ETV Bharat / state

ଚେତିଲା ପ୍ରଶାସନ, ଜଳାଶୟ ନିକଟରେ ଲାଗିଲା ସତର୍କ ସୂଚନା ଫଳକ

author img

By ETV Bharat Odisha Team

Published : Sep 26, 2023, 6:51 AM IST

ବାରମ୍ବାର ଜଳାଶୟରେ ବୁଡ଼ି ମରିବା ଘଟଣା ସାମ୍ନାକୁ ଆସିବା ପରେ ତତ୍ପରତା ଦେଖାଇଛି ପୋଲିସ । ରବିବାର ରାଜଧାନୀରେ ଦୁଇ ଛାତ୍ରଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ୍‌ରେ ପୋଲିସ । ଏଥର ଜଳାଶୟ ଯିବା ପୁର୍ବରୁ ବାଟରେ ପୋଲିସ ଲଗାଇଛି ବିପଦ ସୂଚନା ବୋର୍ଡ । ଅଧିକ ପଢ଼ନ୍ତୁ

warning board over drowning death
ସତର୍କ ସୂଚନା ଫଳକ ଲଗାଇଲା ଭୁବନେଶ୍ୱର କମିସନରେଟ ପୋଲିସ

ଭୁବନେଶ୍ବର: ବାରମ୍ବାର ଜଳାଶୟରେ ବୁଡ଼ି ମରିବା ଘଟଣା ସାମ୍ନାକୁ ଆସିବା ପରେ ତତ୍ପରତା ଦେଖାଇଛି ପୋଲିସ। ରବିବାର ରାଜଧାନୀରେ ଦୁଇ ଛାତ୍ରଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ୍‌ରେ ପୋଲିସ । ଏଥର ଜଳାଶୟ ଯିବା ପୁର୍ବରୁ ବାଟରେ ଲାଗିଛି ସତର୍କ ସୂଚନା ବୋର୍ଡ । ତେବେ କମିସନରେଟ୍ ପୋଲିସ ଭୁବନେଶ୍ୱର ଅର୍ନ୍ତଗତ ବିଭିନ୍ନ ଥାନା ଅଞ୍ଚଳରେ ଥିବା ଜଳାଶୟ ନିକଟରେ ଏଭଳି ସତର୍କ ସୂଚନା ଫଳକ ଲଗାଇଛି । ଏହାସହ ଗାଁରେ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ବିଗତ କିଛି ଦିନ ଧରି ରାଜଧାନୀ ଓ ଏହାର ଉପକଣ୍ଠରେ ପାଣିରେ ବୁଡ଼ି ମୃତ୍ୟୁ ହେବା ଘଟଣା ବଢ଼ିବା ପରେ ଏନେଇ ସତର୍କତା ଅବଲମ୍ବନ କରିଛି କମିଶନରେଟ୍ ପୋଲିସ । ଭୁବନେଶ୍ୱର ଡିସିପି ସମସ୍ତ ଥାନା ଅଞ୍ଚଳରେ ଜଳାଶୟ, ନଦୀ, ପୋଖରୀ, କେନାଲ ପାଖରେ ବିପଦ ଫଳକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଗାଁ ଗାଁରେ ଓ ଜଳାଶୟ ପାଖରେ ରହୁଥିବା ଲୋକଙ୍କୁ ସଚେତନତା କରିବା ପାଇଁ ଅଣ୍ଟା ଭିଡିଛି ପୋଲିସ । କାରଣ ରବିବାର ଏୟାରଫିଲ୍ଡ ଥାନା ଅଞ୍ଚଳରେ ପୋଖରୀପୁଟର ଏକ ପଥର ଖାଦାନ ଝରା ପୋଖରୀରେ ଦୁଇ ଛାତ୍ରଙ୍କ ବୁଡି ମୃତ୍ୟ ପରେ ଭୁବନେଶ୍ୱର ଲୋକଙ୍କ ମନରେ ଏକ ଭୟ ସଞ୍ଚାର ହୋଇଛି । ଏନେଇ ପାଣିରେ ବୁଡ଼ି ହେଉଥିବା ମୃତ୍ୟୁକୁ ନେଇ ଲୋକଙ୍କୁ ସତର୍କ କରିବା ପାଇଁ ଫଳକ ଲଗାଇବା ଅଭିଯାନ ଆରମ୍ଭ କରିଛି ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବର 2 ତୃତୀୟାଂଶ ପାଣିରେ ବୁଡ଼ି ମୃତ୍ୟୁ Asia Pacificରେ ହୋଇଥାଏ: WHO

ତେବେ ବିଶେଷ କରି ବର୍ଷାଦିନେ ବିଭିନ୍ନ ଜଳାଶୟ, ପୋଖରୀ ଓ ନଦୀରେ ଜଳସ୍ତର ବୃଦ୍ଧି ପାଇଥାଏ । ଅନେକ ସମୟରେ ପିଲାମାନେ ଓ ସାଧାରଣ ଯୁବପିଢ଼ି ଗାଧୋଇବାକୁ ଯାଇଥାଆନ୍ତି । ଏପରିକି ମଜା ମସ୍ତି ପାଇଁ ନଦୀରେ ବା କେନାଲରେ ଗାଧୋଇଥାନ୍ତି । ପରିଣାମ ସ୍ବରୂପ ଅନେକ ସମୟରେ ଅଘଟଣ ଘଟିଥାଏ । ତେଣୁ ସେସବୁକୁ ଦୃଷ୍ଟିରେ ରଖି ବିଭିନ୍ନ ଜଳାଶୟ ନିକଟବର୍ତ୍ତୀ ଅଞ୍ଚଳର ସମସ୍ତ ସ୍ଥାନୀୟ‌ ଥାନକୁ ସତର୍କ ଫଳକ ଲଗାଇବାକୁ ନିର୍ଦ୍ଦେଶ ରହିଛି । ଯାହାଦ୍ବାରା ଯେ କେହି ବି ଜାଣିପାରିବ ଏହା ବିପଦପୂର୍ଣ୍ଣ ଅଞ୍ଚଳ । ଏହାସହ ଆଖପାଖ ଲୋକ ଓ ଗାଁ ଅଞ୍ଚଳରେ ଏନେଇ ପୋଲିସ ସହାୟତାରେ ସଚେତନା‌ କରିବା ସହ ପୋଲିସ ସହ ଯୋଡ଼ି ହୋଇ ରହିଥିବା ଲୋକଙ୍କ ଜରିଆରେ ସଚେତନତା ପାଇଁ ଥାନାଧିକାରୀମାନଙ୍କୁ ନିର୍ଦ୍ଦେଶ ରହିଛି ।

ତେବେ ବିଗତ ୫ବର୍ଷର ମଧ୍ୟରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପାଣିରେ ବୁଡ଼ି ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ତେଣୁ ଏସବୁ ଦିଗରେ ସତର୍କ ରହିବା ପାଇଁ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରି ସାଇନବୋର୍ଡ୍‌ ଲଗାଇବା ସହ ଲୋକଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନେଇଛି କମିଶନରେଟ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.