ଖୋର୍ଦ୍ଧା: ବେଗୁନିଆ ତହସିଲ କାର୍ଯ୍ୟାଳୟର ଜଣେ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ଚିନ୍ତାରେ ପଡିଯାଇଛି । ତହସିଲ ଅଫିସର କର୍ମଚାରୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ଓ ସଂକ୍ରାମକ ଏଡାଇବା ପାଇଁ ବେଗୁନିଆ ତହସିଲ କାର୍ଯ୍ୟାଳୟକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ କରାଯାଇଛି ବୋଲି ତହସିଲଦାର କହିଛନ୍ତି ।
ଏହି ସମୟରେ ତହସିଲ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ