ETV Bharat / state

IPSଙ୍କ ବାପା ଓ ମାଆଙ୍କୁ ଆକ୍ରମଣ ଘଟଣା; ଲୁଟେରା ବ୍ୟବହାର କରିଥିଲେ ଚୋରା ବାଇକ୍ - ଭୁବନେଶ୍ବର ଡିସିପି ପ୍ରତୀକ ସିଂ

ମହିଳା ଆଇପିଏସ୍‌ ଅଫିସର୍‌ ତଥା ବାଲେଶ୍ବର ଏସ୍‌ପି ସାଗରିକା ନାଥଙ୍କ ବାପା ଓ ମାଆଙ୍କୁ ଆକ୍ରମଣ ଓ ଲୁଟ୍‌ ଘଟଣାରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ଅଭିଯୁକ୍ତମାନେ ଚୋରା ବାଇକ୍‌ ବ୍ୟବହାର କରିଥିଲେ ବୋଲି କହିଛି ପୋଲିସ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କ ପ୍ରେସ୍‌ମିଟ୍‌

author img

By

Published : Jul 3, 2023, 8:23 PM IST

ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କ ପ୍ରେସ୍‌ମିଟ୍‌

ଭୁବନେଶ୍ବର: ଲେଡି IPS ତଥା ବାଲେଶ୍ବର ଏସ୍‌ପିଙ୍କ ବାପା ଓ ମାଆଙ୍କୁ ଆକ୍ରମଣ ଓ ଲୁଟ ଘଟଣାରେ କମିଶନରେଟ୍‌ ପୋଲିସ୍‌କୁ ମିଳିଛି ଲୁଟେରାଙ୍କ ସୁରାକ୍‌ । ଦୁଇ ଲୁଟେରାଙ୍କୁ ଚିହ୍ନଟ କରି ତଦନ୍ତ କରୁଛି ପୋଲିସ୍‌ । ତେବେ ସେମାନେ ବ୍ୟବହାର କରିଥିବା ବାଇକ ଚୋରି ଗାଡି ବୋଲି ପୋଲିସ ସନ୍ଦେହ କରୁଛି । ଏନେଇ ଭରତପୁର ଥାନା ଅଧିକରୀ ଘଟଣାର ଅଧିକ ତଦନ୍ତ କରୁଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି । ତେବେ ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...IPS ସାଗରିକା ନାଥଙ୍କ ପରିବାରକୁ ଆକ୍ରମଣ, ଚେନ ଲୁଟିଲେ ଆକ୍ରମଣ କଲେ

ପ୍ରକାଶ ଥାଉ କି, ବାଲେଶ୍ବର ଏସ୍‌ପି ଭାବେ କାର୍ଯ୍ୟରତ ଥିବା ମହିଳା ଆଇପିଏସ୍‌ ସାଗରିକା ନାଥଙ୍କ ଅଜା ଓ ଆଇଙ୍କୁ ଦେଖା କରିବା ପାଇଁ ତାଙ୍କ ବାପା ଓ ମାଆ ଗତ ୧ ତାରିଖରେ ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳକୁ ଆସିଥିଲେ । ସେହିଦିନ ଅପରାହ୍ନ ପ୍ରାୟ ୪ଟା ୩୦ ସମୟରେ ଘର ବାହାରେ ସାଗରିକା ନାଥଙ୍କ ବାପା ଓ ମାଆ ଘର ବାହାରେ ଛିଡ଼ା ହୋଇଥିବା ବେଳେ ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ ଯୋଗେ ଆସି ସାଗରିକାଙ୍କ ମାଆଙ୍କ ବେକରୁ ଚେନ ଝାମ୍ପି ନେଇଥିଲେ । ଏହାପରେ ସାଗରିକାଙ୍କ ବାପା ଲୁଟେରାଙ୍କ ପିଛା କରିଥିଲେ । ପରେ ଲୁଟେରାଙ୍କ ଗାଡ଼ିକୁ ପଛପଟୁ ଧକ୍କା ଦେବାରୁ ସେମାନେ ତଳେ ପଡ଼ିଯାଇଥିଲେ । ଧରାପଡିଯିବା ଭୟରେ ସେମାନେ କାର ଉପରକୁ ପଥର ମାଡ଼ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

ଏହି ବାଇକ୍‌କୁ ଜବତ କରି ଘଟଣାରେ ଏକ ମାମଲା ରୁଜୁ କରିଛି କମିଶନରେଟ ପୋଲିସ । ଚୋରି ମାମଲାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି । ଲୁଟ୍‌ ସମୟରେ ଦୁର୍ବୃତ୍ତ ଚୋରି ଗାଡି ବ୍ୟବହାର କରିଥିବା ପୋଲିସ ସନ୍ଦେହ କରୁଛି । ରାଜଧାନୀରେ ଆଇପିଏସ୍‌ଙ୍କ ପରିବାରକୁ ଲୁଟ ପାଇଁ ଆକ୍ରମଣ ପରେ ସହରର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ସହରରେ ସୁରକ୍ଷା ବ୍ୟବସ୍ଥା କିପରି ତଦାରଖ କରାଯାଉଛି ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ପ୍ରେସ୍‌ମିଟ୍‌ କରି ମାମଲାର ଅପ୍‌ଡେଟ୍‌ ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.