ETV Bharat / state

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅଭିଯୋଗ ଆଣି ରାଜରାସ୍ତାରେ ବିଜେପିର ପ୍ରତିବାଦ

author img

By ETV Bharat Odisha Team

Published : Nov 8, 2023, 7:16 AM IST

ବିଜେପି ଅଭିଯୋଗ କରିଛି ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀରେ ବ୍ୟାପକ ନିଶା କାରବାର ଚାଲିଛି । ଏଠାକାର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛତ୍ରଛାୟାରେ ଶାସକ ଦଳର ନେତା, ମନ୍ତ୍ରୀମାନେ ଦୁଷ୍କର୍ମ, ଅପରାଧରେ ଲିପ୍ତ ରହୁଛନ୍ତି । ପୋଲିସ ମାନେ ମଧ୍ୟ ବିଜୁ ଜନତା ଦଳର କଥାରେ ଉଠବସ ହେଉଛନ୍ତି । ଅଧିକ ପଢନ୍ତୁ

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅଭିଯୋଗ ଆଣି  ରାଜରାସ୍ତାରେ ବିଜେପିର  ପ୍ରତିବାଦ
ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅଭିଯୋଗ ଆଣି ରାଜରାସ୍ତାରେ ବିଜେପିର ପ୍ରତିବାଦ
ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅଭିଯୋଗ ଆଣି ରାଜରାସ୍ତାରେ ବିଜେପିର ପ୍ରତିବାଦ

ଭୁବନେଶ୍ଵର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦଳ ଅଭିଯୋଗ କରିଛି ରାଜଧାନୀରେ ଜଣେ ବିଜେଡିର ବିଧାୟକଙ୍କ ଭାଇ ଗାଡି ଧକ୍କାରେ ଜଣେଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ହସ୍ପିଟାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ସେପଟେ ବିଜେଡି ବିଧାୟକଙ୍କ ସମର୍ଥକ ମାନେ ଥାନା ଭାଙ୍ଗିରୁଜି ଦେଲେଣି । ଏହା ସତ୍ତ୍ୱେ ପୋଲିସ ନିଷ୍କ୍ରୀୟ କାହିଁକି ? କାହା ଚାପରେ ଅଛି ପୋଲିସ ? କେବେ ନେବ କାର୍ଯ୍ୟାନୁଷ୍ଠାନ ବୋଲି ଦଳ ପ୍ରଶ୍ନ କରିଛି ।

ଏନେଇ ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି, "ରାଜଧାନୀରେ ଜଣେ ବିଜେଡିର ବିଧାୟକଙ୍କ ଭାଇ ଗାଡ଼ି ଧକ୍କାରେ ଜଣେଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ହସ୍ପିଟାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ସେପଟେ ବିଜେଡି ବିଧାୟକଙ୍କ ସମର୍ଥକମାନେ ଥାନା ଭାଙ୍ଗିରୁଜି ଦେଲେଣି । ଏହା ସତ୍ତ୍ୱେ ପୋଲିସ ନିଷ୍କ୍ରିୟ କାହିଁକି ? ବରଗଡ଼ ଅମ୍ବୋଭୋନା ଥାନାରେ ଭଙ୍ଗାରୁଜା ଘଟଣାରେ ସୁଶାନ୍ତ ସିଂ ଙ୍କର ସମ୍ପୃକ୍ତି ଥିବାରୁ ତଦନ୍ତ ଧିମା ପଡ଼ିଥିବା ଅଭିଯୋଗ ଆଣିଲା ବିଜେପି । ପ୍ରମାଣ ଥିବା ସତ୍ତ୍ବେ ବିଧାୟକ ଏବଂ ତାଙ୍କ ସମର୍ଥକକୁ କାହିଁକି ଗିରଫ କରାଯାଉନି ବୋଲି ପ୍ରଶ୍ନ କରିଛି ଦଳ । ନିଜେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଦାୟିତ୍ବରେ ଥିବା ବେଳେ ଜାଣିଶୁଣି ଅପରାଧୀକୁ ଘଣ୍ଟା ଘୋଡାଉଛି ପୋଲିସ ।"

ଅଧିକ ପଢନ୍ତୁ- 2024 Election: ନିର୍ବାଚନ ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କଲା ବିଜେପି

ଦଳ ଅଭିଯୋଗ କରିଛି ବରଗଡ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀରେ ବ୍ୟାପକ ନିଶା କାରବାର ଚାଲିଛି । ଏଠାକାର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛତ୍ରଛାୟାରେ ଶାସକ ଦଳର ନେତା, ମନ୍ତ୍ରୀମାନେ ଦୁଷ୍କର୍ମ, ଅପରାଧରେ ଲିପ୍ତ ରହୁଛନ୍ତି । ପୋଲିସ ମାନେ ମଧ୍ୟ ବିଜୁ ଜନତା ଦଳର କଥାରେ ଉଠବସ ହେଉଛନ୍ତି । ଯେଉଁ ପୋଲିସ ଏହାକୁ ବିରୋଧ କରୁଛି ତାର ଅବସ୍ଥା କ’ଣ ତାହା ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜାରୁ ସ୍ପଷ୍ଟ ଜଣାପଡୁଛି । ଶାସକ ଦଳର ବିଧାୟକ ସୁଶାନ୍ତ ସିଂହଙ୍କ କାର୍ଯ୍ୟ କେତେ ଗ୍ରହଣୀୟ ? ଆଇନଶୃଙ୍ଖଳାର ଧଜ୍ଜିୟା ଉଡ଼ାଇଥିବା ଦୁର୍ବୃତ୍ତ ହେଉଛନ୍ତି ବିଜୁ ଜନତା ଦଳ ସମର୍ଥକ । ଥାନା ଭାଙ୍ଗିବାକୁ ଉସକାଇଥିଲେ ଖୋଦ ବିଜୁ ଜନତା ଦଳର ବାହୁବଳୀ ବିଧାୟକ ସୁଶାନ୍ତ ସିଂହ । ଯାହାର ପ୍ରମାଣ ସିସିଟିଭି ଭିଜୁଆଲ । ସିସିଟିଭି ଭିଜୁଆଲକୁ ଦେଖି ପୋଲିସ ୧୦୦ରୁ ଅଧିକ ଅଭିଯୁକ୍ତଙ୍କୁ ଆଜିଯାଏ ଗିରଫ କଲାନାହିଁ କି ତଦନ୍ତ କରିଲା ନାହିଁ ? ସେହିପରି ସୁଶାନ୍ତ ସିଂହଙ୍କୁ ମଧ୍ୟ ଏଯାଏଁ କାହିଁକି ଗିରଫ କରୁନାହିଁ ବୋଲି ପ୍ରଶ୍ନ କରିଛି ବିଜେପି ।

ସେହିପରି ଭୁବନେଶ୍ବର ପାୱାର ହାଉସ ଛକରେ ଘଟିଥିବା ଦୁର୍ଘଟଣାରେ ଦୀପାଳି ଦାସ ଏବଂ ତାଙ୍କ ଭାଇଙ୍କ ସମ୍ପୃକ୍ତି ଥିବାରୁ ପୋଲିସ ଜାଣିଶୁଣି ଘଟଣାକୁ ଚପାଇ ଦେଉଛି । ତୁରନ୍ତ ଏ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ଭୁବନେଶ୍ବର ଜିଲ୍ଲା ସାଙ୍ଗଠନିକ ବିଜେପି ପକ୍ଷରୁ ଦାବି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ପାୱାର ହାଉସ ଛକରେ ରେଞ୍ଜ ରୋଭର ଦୁର୍ଘଟଣାକୁ ଆଠ ଦିନ ବିତିଗଲାଣି । ଏହି ଆଠଦିନ ଭିତରେ ଗୋଟିଏ ପରିବାର ଯେମିତି ସ୍ତବ୍ଧ ହୋଇଯାଇଛି । ଗୁରୁତର ଆହତ ବାଇକ ଆରୋହୀ ହସ୍ପିଟାଲ ବେଡରେ ଜୀବନ ସହ ସଂଘର୍ଷ କରୁଛନ୍ତି । ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁନାହିଁ । ଏବେ ବି ସେ ଭେଣ୍ଟିଲେଟରରେ । ବିଜେପି ଦାବି କରିଛି ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଉ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.