ETV Bharat / state

ଯୁବକଙ୍କ ଭିଡିଓ ଭାଇରାଲ ଘଟଣା: ଲାଞ୍ଚ ମାଗି ବେଗୁନିଆ ଏସଆଇ ନିଲମ୍ବିତ - Begunia SI sujata palei suspend

ଲାଞ୍ଚ ମାଗିବା ଅଭିଯୋଗରେ ଏସଆଇ ସୁଜାତାଙ୍କୁ ସସପେଣ୍ଡ
ଲାଞ୍ଚ ମାଗିବା ଅଭିଯୋଗରେ ଏସଆଇ ସୁଜାତାଙ୍କୁ ସସପେଣ୍ଡ
author img

By

Published : Jan 15, 2020, 2:23 PM IST

Updated : Jan 15, 2020, 2:40 PM IST

13:56 January 15

ଯୁବକଙ୍କ ଭିଡିଓ ଭାଇରାଲ ଘଟଣା: ଲାଞ୍ଚ ମାଗି ବେଗୁନିଆ ଏସଆଇ ନିଲମ୍ବିତ

ଖୋର୍ଦ୍ଧା: ମାମଲାକୁ ରଫାଦଫା କରିବାକୁ ଲାଞ୍ଚ ମାଗିବା ଅଡିଓ ଟେପ୍ ଖବର ପ୍ରସାରିତ ପରେ ବେଗୁନିଆ ଥାନା ଏସଆଇ ସୁଜାତା ପଲେଇଙ୍କୁ ନିଲମ୍ବିତ କଲେ ଖୋର୍ଦ୍ଧା ଏସପି । ସୂଚନା ମୁତାବକ ବେଗୁନିଆ ଅଞ୍ଚଳର ଜଣେ ଯୁବକ ତାଙ୍କ ବନ୍ଧୁଙ୍କ ସହ ପ୍ରେମିକାକୁ ଦେଖା କରିବାକୁ ଦକ୍ଷିଣପରୀକ୍ଷତା ଗ୍ରାମକୁ ଯାଇଥିଲେ । ପୋଖରୀ କୂଳରେ ଯୁବକ ହର୍ଣ୍ଣ ମାରି ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥିଲେ ।

ଏହାପରେ ଯୁବକଙ୍କୁ ଗ୍ରାମବାସୀ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ ମାରିବା ସହ ପୋଲିସ ପାଖରେ ଜିମା ଦେଇଥିଲେ । ପୋଲିସ 2 ଯୁବକଙ୍କୁ ଗିରଫ କରିବା ସହ ମାମଲାଟିକୁ ରଫାଦଫା କରିବା ପାଇଁ ଗିରଫ ଯୁବକଙ୍କ ପରିବାକୁ ଲାଞ୍ଚ ମାଗିଥିଲେ । ଏପରିକି ଗିରଫ ଯୁବକଙ୍କ ପରିବାର ଠିକ୍ ସମୟରେ ଥାନାରେ ପହଞ୍ଚି ଲାଞ୍ଚ ନଦେବାରୁ ମାମଲାଙ୍କୁ ଆହୁରି କଠୋର କରିବାକୁ ଫୋନରେ ଧମକ ଦେଇଥିଲେ ଏସଆଇ ସୁଜାତା ପଲେଇ । ଏ ସମ୍ପର୍କିତ ଏକ ଅଡିଓ କ୍ଲିପ୍ ଭାଇରାଲ ହେବା ପରେ ବୁଧବାର ଖୋର୍ଦ୍ଧା ଏସପି ଅଜେୟ ପ୍ରତାପ ସ୍ବାଇଁ ସସପେଣ୍ଡ କରିଥିବା ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
 
Intro:ମାମଲାକୁ ରଫାଦଫା କରିବାକୁ ଲାଞ୍ଚ ମାଗିଥିବା ଏସଆଇ ସୁଜାତା ପଲେଇଙ୍କୁ ସସପେଣ୍ଡ କଲେ ଏସପି

Body:ଖୋର୍ଦ୍ଧା : ମାମଲାକୁ ରଫାଦଫା କରିବାକୁ ଲାଞ୍ଚ ମାଗିବା ଅଡିଓ ଟେପ୍ ଖବର ପ୍ରସାରିତ ପରେ ଏସଆଇ ସୁଜାତା ପଲେଇଙ୍କୁ ସସପେଣ୍ଡ କଲେ ଖୋର୍ଦ୍ଧା ଏସପି ସୂଚନାମୁତାବକ ବେଗୁନିଆ ଅଞ୍ଚଳର ଜଣେ ଯୁବକ ତାଙ୍କ ସାଙ୍ଗ ସହ ପ୍ରେମିକା କୁ ଦେଖା କରିବାକୁ ଦକ୍ଷିଣପରୀକ୍ଷତା ଗ୍ରାମକୁ ଯାଇଥିଲେ ।ପୋଖରୀ କୂଳରେ ଯୁବକ ହର୍ଣ୍ଣ ମାରିବାରୁ ଯୁବକ ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥିଲେ ।ଏହାପରେ ଯୁବକଙ୍କୁ ଗ୍ରାମବାସୀ ଇଲେକଖୁଣ୍ଟରେ ବାଣ୍ଡି ମାଡମାରିବା ସହ ପୋଲିସ ଜିମା ଦେଇଥିଲେ ।ପୋଲିସ ଯୁବକ ଦୁଇଙ୍କୁ ଗିରଫ କରିବା ସହ ମାମଲା ଟିକୁ ରଫାଦଫା କରିବା ପାଇଁ ଗିରଫ ଯୁବକଙ୍କ ପରିବାକୁ ଲାଞ୍ଚ ମାଗିଥିଲେ ।ଏପରି କି ଗିରଫ ଯୁବକଙ୍କ ପରିବାର ଠିକ ସମୟରେ ଥାନାରେ ପହଞ୍ଚି ଲାଞ୍ଚ ନଦେବାରୁ ମାମଲାଙ୍କୁ ଆହୁରୀ କଠୋର କରିବାକୁ ଫୋନରେ ଧମକ ଦେଇଥିଲେ ଏସଆଇ ସଂଯୁକ୍ତା ପଲେଇ । ଏ ସମ୍ପର୍କିତ ଏକ ଅଡିଓ ଭାଇରାଲ ହେବାପରେ ପରେ ଆଜି ଖୋର୍ଦ୍ଦା ଏସପି ଅଜେୟ ପ୍ରତାପ ସ୍ୱାଇଁ ସସପେଣ୍ଡ କରିଥିବା ସୂଚନା ମିଳିଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
Last Updated : Jan 15, 2020, 2:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.