ETV Bharat / state

ଭୋଗଡା ବୋମାମାଡ଼ ଓ ଡକାୟତି ଘଟଣା, ମୁଖ୍ୟ ଅଭିଯୁକ୍ତ ସମେତ 5 ଗିରଫ - khordha news

ଭୋଗଡା ବୋମାମାଡ଼ ଓ ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ 4 ଗିରଫ ହୋଇଛନ୍ତି । ଏଥିରେ ଜଣେ ମହିଳା ମଧ୍ୟ ସାମିଲ ଥିବା ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି ।

Bhogda bombing and robbery case
ଭୋଗଡା ବୋମାମାଡ଼ ଓ ଡକାୟତି ଘଟଣା, ମୁଖ୍ୟ ଅଭିଯୁକ୍ତ ସମେତ 5 ଗିରଫ
author img

By

Published : Jul 2, 2020, 7:36 PM IST

ଖୋର୍ଦ୍ଧା: ଜିଲ୍ଲା ପୋଲିସକୁ ସଫଳତା । ଭୋଗଡା ବୋମାମାଡ଼ ଓ ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ 4 ଗିରଫ ହୋଇଛନ୍ତି । ଏଥିରେ ଜଣେ ମହିଳା ମଧ୍ୟ ସାମିଲ ଥିବା ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି ।

Bhogda bombing and robbery case
ଭୋଗଡା ବୋମାମାଡ଼ ଓ ଡକାୟତି ଘଟଣା, ମୁଖ୍ୟ ଅଭିଯୁକ୍ତ ସମେତ 5 ଗିରଫ

ଗିରଫ ଅଭିଯୁକ୍ତଙ୍କ ଠାରୁ 2ଟି ବାଇକ, ଭୁଜାଲି ଭଳି ମାରଣାସ୍ତ୍ର, 4ଟି ଜୀବନ୍ତ ବୋମା, ଅଢେଇ କେଜିରୁ ଊର୍ଦ୍ଧ୍ବ ରୂପା, 68 ଗ୍ରାମ ସୁନା ଏବଂ ନଗଦ ୪୪,୫୦୦ ଟଙ୍କା ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳର ଗଗନ ପ୍ରଧାନ, ଅଖିଳ ସାହୁ, କାହ୍ନୁ ପ୍ରଧାନ, ବସନ୍ତ ମଞ୍ଜରୀ ପ୍ରଧାନ ଓ ଖଣ୍ଡପଡା ଅଞ୍ଚଳର ରାକେଶ ନାୟକ ।

ଗତ ମେ ମାସ ୨୫ରେ ଭୋଗଡା ଡକାୟତି ଘଟଣା, ଏପ୍ରିଲ ୨୯ରେ ବାଘମାରୀ ଥାନା ବିନିଆରୀ ଡକାୟତି ଘଟଣା ଏବଂ ମେ ୧୬ରେ କଟକ ଜିଲ୍ଲା ବୈଦେଶ୍ବର ଥାନା ଅଞ୍ଚଳର ଏକ ଡକାୟତି ଘଟଣାରେ ଏମାନେ ସମସ୍ତେ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.