ETV Bharat / state

ନକଲି ଶିକ୍ଷକ ପ୍ରସଙ୍ଗ: ତଦନ୍ତ ରିପୋର୍ଟ ଦେବେ BEO, ନଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

author img

By

Published : Jul 25, 2023, 9:24 AM IST

ନକଲି ଶିକ୍ଷକ ପ୍ରସଙ୍ଗ ମାମଲାରେ ତଦନ୍ତର ସ୍ଥିତି ନେଇ ରିପୋର୍ଟ ଦେବେ ବିଇଓ । ସଠିକ ସମୟରେ ରିପୋର୍ଟ ଦାଖଲ ନକଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ନକଲି ଶିକ୍ଷକ ପ୍ରସଙ୍ଗ
ନକଲି ଶିକ୍ଷକ ପ୍ରସଙ୍ଗ

ଭୁବନେଶ୍ବର: ରାଜ୍ୟରେ ନକଲି ସାର୍ଟିଫିକେଟଧାରୀ ଶିକ୍ଷକ ପ୍ରସଙ୍ଗ । ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କ'ଣ ସବୁ ତଦନ୍ତ ହୋଇଛି ତାହାର ତାଜା ସ୍ଥିତି ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ (BEO) ନିର୍ଦ୍ଦେଶ ଦେଇଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ । ଏହି ପ୍ରସଙ୍ଗରେ କୋର୍ଟରେ PIL ଶୁଣାଣି ସମୟରେ ନକଲି ଶିକ୍ଷକଙ୍କ ବିରୋଧରେ ବର୍ତ୍ତମାନର ଯାଞ୍ଚ ସ୍ଥିତିର ତଥ୍ୟ ଦାଖଲ କରିବାକୁ କୁହାଯାଇଛି । ଯଦି ସଠିକ ସମୟରେ ବିଇଓ ସୂଚନା ଦାଖଲ ନକରିବେ ତେବେ ଏହି ପ୍ରସଙ୍ଗକୁ ଅତି ଗମ୍ଭୀର ଭାବରେ ନିଆଯିବ ଏବଂ ଏହାସହ କାର୍ଯ୍ୟରେ ଖିଲାପ କରିଥିବା ବିଇଓଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ନକଲି ଶିକ୍ଷକ ପ୍ରସଙ୍ଗ
ନକଲି ଶିକ୍ଷକ ପ୍ରସଙ୍ଗ

ଏହାମଧ୍ୟ ପଢନ୍ତୁ: ୨୬ରୁ ସମସ୍ତ କଲେଜରେ ତାଲା, ଆନ୍ଦୋଳନକୁ ଓହ୍ଲାଇବ ୬୬୨ ବର୍ଗ କଲେଜ ସଂଘ

ରାଜ୍ୟରେ ନକଲି ଶିକ୍ଷକ ଅଭିଯୋଗ ଆସିଲା ପରେ ବର୍ତ୍ତମାନ ସୁଦ୍ଧା ୩୯୪ ଜଣ ଚିହ୍ନଟ ହୋଇଥିବା ନକଲି ଶିକ୍ଷକଙ୍କ ବିରୋଧରେ କ'ଣ କ'ଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ବା ତଦନ୍ତ କେତେ ଦୂର ହୋଇଛି ତାହାର ରିପୋର୍ଟ ଦେବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାରି ମଧ୍ୟରେ ୨୭ଟି ଜିଲ୍ଲାରେ ୩୯୪ ଜଣ ନକଲି ଶିକ୍ଷକଙ୍କର ତଦନ୍ତର ରିପୋର୍ଟ ଦେବେ ବିଇଓ । ତେବେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଦେଇଥିବା ତଥ୍ୟ ଅନୁସାରେ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୯୮ ଜଣ ନକଲି ଶିକ୍ଷକ ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ୨୩, କୋରାପୁଟରେ ୨୧, କଳାହାଣ୍ଡିରେ ୭୦, ବଲାଙ୍ଗୀରରେ ୨୯, କେନ୍ଦ୍ରାପଡ଼ାରେ ୨୪, ଅନୁଗୋଳରେ ୧୦, ବୌଦ୍ଧରେ ୪୦, ବାଲେଶ୍ବରରେ ୧୨, ଭଦ୍ରକରେ ୨, ନୟାଗଡ଼ରେ ୪, ସୁନ୍ଦରଗଡ଼ରେ ୧୧, ମୟୂରଭଞ୍ଜରେ ୭, ଝାରସୁଗୁଡ଼ାରେ ୪, ଦେଓଗଡ଼, ସୋନପୁର, ପୁରୀ ଓ ସମ୍ବଲପୁରରେ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ପୁଣି ଆରମ୍ଭ ହେବ ଏକାଡେମିକ୍ ଅଡିଟ, ଶିକ୍ଷାନୁଷ୍ଠାନର ଦୁର୍ବଳତା ଜାଣିବା ମୂଳ ଉଦ୍ଦେଶ୍ୟ

ସେହିପରି ରାୟଗଡ଼ା ଜିଲ୍ଲାରେ ୬, ନୂଆପଡ଼ାରେ ୧, କଟକରେ ୫, ଜଗତସିଂହପୁରରେ ୨, ଢ଼େଙ୍କାନାଳ, ମାଲକାନଗିରି, ଖୋର୍ଦ୍ଧା ଓ ଯାଜପୁରରେ ୧, ଗଜପତିରେ ୨ ଜଣ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ବିରୋଧରେ ତଦନ୍ତର ଦିଗ କେତେ ବାଟ ଆଗେଇଛି, କ'ଣ କ'ଣ ଅନୁସନ୍ଧାନରୁ ତଥ୍ୟ ମିଳିଛି ସେନେଇ ତୁରନ୍ତ ତଦନ୍ତ ଅନୁସନ୍ଧାନ କରି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.