇଥିଲେ । ଅନ୍ୟପଟେ ଏହି ପିଲାମାନଙ୍କ ସୁଖୀ ଜୀବନ କାମନା କରିଛନ୍ତି ଭୁବନେଶ୍ୱର ମେୟର । ସେହିପରି ପିଲାମାନେ ମଧ୍ୟ ଦୀପାବଳୀର ଗୋଟେ ଦିନର ପୂର୍ବରୁ ଦୀପାବଳି ମନାଇ ଖୁସି ଥିବା ବେଳେ ତାଙ୍କ ଖୁସିକୁ ଏକ ସୁନ୍ଦର ସ୍ମୃତି ଭାବେ ସାଉଁଟିଛନ୍ତି ଭୁବନେଶ୍ୱର ମେୟର । ଏନେଇ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ବେଶ ଖୁସିଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଖୁସି ଖବର: ଓଡିଶା ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ, AAI ର ଗ୍ରୀନ ସିଗନାଲ

ଏନେଇ ଭୁବନେଶ୍ବର ମେୟର କହିଛନ୍ତି, "ଦୃଷ୍ଟିବାଧିତ ଛୁଆଙ୍କ ସହ ଆଲୋକର ପର୍ବ ଦୀପାବଳି ପାଳନ କରିବା ପାଇଁ ବିଏମସି ପକ୍ଷରୁ ଏକ ଛୋଟଟ ପ୍ରୟସ କରାଯାଇଛି । ବିଏମସିର ପୁରା ଟିମ ସହ ସବୁଜ ବାଣ ଫୁଟାଇ, ମିଠା ବାଣ୍ଟି ଦୀପାବଳି ପାଳନ କରାଗଲା । ମୋତେ ବହୁତ ଖୁସି ଲାଗିଲା । ପିଲାମାନେ ମଧ୍ୟ ବହୁତ ଖୁସି ହୋଇଛନ୍ତି । ଏହା ଜୀବନସାରା ମନେରହିବ । ଛାତ୍ରଛାତ୍ରୀମାନଙ୍କୁ ଖୁସିରେ ରଖିବା ପାଇଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରିବି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.