ETV Bharat / state

ରାଜଧାନୀରେ ସୁଲଭ ଦରରେ ମିଳିଲା 'ଭାରତ ଅଟା', ଗ୍ରାହକଙ୍କ ଲାଗିଛି ଲମ୍ବା ଲାଇନ

author img

By ETV Bharat Odisha Team

Published : Nov 25, 2023, 6:08 PM IST

ଭୁବନେଶ୍ୱର ମାର୍କେଟକୁ ଆସିଲା କେନ୍ଦ୍ର ସରକାରଙ୍କ ଭାରତ ଅଟା । ଦୁଇ ସପ୍ତାହ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଭାରତ ଅଟାକୁ ଲଞ୍ଚ କରିଥିଲେ । ଭାରତ ଅଟା କେଜି ପ୍ରତି ୨୭ଟଙ୍କା ୫୦ ପଇସାରେ ମିଳୁଛି । ଆଜି ନାଫେଡ ଦ୍ୱାରା ଏହି ଭାରତ ଅଟା ବଣ୍ଟନ କରାଯାଉଛି । ଅଧିକ ପଢ଼ନ୍ତୁ

'ଭାରତ ଅଟା'
'ଭାରତ ଅଟା'
'ଭାରତ ଅଟା'

ଭୁବନେଶ୍ବର: ରାସ୍ତା କଡ଼ରେ ମିଳୁଛି ଅଟା । କିଣିବାକୁ ଲୋକଙ୍କ ପ୍ରବଳ ଭିଡ଼ । ଯେଉଁଠି ଅଟା ଗାଡ଼ି ଠିଆ ହେଉଛି ସେଠାରେ ଲାଗୁଛି ଲମ୍ବା ଲାଇନ । ଅଟାର କେଜିର ମୁଲ୍ୟ ହେଉଛି ୨୭ ଟଙ୍କା ୫୦ ପଇସା । ଯାହାର ନାମ ରହିଛି 'ଭାରତ ଅଟା' । କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର 'ଭାରତ ଅଟା'କୁ ଲଞ୍ଚ କରିଥିଲେ । ଏହାର ମୁଖ୍ୟ ଲକ୍ଷ୍ୟ ସାଧାରଣ ଜନତାଙ୍କ ନିକଟରେ କିଭଳି ଭାବରେ ସୁଲଭ ମୂଲ୍ୟରେ ସମସ୍ତ ଜିନିଷ ମିଳିପାରିବ । ଆଜି ନାଫେଡ ଦ୍ୱାରା ଏହି 'ଭାରତ ଅଟା' ବଣ୍ଟନ କରାଯାଉଛି ।

ଭୁବନେଶ୍ୱର ରାଜ ରାସ୍ତାରେ ଅଟା ବିକ୍ରି । ଭାରତ ଅଟା ଗାଡ଼ି ନିକଟରେ ଲମ୍ବିଛି ଲମ୍ବା ଲାଇନ । ବାହାରେ ୫ କେଜି ଅଟାକୁ ୨୪୦ ଟଙ୍କା ପଡ଼ୁଥିବା ବେଳେ ନାଫେଡ ଦ୍ୱାରା ବଣ୍ଟନ କରାଯାଉଥବା ଭାରତ ଅଟା ୫ କେଜିକୁ ୧୪୦ ଟଙ୍କାରେ ମିଳୁଛି । ଏହି 'ଭାରତ ଅଟା' ନେବା ପାଇଁ ଛୁଆ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ଲାଇନରେ ଛିଡ଼ା ହୋଇଛନ୍ତି । କେବଳ ଅଟା ନୁହେଁ ପିଆଜ ଏବଂ ଡାଲି ମଧ୍ୟ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଛି । କମ ଟଙ୍କାରେ ଅଟା ମିଳୁଥିବା ନେଇ ସମସ୍ତଙ୍କ ମନରେ ଉତ୍ସାହ । ତେବେ କେଜି ପ୍ରତି ୨୭ ଟଙ୍କା ୫୦ ପଇସାରେ ‘ଭାରତ ଅଟା’ ଯୋଗାଇ ଦିଆଯାଉଛି । ଏହାକୁ ନାଫେଡ, ଏନ୍‌ସିସିଏଫ ଓ କେନ୍ଦ୍ରୀୟ ଭଣ୍ଡାର ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ଅଟା ଦର ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାରଙ୍କ ପଦକ୍ଷେପ: ୨୭.୫୦ ଟଙ୍କାରେ ମିଳିବ ଭାରତ ଅଟା

ବଜାରରେ ଖୋଲା ଅଟା ପ୍ରତି କେଜି ୩୦ ଟଙ୍କା ରୁ ୪୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ସେହିପରି ବ୍ରାଣ୍ଡେଣ୍ଡ ଅଟାର ଦର କେଜି ପ୍ରତି ୪୦ ଟଙ୍କାରୁ ୫୦ ଟଙ୍କା ମଧ୍ୟରେ ରହିଛି । ଗହମର ଦର ଲଗାତାର ବଢୁଥିବା ବେଳେ ଲୋକଙ୍କୁ ଶସ୍ତାରେ ଅଟା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ସେହିଭଳି ପିଆଜି କିଲୋ ପ୍ରତି ୨୫ ଟଙ୍କାରେ ଯୋଗାଇ ଦିଆଯାଉଛି । ବୁଟ ଡାଲି ୬୦ ଟଙ୍କା ରହିଛି । ଏନେଇ କେନ୍ଦ୍ରୀୟ ଭଣ୍ଡାର ରାଜ୍ୟ ମୁଖ୍ୟ ଅନନ୍ତ କୁମାର ସାମଲ କହିଛନ୍ତି ଯେ, ଏହା କୌଣସି ନିର୍ବାଚନୀ ଅଟା ନୁହେଁ । ଯେହେତୁ ବର୍ତ୍ତମାନ ସମୟରେ ବିଭିନ୍ନ ଜିନିଷର ଦର ବୃଦ୍ଧି ଘଟିଛି ସେନେଇ ଜଣେ ସାଧାରଣ ଲୋକ ଜିନିଷ କିଣିବାକୁ ଯାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କୁ ସୁଲଭ ମୂଲ୍ୟରେ ଏହାକୁ ବିକ୍ରି କରାଯାଉଛି । ତେବେ ଜଣେ ଗ୍ରାହକ 5 କିଗ୍ରା ପର୍ଯ୍ୟନ୍ତ ଅଟା ନେଇ ପାରିବେ । ଏହାର ଗୁଣବତ୍ତା ଲ୍ୟାବରେ ପରୀକ୍ଷା କରାଯାଇ ଦିଆଯାଉଛି ବୋଲି କହିଛନ୍ତି । ସୂଚନା ଅନୁଯାୟୀ, ଦୁଇ ସପ୍ତାହ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଭାରତ ଅଟାକୁ ଲଞ୍ଚ କରିଥିଲେ । ସମଗ୍ର ଦେଶର ପ୍ରାୟ ୨ ହଜାର ଆଉଟଲେଟରେ ଏପରି ଅଟା ବିକ୍ରୟ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.