ETV Bharat / state

ମଉଳିନି ହାଇକୋର୍ଟ ସ୍ଥାନାନ୍ତର ଆଶା: ଭୁବନେଶ୍ବର ଓକିଲ ସଂଘ - ହାଇକୋର୍ଟକୁ କଟକରୁ ଭୁବନେଶ୍ବର ସ୍ଥାନାନ୍ତର

ହାଇକୋର୍ଟକୁ କଟକରୁ ଭୁବନେଶ୍ବର ସ୍ଥାନାନ୍ତର ପାଇଁ ମଧ୍ୟ ଭୁବନେଶ୍ବର ଓକିଲ ସଂଘ ପକ୍ଷରୁ ଦାବି କରାଯାଉଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଓକିଲ ସଂଘ ସଭାପତି । ଅଧିକ ପଢ଼ନ୍ତୁ

Bhubaneswar BAR Association still hoping Transfer of High Court from Cuttack to Bhubaneswar
ମଉଳିନି ହାଇକୋର୍ଟ ସ୍ଥାନାନ୍ତର ଆଶା: ଭୁବନେଶ୍ବର ଓକିଲ ସଂଘ
author img

By

Published : Dec 14, 2022, 8:05 PM IST

ମଉଳିନି ହାଇକୋର୍ଟ ସ୍ଥାନାନ୍ତର ଆଶା: ଭୁବନେଶ୍ବର ଓକିଲ ସଂଘ

ଭୁବନେଶ୍ବର: ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲଙ୍କ ଧର୍ମଘଟ ତରିକାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ । ଏଣୁ ବର୍ତ୍ତମାନ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି । ଏହାପରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବା ଆଶା ଧୂଳିସାତ୍‌ ହୋଇଥିବା ଆଲୋଚନା ହେଉଛି । ଏହାରି ମଧ୍ୟରେ ହାଇକୋର୍ଟକୁ କଟକରୁ ଭୁବନେଶ୍ବର ସ୍ଥାନାନ୍ତର ପାଇଁ ମଧ୍ୟ ଭୁବନେଶ୍ବର ଓକିଲ ସଂଘ ପକ୍ଷରୁ ଦାବି କରାଯାଉଥିଲା । ତେବେ ଏହି ଦାବି ଏବେ ସନ୍ଦେହ ଘେରରେ ରହିଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଓକିଲ ସଂଘ ସଭାପତି ।

ଭୁବନେଶ୍ବର ଓକିଲ ସଂଘ ସଭାପତି ବରିଞ୍ଚି ନାରାୟଣ ସମନ୍ତରାୟ କହିଛନ୍ତି, "ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ଆମେ ନିନ୍ଦା କରିବୁନି । କିନ୍ତୁ କେନ୍ଦ୍ର ସରକାରଙ୍କ ନୋଟିଫିକେସନ ପରେ ଏପରି ବିଷୟ ଉପରେ ତର୍ଜମା କରିବାର ଥିଲା । କିନ୍ତୁ ସ୍ଥାୟୀ ବେଞ୍ଚ ମନା ପରେ ହାଇକୋର୍ଟ ସ୍ଥାନାନ୍ତର ଆଶା ଆମର ମଉଳିନି । ଆମର ପ୍ରତିକାତ୍ମକ ଧାରଣା ଜାରି ରହିଛି । 1991ମସିହାରୁ ଆମେ ଏହି ଦାବି କରି ଆସୁଛୁ । ରାଜଧାନୀକୁ ହାଇକୋର୍ଟ ସ୍ଥାନାନ୍ତର ହେଲେ ସଭିଁଙ୍କର ସୁବିଧା ହେବ । ହାଇକୋର୍ଟ ସ୍ଥାପନ ପାଇଁ ଭୁବନେଶ୍ବରେ ସମସ୍ତ ପ୍ରକାର ଭିତ୍ତିଭୁମି ରହିଛି । ଆମର ଆଶା ଏବେବି ରହିଛି ।"

ଦୀର୍ଘ ଦିନ ଧରି ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଦାବି ହୋଇ ଆସୁଛି । ଏହାକୁ ନେଇ ଧାରଣାରେ ବସିଥିଲା ସମ୍ବଲପୁର ଓକିଲ ସଂଘ । ଧାରଣାରୁ ନିବୃତ୍ତ ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶର ଅବମାନନା କରି ଓକିଲ ସଂଘର ଧାରଣା ଜାରି ରହିଥିଲା ।

ତେବେ ଗତ ଡିସେମ୍ବର ୧୨ ତାରିଖରେ ଏହା ସବୁ ସୀମା ଟପି ଯାଇଥିଲା । ଜିଲ୍ଲା ଜଜ୍‌ଙ୍କ କୋର୍ଟଙ୍କ ପରେ ପଶି ଆନ୍ଦୋଳନରତ ଓକିଲମାନେ ଭଙ୍ଗାରୁଜା କରିଥିଲ । ତା ସହିତ ୪୩ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ କରିଥିଲା ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ । ଏହାପରେ ଆଜି ବର୍ତ୍ତମାନ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ୍‌ର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.