ETV Bharat / state

ଆଜି ନୟାଗଡ଼-ଭଦ୍ରକ ମେମୁ ଟ୍ରେନର ଶୁଭାରମ୍ଭ, ସବୁଜ ପତକା ଦେଖାଇବେ ଦୁଇ କେନ୍ଦ୍ରମନ୍ତ୍ରୀ

author img

By

Published : Mar 30, 2023, 8:47 AM IST

୩୧ରୁ ନୟାଗଡ଼-ଭଦ୍ରକକୁ ଗଡ଼ିବ ମେମୁ ଟ୍ରେନ୍‌ । ଆଜି କଟକ ରେଳ ଷ୍ଟେସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ମେମୁ ଟ୍ରେନର ଶୁଭାରମ୍ଭ କରିବେ । ଅଧିକ ପଢ଼ନ୍ତୁ

Etv Bharatରାମନବମୀ ଅବସରରେ ନୟାଗଡ଼ ଟାଉନ ଏବଂ ଭଦ୍ରକ ମଧ୍ୟରେ ମେମୁ ଶୁଭାରମ୍ଭ ହେବ
ରାମନବମୀ ଅବସରରେ ନୟାଗଡ଼ ଟାଉନ ଏବଂ ଭଦ୍ରକ ମଧ୍ୟରେ ମେମୁ ଶୁଭାରମ୍ଭ ହେବ

ଭୁବନେଶ୍ବର: ଆଜି ଅର୍ଥାତ ରାମନବମୀ ଅବସରରେ ନୟାଗଡ଼ ଟାଉନ ଏବଂ ଭଦ୍ରକ ମଧ୍ୟରେ ମେମୁ ଶୁଭାରମ୍ଭ ହେବ । କଟକ ରେଳ ଷ୍ଟେସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ମେମୁ ଟ୍ରେନର ଶୁଭାରମ୍ଭ କରିବେ । ଚଳିତ ମାସ ୩୧ତାରିଖରୁ ନୟାଗଡ଼ ଟାଉନ ଏବଂ ଭଦ୍ରକ ମଧ୍ୟରେ ଏକ ନୂଆ ପାସେଞ୍ଜର ମେମୁ ଟ୍ରେନ ନିୟମିତ ଚଳାଚଳ କରିବ ବୋଲି ପୂର୍ବତଟ ରେଳ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ, ଆଜି(ଗୁରୁବାର) ଅପରାହ୍ନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପତାକା ଦେଖାଇ ଏହାର ଶୁଭ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢ଼ନ୍ତୁ: Fake certificate Case: କେଳେଙ୍କାରୀରେ ବିଜେଡିର ବଡ ନେତା ସମ୍ପୃକ୍ତି ଅଭିଯୋଗ କଲେ କଂଗ୍ରେସ ବିଧାୟକ

ଏହି ଟ୍ରେନ୍ କଟକ ଷ୍ଟେସନରୁ ଛାଡିବ କିନ୍ତୁ ଏହି ଟ୍ରେନର ନିୟମିତ ସେବା 31 ମାର୍ଚ୍ଚ 2023 ରୁ ଉଭୟ ପାର୍ଶ୍ୱରୁ ପ୍ରାରମ୍ଭ କରାଯିବ । ଏହି ଟ୍ରେନର ପ୍ରଚଳନ ଉଭୟ ଭଦ୍ରକ ଏବଂ ନୟାଗଡ଼ ଜିଲ୍ଲାର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିପାରିବ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶର ଭିତ୍ତିପ୍ରସ୍ତର ସମାରୋହରେ ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଏକ ନୂତନ ଟ୍ରେନ୍ ଚଳାଚଳ କରାଇବାକୁ ଘୋଷଣା କରିଥିଲେ । ଏହି ଅଞ୍ଚଳର ଯାତ୍ରୀମାନଙ୍କ ଆରାମ ତଥା ସୁବିଧା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିରନ୍ତର ପ୍ରଚେଷ୍ଟାର ଏହା ହେଉଛି ଫଳାଫଳ ବୋଲି ବିଜେପି କହିଛି । ମଧ୍ୟବର୍ତ୍ତୀ ଷ୍ଟେସନମାନଙ୍କରେ ଟ୍ରେନ ବଦଳାଇବା ପରିବର୍ତ୍ତେ ଏହି ଟ୍ରେନ ସିଧା ସଳଖ ଭାବେ ଯାତ୍ରା ପାଇଁ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣଙ୍କୁ ସୁବିଧା ଯୋଗାଇବ ।

ସୂଚନାନୁସାରେ, ଏହି ସ୍ବତନ୍ତ୍ର ପାସେଞ୍ଜର ମେମୁ ଟ୍ରେନ ନଂ-୦୮୫୫୫ ଭଦ୍ରକରୁ ସକାଳ ୫ଟା ୪୫ରେ ବାହାରି କଟକରେ ୮ଟା ୪୨ରେ ପହଞ୍ଚିବ । ସେଠାରୁ ୮ଟା ୪୫ରେ ଛାଡ଼ି ଭୁବନେଶ୍ବରରେ ସକାଳ ୯ଟା ୩୨ରେ ପହଞ୍ଚି ୯ଟା ୩୭ରେ ନୟାଗଡ଼ ଟାଉନ ଅଭିମୁଖେ ଯାତ୍ରା କରିବ । ନୟାଗଡ଼ ଟାଉନରେ ଏହି ସ୍ବତନ୍ତ୍ର ଟ୍ରେନ୍‌ ୧୧ଟା ୫୫ରେ ପହଞ୍ଚିବ ବୋଲି ଜଣାପଡ଼ିଛି । ସେହିପରି ନୟାଗଡ଼ ଟାଉନରୁ ଏହି ସ୍ବତନ୍ତ୍ର ପାସେଞ୍ଜର ମେମୁ ଟ୍ରେନ ନଂ-୦୮୫୫୬ ଅପରାହ୍ନ ୫ଟା ୦୫ରେ ଛାଡି ଭୁବନେଶ୍ବରରେ ସନ୍ଧ୍ୟା ୬ଟା ୪୦ରେ ପହଞ୍ଚିବ । କଟକରେ ୭ଟା ୨୯ରେ ପହଞ୍ଚି ପରେ ଭଦ୍ରକରେ ରାତି ୧୦ଟା ୪୫ରେ ପହଞ୍ଚିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.