ଖୋର୍ଦ୍ଧା: ବିଳମ୍ବିତ ରାତିରେ ଜୁଆ ଆଡ୍ଡା ଉପରେ ଚଢାଉ କଲା ବେଗୁନିଆ ପୋଲିସ । ଧଳାପଥର ଅଞ୍ଚଳରେ ଜୁଆ ଖେଳ ଚାଲିଥିବା ପୋଲିସ ବିଶ୍ବସ୍ତ ସୂଚନା ପାଇଁ ଚଢାଉ କରିଥିଲା । ଘଟଣାସ୍ଥଳରୁ 4 ଜୁଆଡିଙ୍କୁ ଗିରଫ କରାଯାଇଛି ।
ଏହାସହ ସେମାନଙ୍କ ଠାରୁ ତାସ, ଜରିପାଲ, ନଗଦ ଟଙ୍କା ଜବତ କରିଛି ପୋଲିସ । ଗିରଫ ଜୁଆଡ଼ିମାନେ ହେଲେ ଧ୍ରୁବ ଚରଣ ସାହୁ, ଦୁନା ଶଙ୍କର ମୂର୍ତ୍ତି, ବିଶ୍ବନାଥ ସ୍ବାଇଁ ଏବଂ ଯୋଗିନାଥ ସାମନ୍ତରାୟ । ପୋଲିସ ତଦନ୍ତ ପରେ ଗିରଫଦାରୀଙ୍କୁ କୋର୍ଟ ଚାଲାଣ କରିବ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ