ETV Bharat / state

Gaganayaan Mission: ଇସ୍ରୋର ପ୍ରଥମ ମ୍ୟାନ ମିଶନ, ଭୁବନେଶ୍ବର CTTCରେ ପ୍ରସ୍ତୁତି ଜୋରଦାର

author img

By ETV Bharat Odisha Team

Published : Aug 24, 2023, 10:42 PM IST

Updated : Aug 25, 2023, 3:05 PM IST

ଚନ୍ଦ୍ରଯାନ-୩ ପରେ ଏବେ ଗଗନାୟନ ମିଶନ ପ୍ରସ୍ତୁତି । ରାଜଧାନୀ ଭୁବନେଶ୍ବର ସ୍ଥିତ ସିଟିଟିସିରେ ଆରମ୍ଭ ହେଲାଣି ପ୍ରସ୍ତୁତି ପକ୍ରିୟା । ଦେଖନ୍ତୁ ଏହି ରିପୋର୍ଟ

BBSR CTTC makes Equipment for man mission
BBSR CTTC makes Equipment for man mission

Gaganayaan Mission: ଇସ୍ରୋର ପ୍ରଥମ ମ୍ୟାନ ମିଶନ, ଭୁବନେଶ୍ବର CTTCରେ ପ୍ରସ୍ତୁତି ଜୋରଦାର

ଭୁବନେଶ୍ବର: ଇସ୍ରୋର ଚନ୍ଦ୍ରଯାନ ୩ ମିଶନ ଅଭିଯାନ ସଫଳ ହେଇଛି । ଏବେ ସମସ୍ତଙ୍କର ନଜର ରହିଛି ଇସ୍ରୋର ଆଗାମୀ ମିଶନ ଉପରେ । ସଫଳ ଚନ୍ଦ୍ରଯାନ ମିଶନ ପରେ ଇସ୍ରୋ କେଉଁ ମିଶନ୍ ଆରମ୍ଭ କରିବ ତାକୁ ନେଇ ଏବେ ଚର୍ଚ୍ଚା ବଢିଥିବା ବେଳେ ଆଗାମୀ ଦିନରେ ଇସ୍ରୋର ଗଗନାୟନ ମିଶନ୍ ଏବଂ ସୂର୍ଯ୍ୟ ମିଶନର ପକ୍ରିୟା ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ଵର ସ୍ଥିତ CTTCରୁ ଆରମ୍ଭ ହେଲାଣି ଯନ୍ତ୍ରାଂଶ ପ୍ରସ୍ତୁତି ପକ୍ରିୟା । ଆସନ୍ତା ୨୦୨୫ ବେଳକୁ ପ୍ରଥମ ମ୍ୟାନ ମିଶନ ପ୍ରେରଣ ପାଇଁ ଇସ୍ରୋ ଯୋଜନା କରୁଛି । ସିଟିଟିସି ଗଗନାୟନ ମିଶନ ଲାଗି ୮୦ ପ୍ରତିଶତ ଯନ୍ତ୍ରାଂଶ ଇସ୍ରୋକୁ ଡେଲିଭରି କରିସାରିଥିବା ଜଣାପଡ଼ିଛି ।

ଗଗନାୟନ ପାଇଁ ସିଟିଟିସିକୁ ମିଳିଛି ଅର୍ଡର:- ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫଳ ଅବତରଣ ପରେ ସାରା ଭାରତରେ ଏବେ ଖୁସିର ମାହୋଲ । ନିଜ ହାତରେ ଚନ୍ଦ୍ରଯାନ-୩ ପାଇଁ କ୍ରିଟିକାଲ କମ୍ପୋନେଣ୍ଟ ତିଆରି କରିଥିବା ଭୁବନେଶ୍ବର ସିଟିଟିସି କେନ୍ଦ୍ର କର୍ମଚାରୀ ମଧ୍ୟ କରିଛନ୍ତି ସେଲିବ୍ରେସନ । ସଫଳତା ଯୋଗାଇଛି ପ୍ରେରଣା ଓ ଉତ୍ସାହ । ଚନ୍ଦ୍ରଯାନ-୩ ବିରଳ ଯନ୍ତ୍ରାଂଶ ନିର୍ମାଣ କରି ଚର୍ଚ୍ଚାରେ ଥିବା ଭୁବନେଶ୍ବର ସିଟିଟିସି ଏବେ ମିଶନ ଗଗନାୟନ ପାଇଁ ବିରଳ ଯନ୍ତ୍ରାଂଶ ତିଆରି କରୁଛି । ଗଗନାୟନ ମିଶନ ପାଇଁ ଭୁବନେଶ୍ବର ସିଟିଟିସିକୁ ମଳିଛି ଆଉ ଏକ ଗୁରୁ ଦାୟିତ୍ଵ । ମିଶନ ଗଗନାୟନ ପାଇଁ ଇସ୍ରୋ ପକ୍ଷରୁ ସିଟିଟିସିକୁ ଯନ୍ତ୍ରାଂଶ ନିର୍ମାଣ ଅର୍ଡର ଦିଆଯାଇଛି । ଇସ୍ରୋ ପକ୍ଷରୁ ମିଳିଥିବା ଅର୍ଡରର ୮୦ ପ୍ରତିଶତ କମ୍ପୋନେଣ୍ଟ ତିଆରି କରି ଇସ୍ରୋକୁ ଡେଲିଭରି କରି ଦିଆଯାଇଛି । ଆଉ ୨୦ ପ୍ରତିଶତ କାମ ସମ୍ପୂର୍ଣ୍ଣ କରି ପଠାଯିବାକୁ ଲକ୍ଷ୍ୟ ରଖାଯାଇଛି ।

୨୦୨୫ ବେଳକୁ ପ୍ରଥମ ମ୍ୟାନ ମିଶନ:- ମିଶନ ଗଗନାୟନ ପାଇଁ ଭୁବନେଶ୍ବର ସିଟିଟିସିରେ ଫିଲ ଏଣ୍ଡଡ୍ରେନ ଭଲ୍‌ବ, ପ୍ରେସର ରେଗୁଲାର କମ୍ପୋନେଣ୍ଟ, ଚେକ ଭଲ୍‌ବ, ଫିଲଟର ଭେନଟରୀ, ପ୍ରୋପ୍ଲାଣ୍ଟ ଲଞ୍ଚ ଭଳି କମ୍ପୋନେଣ୍ଟ ତିଆରି କରି ପଠାଯାଇଥିବା କହିଛନ୍ତି ଭୁବନେଶ୍ବର ସିଟିଟିସି ଅଧିକାରୀ । ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ କ୍ର୍ୟୁ ମଡ୍ୟୁଲ ଏବଂ କ୍ର୍ୟୁ ଏସକେପ୍ ପ୍ରଦର୍ଶନ ପାଇଁ କାର୍ଯ୍ୟ ଚାଲିଛି । ଯଦି ସବୁ କିଛି ଠିକଠାକ ଚାଲେ ତାହେଲେ ଆସନ୍ତା ୨୦୨୫ ବେଳକୁ ପ୍ରଥମ ମ୍ୟାନ ମିଶନ ପ୍ରେରଣ ପାଇଁ ଇସ୍ରୋ ଯୋଜନା କରୁଛି । ଏହି ମିଶନରେ ମହାକାଶକୁ ଯିବ ମଣିଷ ।

ଅନ୍ୟପଟେ ଖୁବଶୀଘ୍ର ଇସ୍ରୋ ପକ୍ଷରୁ ଗଗନାୟନ ମିଶନ, ମାର୍ସ ଅର୍ବିଟର ମିଶନ-୨, ଶୁକ୍ରାୟନ-୧ ଭଳି ମିଶନ ଆଭିଯାନ ଆରମ୍ଭ କରିବକୁ ଯାଉଛି । ଏନେଇ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ । ସୂର୍ଯ୍ୟ ମିଶନ ପାଇଁ ପାଖାପାଖି ୩୭୮ କୋଟି ଖର୍ଚ୍ଚ ହେବାକୁ ଥିବାବେଳେ, ଗଗନାୟନ ମିଶନ ପାଇଁ ପାଖାପାଖି ୯ ହଜାର କୋଟି ଖର୍ଚ୍ଚ ହେଇପାରେ ବୋଲି ଆକଳନ ହୋଇଥିବା ସୂଚନା । ଅନ୍ୟପଟେ ଚନ୍ଦ୍ରଯାନ ୩ ମିଶନ ପରେ ଆଗାମୀ ସୂର୍ଯ୍ୟ ମିଶନ ଲଞ୍ଚ କରିବ ଇସ୍ରୋ । ଏହି ମିଶନର ନାଁ ଆଦିତ୍ୟ-ଏଲ୧ ରଖାଯାଇଛି । ଅନ୍ତରୀକ୍ଷ ଯାନକୁ ପୃଥିବୀଠାରୁ ୧.୫ ମିଲିୟନ୍ ଦୂରରେ ରଖାଯିବ। ଯେଉଁଥିପାଇଁ ମୋଟ ୩୭୮ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଆଗକୁ ଏହି ମିଶନ:- ଏନେଇ ଭୁବନେଶ୍ଵର ସିଟିଟିସିର ଡିଜିଏମ ଲାର ରାଜ ଶେଖର କହିଛନ୍ତି, " ଗଗନାୟନ ମିଶନରେ ବ୍ୟବାହାର ହେବାକୁ ଥିବା ଯନ୍ତ୍ରାଂଶଗୁଡିକ ଭୁବନେଶ୍ଵର ସିଟିଟିସିରୁ ପଠାଯାଇଛି । ଆଉ ଅନେକ ଯନ୍ତ୍ରାଂଶଗୁଡିକର ମଧ୍ୟ ଏବେ ବି ପ୍ରସ୍ତୁତ ଚାଲିଛି । ଗଗନାୟନ ହେଉଛି ଏକ ମ୍ୟାନ ମିଶନ । ଏହା ମଧ୍ୟ ଏକ ବଡ ଚାଲେଞ୍ଜ ହେବ ।" ଏପଟେ ସିଟିଟିସିର ପ୍ରଡକ୍ସନ ମ୍ୟାନେଜର ବିଜୟ କୁମାର କହିଛନ୍ତି, " ଚନ୍ଦ୍ରଯାନ ୩ ମିଶନ ପୂର୍ବରୁ ଗଗନାୟନ ପ୍ରୋଜେକ୍ଟ ଆରମ୍ଭ ହୋଇଛି । ଗଗନାୟନରେ ମାନବ ଯିବେ । ତେଣୁ ସେମାନଙ୍କର ସୁରକ୍ଷା ପାଇଁ କଣ କଣ କରିବାକୁ ପଡିବ ସେନେଇ ସମସ୍ତ ଦିଗକୁ ଦେଖାଯାଉଛି । ଡିଜାଇନ ଦିଆଯାଇଛି ଏପଟେ ପାର୍ଟ୍ସ ପ୍ରସ୍ତୁତି ଚାଲିଛି । ଗଗନାୟନ ମିଶନ ହେଉଛି ଆମମାନଙ୍କର ଯାନ ।"

ଏହା ବି ପଢନ୍ତୁ- Moon Landing: ସମ୍ନାକୁ ଆସିଲା ଲ୍ୟାଣ୍ଡିଂ ସମୟର ଭିଡିଓ, ଲ୍ୟାଣ୍ଡର ଇମେଜର କ୍ୟାମେରାରେ ହୋଇଛି ରେକର୍ଡ

ଇସ୍ରୋର ବୈଜ୍ଞାନିକ ସୁଧୀର କୁମାର ଦଳାଇ କହିଛନ୍ତି, " ଏବେ ପର୍ଯ୍ୟନ୍ତ ଗଗନାୟନ ମିଶନ ପାଇଁ ୭୦-୮୦ ପ୍ରତିଶତ ଯନ୍ତ୍ରାଂଶ ପଠାଯାଇଛି । ଏହାପରେ ୨୦ ପ୍ରତିଶତ ଯନ୍ତ୍ରାଂଶର ପ୍ରସ୍ତୁତି ପକ୍ରିୟା ଚାଲିଛି । ୨୦୨୪ ପାଇଁ ଗଗନାୟନ ମିଶନ ପାଇଁ ପ୍ରସ୍ତୁତି ଚାଲିଛି । ବର୍ତ୍ତମାନ ସମୟରେ ଅନ ମ୍ୟାନ ମିଶନ ପରବର୍ତ୍ତୀ ସମୟରେ ମ୍ୟାନ ମିଶନ କରାଯିବ । ଏହା ପୂର୍ବରୁ ଆଦିତ୍ୟାୟାନ କାର୍ଯ୍ୟ ଆରମ୍ଭ କରାଯାଇଛି । ଯାହା ସୂର୍ଯ୍ୟଙ୍କଠାରୁ ଅନେକ ତଥ୍ୟ ଜାଣିବାର ଏକ ମିଶନ ପ୍ରସ୍ତୁତି କରାଯାଉଛି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ମିଶନ । ପୂର୍ବରୁ ମଙ୍ଗଳ ହେଉ ବା ଚନ୍ଦ୍ରକୁ ଯେଉଁ ଯନ୍ତ୍ରାଂଶ ପଠାଯାଇଛି ତାହାଠାରୁ ସୂର୍ଯ୍ୟଙ୍କ ନିକଟକୁ ପଠାଯାଉଥିବା ଯନ୍ତ୍ରାଂଶ ସଂପୂର୍ଣ୍ଣ ଭାବରେ ଅଲଗା । ଯାହା ଏକ ବଡ ଚ୍ୟାଲେଞ୍ଜ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 25, 2023, 3:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.