ETV Bharat / state

୧୦୦ଟଙ୍କା ମୁନାଫାରେ କଫସିରପ୍ ବିକ୍ରି, ଖୋଲୁଛି ଫାର୍ମା କ୍ରାଇମ ସିଣ୍ଡିକେଟର ପେଡି

ଖୋଲୁଛି ଫାର୍ମା କ୍ରାଇମ ସିଣ୍ଡିକେଟର ପେଡି । ପୋଲିସକୁ ଫାର୍ମା ମାଲିକଙ୍କର ଲିଙ୍କ୍ ମିଳିଥିବା ବେଳେ ତଦନ୍ତ ଜାରି ରହିଥିବା କହିଛନ୍ତି ଡିସିପି । ଅଧିକ ପଢନ୍ତୁ

cough syrup syndicate
cough syrup syndicate
author img

By

Published : May 6, 2023, 11:46 AM IST

cough syrup syndicate

ଭୁବନେଶ୍ବର: ଭରତପୁରରୁ ବେଆଇନ କଫସିରଫ ଜବତ ଘଟଣା । ମିଳିଲା ଫାର୍ମା ମାଲିକଙ୍କର ଲିଙ୍କ୍ ହେଲେ ଏବେ ବି ଫେରାର ମାଲିକ । ଧିରେ ଧିରେ ସାମ୍ନାକୁ ଆସୁଛି ପ୍ରବୀଣଙ୍କ ଫାର୍ମା କ୍ରାଇମ୍ ସିଣ୍ଡିକେଟର ପେଡ଼ି । ଏଥରେ କେବଳ ଡିଷ୍ଟ୍ରିବ୍ୟୁଟର ନୁହେଁ ଦେକାନୀ ମଧ୍ୟ ସାମିଲ ରହିଥିବା ଜଣାପଡିଛି । ଯେତେବାଟ ଚେର ଲମ୍ବିବ ସେତେ ଦୂର ଯିବୁ ବୋଲି କହିଛନ୍ତି ପ୍ରତୀକ ସିଂ ।

ସୂଚନାଅନୁସାରେ, ଏହି ବେଆଇନ କଫସିରପ ମଞ୍ଚେଶ୍ବର ବ୍ୟତୀତ ଅନ୍ୟ କିଛି ସ୍ଥାନରେ ପ୍ରସ୍ତୁତ ହେବା ନେଇ ଜଣାପଡିଛି । ବେଙ୍ଗାଲୁରୁ ଭଳି ବଡ଼ ବଡ଼ ରାଜ୍ୟ ଓ ସହରକୁ ସପ୍ଲାଇ ହେଉଥିଲା କଫସିରଫ୍ । ହେଲେ ଏଯାବତ କଫସିରଫ ତିଆରି ସ୍ଥାନରେ କିମ୍ବା ପ୍ରସ୍ତୁତକାରୀଙ୍କୁ ଠାବ କରିବାରେ ବିଫଳ ରହିଛନ୍ତି ପୋଲିସ ଏବଂ ଡ୍ରଗସ କଣ୍ଟ୍ରୋଲ ଟିମ୍ । ଏବେ ଏହି ଘଟଣାର ତଦନ୍ତ ସତେ ଯେପରି ଅଧାରେ ଅଟକି ଯାଇଛି ପୋଲିସ୍ । କେବଳ ପ୍ରବୀଣଙ୍କ ରାଜ୍ୟ ବାହାର ଲିଙ୍କ ଥିବା ଜାଣି ଘଟଣାକୁ ଦିଆଯାଉଛି ଭିନ୍ନ ଭିନ୍ନ ମୋଡ଼ । ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନା ଏଯାବତ ପ୍ରବୀଣଙ୍କ ନୟାଗଡ଼ ସ୍ଥିତ ଏଜେନ୍ସି ଉପରେ ଚଢ଼ାଉ କଲାଣି ପୋଲିସ ନା ଏଯାବତ ତାର ସଂସ୍ଥାରୁ ସପ୍ଲାୟ ଯାଇଥିବା ମେଡିସିନ ଷ୍ଟୋର ବା ଡିଷ୍ଟ୍ରିବ୍ୟୁଟର ଷ୍ଟକ୍ ପଏଣ୍ଟ ଉପରେ ପହଁଚିଲାଣି ପୋଲିସ । ମଞ୍ଚେଶ୍ବରରେ ତିଆରି ହେଉଥିବା କାରଖାନାକୁ ମଧ୍ୟ ସିଲ କରାଯାଇନାହିଁ ।

ଏନେଇ ଡିସିପି କହିଛନ୍ତି, "ତଦନ୍ତ ଜାରି ରହିଛି । ଏହି ସମୟରେ ଅଧିକ କିଛି କହିବା ଠିକ ହେବନାହିଁ । ଯେତେବାଟ ଚେର ଲମ୍ବିବ ସେତେ ଦୂର ଯିବୁ । ଏପରିକି ଯେଉଁମାନେ ବିକ୍ରି କରୁଛନ୍ତି ଖବର ଆସିଲେ ରେଡ କରାଯାଉଛି । ନିଶା କାରବାର ଭୁବନେଶ୍ୱର କଲେ କାହାରିକୁ ଛଡ଼ା ଯିବନି ।"

ହେଲେ କିନ୍ତୁ ବାସ୍ତବରେ ଚିତ୍ର ଭିନ୍ନ ଭିନ୍ନ ଆସୁଛି । ଅଧିକାଂଶ ଦୋକାନରେ ଦିନକୁ ଅନ୍ତତ ୧୦୦ରୁ ଅଧିକ କଫସିରଫ ବିକ୍ରି ହେଉଛି । ୯ ଟଙ୍କାରେ କିଣି ୧୧୦ଟଙ୍କାରେ ବିକ୍ରି କରି ୧୦୦ଟଙ୍କା ଭଳି ମୁନାଫା କରୁଛନ୍ତି । ମେଡିସିନ ଷ୍ଟୋର ପାଖ ନିଛାଟିଆ ସ୍ଥାନରେ ନିଶାଡିଙ୍କ ଏଭଳି ବ୍ୟବହାରକାରୀଙ୍କ ଭିଡ଼ ଜମୁଛି । କମ ଟଙ୍କାରେ ଅଧିକ ନିଶା ପାଇଁ ଏଭଳି ନିଶା କାରବାର ବିକଳ୍ପ ଭାବେ କଫସିରଫକୁ ବ୍ୟବହାର କରାଯାଉଛି । ଯୁବପିଢିଠୁ ଆରମ୍ଭ କରି ଶ୍ରମିକ ଶ୍ରେଣୀର ଅଧିକାଂଶ ଲୋକ ଏହାକୁ ନିଶା ଭାବେ ବ୍ୟବହାର କରୁଛନ୍ତି । ଏତେ ସବୁ ହୋଇଥିବା ସତ୍ତ୍ବେ ପୋଲିସ ଆଖିଦୃଶିଆ ପଦକ୍ଷେପ ନେଉନଥିବା ଚର୍ଚ୍ଚା ହେଉଛି । ତେବେ କାହା ସ୍ବାର୍ଥରେ ଏସବୁ କାରବାର ବୋଲି ଏବେ ପ୍ରଶ୍ନ ଉଠିଛି । ଲୋକଙ୍କ ସ୍ବାସ୍ଥ୍ୟ ଓ ଜୀବନ ପ୍ରତି ବିପଦ ଥିବା ଜୀବନ ଘାତକକାରୀ କଫସିରଫ ଘଟଣାରେ ଏତେ କୋହଳ ତଦନ୍ତ ନେଇ ଏବେ ରାଜ୍ୟର ଲୋକଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତା ବଢ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.