ଖୋର୍ଦ୍ଧା: ଖଣି ଚୋରି ଧରା ପଡ଼ିବା ପରେ ଏହି ଚୋର ବର୍ଗ ଏବେ ରାଜ୍ୟର ଲଘୁ ଖଣିଜ ପଦାର୍ଥ ଚୋରି କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି । ବିଶେଷକରି ବେଗୁନିଆ ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ମାଙ୍କଡା ପଥର ଚୋରାଚାଲାଣକାରୀଙ୍କ ରାଜ । ଚୋରା ଚାଲାଣକାରୀ ମାନେ ବେଆଇନ ପଥର ଖଣି ଖୋଳି ଲୁଟୁଛନ୍ତି କୋଟିକୋଟି ଟଙ୍କାର ରାଜସ୍ବ ।
ତେବେ ଆଜି(ଗୁରୁବାର) ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ବେଳେ ବେଗୁନିଆ ପୋଲିସ ପକ୍ଷରୁ ଚଢାଉ କରି ପାଞ୍ଚ ଗୋଟି ଗାଡି ଜବତ କରିଛି । ଜବତ ସମସ୍ତ ଗାଡି ବେଗୁନିଆ ଥାନାରେ ରହିଥିବା ବେଳେ ଏହି ଗାଡିଗୁଡିକ ବେଆଇନ ଭାବେ ମାଙ୍କଡା ପଥର ଚୋରା ଚାଲାଣ କରୁଥିଲେ ।
ଏକା ସଙ୍ଗେ ୫ ଗୋଟି ଗାଡି ଜବତ ହେବାପରେ ଏହାକୁ ନେଇ ମାଫିଆଙ୍କ ମଧ୍ୟରେ ଛନକା ପଶି ଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ